Odisha +2 Admission 2026 ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶିତ
"ଭୁବନେଶ୍ୱର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇଛି।
ଏହି ତାଲିକାରେ ୪୬, ୫୭୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।
Advertisment ବିଭାଗ ପକ୍ଷରୁ ଆଜି (ଗୁରୁବାର) ଜାରି ସୂଚନାନୁସାରେ, ଆବେଦନ କରିଥିବା ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି।ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍ ଅନୁରୋଧ ମାଧ୍ୟମରେ ନାମଲେଖଛନ୍ତି । +2 Admission: ଯୁକ୍ତ ଦୁଇ ନାମଲେଖା ଆରମ୍ଭ: ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମ୍ୟୁନିସିପାଲ ପ୍ରଥମ ପସନ୍ଦ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ସର୍ବାଧିକ ୩୨,୭୮୨ ଜଣ ନାମ ଲେଖାଇଛନ୍ତି, ଏହାପରେ ବିଜ୍ଞାନରେ ୧୧,୨୯୭ ଜଣ, ବାଣିଜ୍ୟରେ ୨,୦୮୩ ଜଣ, ଧନ୍ଦାମୂଳକରେ ୨୬୧ ଜଣ ଏବଂ ସଂସ୍କୃତରେ ୧୪୭ ଜଣ ଅଛନ୍ତି ।
ମୋଟ ୨୩,୨୩୧ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଥମ ପସନ୍ଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ମିଳିଛି । +2 examinations Dates: ଫେବ୍ରୁଆରି ୧୫ ତାରିଖରୁ ୨୫ ତାରିଖ ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା କଟକର ରେଭେନସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳାରେ ସର୍ବାଧିକ କଟଅଫ୍ (୭୮.୦୦%), ବାଣିଜ୍ୟରେ (୭୮.୨୦%) ଏବଂ ବିଜ୍ଞାନରେ (୯୦.୦୦% ) ହାସଲ କରିଛି ।
ବାଲେଶ୍ୱରର ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବାଲେଶ୍ୱରର ଏଫଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୬୭.୬୭% କଟଅଫ୍ ସହିତ ଧନ୍ଦାମୂଳକ ଷ୍ଟ୍ରିମ୍ରେ ଶୀର୍ଷରେ ରହିଛି।
ଉପଶାସ୍ତ୍ରୀ ଷ୍ଟ୍ରିମ୍ରେ ପାରଳାଖେମୁଣ୍ଡିର ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୦୦% ସହିତ ସର୍ବାଧିକ କଟଅଫ୍ ରେକର୍ଡ କରିଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।