Odisha Farmers Queue Up for Urea: ଧାନ ଚାଷକୁ ଅଡୁଆ ସାର ସଙ୍କଟ; କେଉଁଠି ଉତ୍କଟ ଅଭାବ ତ କେଉଁଠି କଳାବଜାର !

ଲମ୍ବା ଲାଇନ। ଖଚାଖଚ ଭିଡ଼। ଠେଲା ପେଲା। ଭଞ୍ଜନଗର, ବୌଦ୍ଧ, ମାଲକାନଗିରି। ସବୁଠି ସମାନ ଘଟଣା । ଚାଷ ବଞ୍ଚାଇବାକୁ ଚାଷୀଙ୍କର କସରତ।

29 August 2025 11:35 PM IST
Odisha Farmers Queue Up for Urea: ଧାନ ଚାଷକୁ ଅଡୁଆ ସାର ସଙ୍କଟ; କେଉଁଠି ଉତ୍କଟ ଅଭାବ ତ କେଉଁଠି କଳାବଜାର !

ଲମ୍ବା ଲାଇନ। ଖଚାଖଚ ଭିଡ଼। ଠେଲା ପେଲା। ଭଞ୍ଜନଗର, ବୌଦ୍ଧ, ମାଲକାନଗିରି। ସବୁଠି ସମାନ ଘଟଣା । ଚାଷ ବଞ୍ଚାଇବାକୁ ଚାଷୀଙ୍କର କସରତ। 

ଧାନ ବାବଦକୁ ୮୦୦ ଟଙ୍କାର ଇନପୁଟ ସବସିଡ ଦେବା ପରେ ଚାଷ ପ୍ରତି ଆଗ୍ରହ ବଢ଼ିଲା। ହେଲେ ସାର ଅଭାବ ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ସାଜିଛି। ଧାନ ବିଲରେ କାମ କରିବେ କଣ ବସ୍ତେ ୟୁରିଆ ପାଇଁ ଚାଷୀକୁ ଦିନ ଦିନ ଧରି ଲାଇନ ଦେବାକୁ ପଡୁଛି। ବଡ଼ କଥା ହେଲା ଦିନ ଦିନ ଧରି ଲାଇନ ଦେଲେ ବି ମିଳୁନି ଆବଶ୍ୟକ ପରିମାଣର ସାର। ଫଳରେ ଅନେକ ଚାଷୀ ବାଧ୍ୟ ହୋଇ ବାହାରୁ ଉଚ୍ଚା ଦରରେ ବି ୟୁରିଆ କିଣିବାକୁ ବାଧ୍ୟ ହେଉଛନ୍ତି। 

ଲମ୍ବା ଲାଇନ। ଖଚାଖଚ ଭିଡ଼। ଠେଲା ପେଲା। ଭଞ୍ଜନଗର, ବୌଦ୍ଧ, ମାଲକାନଗିରି। ସବୁଠି ସମାନ ଘଟଣା । ଚାଷ ବଞ୍ଚାଇବାକୁ ଚାଷୀଙ୍କର କସରତ। ବସ୍ତାଏ ୟୁରିଆ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଇତି ଆସୁଛି ସାର ଅଭାବର ଉତ୍କଟ ଚିତ୍ର। ଛୁଆ ଠାରୁ ମହିଳା ବୃଦ୍ଧ, ସମସ୍ତେ ଲାଇନରେ। ବଡ଼ କଥା ହେଲା ଘଣ୍ଟା ଘଣ୍ଟା ନୁହେଁ ୨ରୁ ୩ ଦିନ ଛିଡ଼ା ହେଲେ ବି ମିଳିପାରୁନି ସାର। ଫଳରେ ସରକାରୀ ଦର ବସ୍ତା ପିଛା ୨୬୬ ଥିଲେ ବି ବାଧ୍ୟ ହୋଇ ଦଲାଲଙ୍କ ଠାରୁ ୭୫୦ ଟଙ୍କାରେ କିଣୁଥିବା କହିଛନ୍ତି ଚାଷୀ। ସେହିଭଳି ମାଲକାନଗିରିରେ ଦେଖିବାକୁ ମିଳିଛି ସମାନ ଚିତ୍ର, ମାଥିଲି ଲ୍ୟାମ୍ପସ ଆଗରେ ଏତେ ଭିଡ ଯେ, ରାସ୍ତା ଜାମ ହୋଇଯାଉଛି। କିନ୍ତୁ ସମସ୍ୟା ହେଲା ଲ୍ୟାମ୍ପସରେ ମାତ୍ର ୧୨୦୦ ବସ୍ତା ୟୁରିଆ ଥିବା ବେଳେ ଚାଷୀ ପିଛା ମାତ୍ର ବସ୍ତାଏ ଲେଖାଏଁ ମିଳୁଛି। ଯେଉଁଥି ପାଇଁ ପ୍ରବଳ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି।

ଗଞ୍ଜାମରେ ବି ଜିଲ୍ଲା ସାରା ଦେଖିବାକୁ ମିଳିଛି ସାର ସମସ୍ୟା। ଆସ୍କାରେ ବିଲରେ କାମ କରିବେ କଣ, ବର୍ଷା ଦିନିଆ ପାଣି ଖରାରେ ମୁଣ୍ଡରେ ଗାମୁଛା, ଛତା ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। କିନ୍ତୁ ବଡ କଥା ହେଲା ଏ ଯାଏଁ ଆସ୍କାର କୌଣସି ବି ସୋସାଇଟିକୁ ୟୁରିଆ ଆସିନଥିବାରୁ ବାହାରେ ଲାଇନ ଦେଇ ୩୦ରୁ ୪୦ ଟଙ୍କା ଅଧିକରେ ହିଁ କିଣିବାକୁ ପଡୁଛି। ଆଉ ଭଞ୍ଜନଗରରେ ତ ଚାଷୀ ଭିଡ ଏମିତି ଅସମ୍ଭାଳ ହେଲା ଯେ, ଶେଷରେ ପୋଲିସ ଉପସ୍ଥିତିରେ ବାଣ୍ଟିବାକୁ ପଡିଲା। କିନ୍ତୁ ମାତ୍ର ୯୦୦ ବସ୍ତା ସାର ଆସିଥିବାରୁ ଅନେକ ଚାଷୀ ନପାଇ ଫେରିଥିଲେ। ତେବେ ଜିଲ୍ଲାରେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ନୂଆ ସରକାର ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡ ଅଧିକ ଦେବା ପରେ ଚାଷ ପ୍ରତି ବଢିଛି ଆଗ୍ରହ। ଚଳିତ ବର୍ଷ ଖରିଫ ଋତୁରେ ଧାନ ବିକିବାକୁ ରେକର୍ଡ ସଂଖ୍ୟକ ୧୮ ଲକ୍ଷ ୬୭ ହଜାର ୯୦୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। କିନ୍ତୁ ସାର ସମସ୍ୟାକୁ ସରକାର କିଭଳି ସମାଧାନ କରୁଛନ୍ତି, ତାକୁ ଚାଷୀଙ୍କ ଅପେକ୍ଷା।

Disclaimer: This content has been automatically aggregated from television for informational purposes. To read the original article, please visit television.