Odisha CA Stranded in Tanzania: ତାଞ୍ଜାନିଆରେ ଫସିଛନ୍ତି ଓଡ଼ିଆ ଯୁବକ; ପୁଅକୁ ଫେରାଇ ଆଣିବାକୁ ମାଆର ନିବେଦନ
ତାଞ୍ଜାନିଆରେ ଫସିଛନ୍ତି ଓଡିଆ ଯୁବକ। ପୁଅକୁ ଫେରାଇ ଆଣିବା ପାଇଁ ମାଆର ଆକୁଳ ନିବେଦନ। ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ଅଞ୍ଚଳର ସତ୍ୟଦୀପ ସାହୁ ତାଞ୍ଜାନିଆରେ ଅଟକ ଅଛନ୍ତି। ସତ୍ୟଦୀପ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ଦେଢ଼ ମାସ ତଳେ ତାଞ୍ଜାନିଆର ଆପେଲ ପେଟ୍ରୋଲିୟମ ଲିମିଟେଡ ନାମକ ଏକ କମ୍ପାନୀରେ ଚାକିରୀ ପାଇଁ ଯାଇଥିଲେ। କିନ୍ତୁ ସେଠାରେ ସେ ଜାଣିବାକୁ ପାଇଲେ ଯେ ଏହା ଏକ ଫେକ୍ କମ୍ପାନୀ।
କମ୍ପାନୀ ପକ୍ଷରୁ ତାଙ୍କୁ ଦରମ ଦିଆଯାଉନଥିବ ବେଳେ ସତ୍ୟଦିପଙ୍କ ପାସପୋର୍ଟକୁ କମ୍ପାନୀ କର୍ତ୍ତୃପକ୍ଷ ନେଇଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପଣବନ୍ଦୀ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ। ଏଣୁ ସତ୍ୟାଦିପଙ୍କୁ ଫେରାଇ ଆନିବା ପାଇଁ ବୃଦ୍ଧା ମାଆ ପ୍ରଶାସନକୁ ନିବେଦନ କରିଛନ୍ତି।
- ତାଞ୍ଜାନିଆରେ ଫସିଛନ୍ତି ଓଡ଼ିଆ ଯୁବକ
- ପୁଅକୁ ଫେରାଇ ଆଣିବାକୁ ମାଆର ନିବେଦନ
- ଚାକିରି କରିବାକୁ ଯାଇ ଫସିଗଲେ ଆନନ୍ଦପୁରର ଯୁବକ
- ପାସପୋର୍ଟ ଜବତ କରି ରଖିଥିବା ଅଭିଯୋଗ
- ପ୍ରଶାସନର ସହାୟତା ଲୋଡ଼ିଲେ ବୃଦ୍ଧା ମାଆ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।