Odisha: ଅନ୍ଧାର ହୋଇଯିବ ଅଧା ଓଡ଼ିଶା: ମାଛକୁଣ୍ଡ ପରେ ବାଲିମେଳାରୁ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌

Jul 20, 2026 - 07:09
Odisha: ଅନ୍ଧାର ହୋଇଯିବ ଅଧା ଓଡ଼ିଶା: ମାଛକୁଣ୍ଡ ପରେ ବାଲିମେଳାରୁ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌

"ମାଲକାନଗିରି: କୋରାପୁଟ ଜିଲ୍ଲାର ମାଛକୁଣ୍ଡ ପରେ ଶନିବାର ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାରରୁ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ ହୋଇଯାଇଛି।

ଅବିଭକ୍ତ କୋରାପୁଟ ଜିଲ୍ଲାର ଦୁଇ ପ୍ରମୁଖ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ବନ୍ଦ ହେବା ପରେ ଅଧା ଓଡ଼ିଶାରେ ବିଦ୍ୟୁତ୍‌ ସେବା ବ୍ୟାହତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଉପର ମୁଣ୍ଡରେ କମ୍‌ ବର୍ଷା ଓ ଜଲାପୁଟ ଡ୍ୟାମ୍‌ରୁ ବାଲିମେଳାକୁ ପାଣି ଆସୁନଥିବାରୁ ଜଳସ୍ତର ଆଶାତୀତ ଭାବେ ହ୍ରାସ ପାଇଛି।

ଜଳଭଣ୍ଡାରରେ ମାତ୍ର ୧୩ ପ୍ରତିଶତ ଜଳ ଗଚ୍ଛିତ ଥିବାରୁ ଖରିଫ ଚାଷ ପ୍ରଭାବିତ ଆଶଙ୍କାରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜଳସମ୍ପଦ ବିଭାଗ।

ଫଳରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍‌ (ଓଏଚ୍‌ପିସି) ଦ୍ବାରା ପରିଚାଳିତ ବିଦ୍ୟୁତ୍‌ କେନ୍ଦ୍ରର ୬ଟି ୟୁନିଟ୍‌ ବନ୍ଦ ରହିଛି।Advertisment Aquapreneur Conclave: "ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି" ୬ଟି ୟୁନିଟ୍‌ରୁ ଘଣ୍ଟାକୁ ଉତ୍ପାଦନ ହେଉଥିଲା ୩୭୦ ମେଗାୱାଟ୍‌ ଉପର ମୁଣ୍ଡରେ ବର୍ଷା କମ୍‌, ଜଲାପୁଟ ଡ୍ୟାମ୍‌ରୁ ଆସୁନି ପାଣିଖରିଫ ଚାଷ ଲାଗି ଜଳ ସଂରକ୍ଷଣ ପାଇଁ ପ୍ରଶାସନର ପଦକ୍ଷେପ ପୋଟେରୁ ସେଚ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନାନୁସାରେ, ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୧୫୧୬ ଫୁଟ।

କ୍ୟାଚ୍‌ମେଣ୍ଟ ଅଞ୍ଚଳରେ କମ୍‌ ବର୍ଷା କାରଣରୁ ଜଳସ୍ତର ଏବେ ୧୪୫୫.୬୦ ଫୁଟକୁ ଖସି ଆସିଛି।

୨୦୨୫ ଏହି ସମୟରେ ଜଳଭଣ୍ଡାରରେ ୧୯.୯୪ ପ୍ରତିଶତ ପାଣି ଗଚ୍ଛିତ ଥିଲା।

ଗତ ବର୍ଷ ଏହି ସମୟରେ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ୭୭୮ ମିମି ବର୍ଷା ‌ହୋଇଥିଲା।

ଚଳିତ ବର୍ଷ କ୍ୟାଚ୍‌ମେଣ୍ଟ ଅଞ୍ଚଳରେ ୫୧୯ ମିମି ବର୍ଷା ରେକର୍ଡ କରାଯାଇଛି।

ପୂର୍ବ ବର୍ଷ ଅପେକ୍ଷା ୨୫୯ ମିମି କମ୍‌ ବର୍ଷା ହୋଇଥିବାରୁ ଜଳସ୍ତର ଖସିବାରେ ଲାଗିଛି।

ଅନ୍ୟପକ୍ଷରେ ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଅଗ୍ନିକାଣ୍ଡ ପରେ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି।

ଜଲାପୁଟ ଡ୍ୟାମ୍‌ରୁ ଆବଶ୍ୟକ ପରିମାଣର ପାଣି ତଳମୁଣ୍ଡରେ ଥିବା ବାଲିମେଳା ଜଳଭଣ୍ଡାରକୁ ଆସିପାରୁନି।

Trade Agreement : ବ୍ରିଟେନ ରାଜିନାମାରୁ ଗ୍ରାହକ ଉପକୃତ ହେବେ: ସ୍ପିରିଟ୍‌ ସଂଘ ଫଳରେ ଓଏଚ୍‌ପିସି ୟୁନିଟ୍‌କୁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଓଏଚ୍‌ପିସିର ଅଧୀକ୍ଷଣ ଯନ୍ତ୍ରୀ ଦୁର୍ଗାପ୍ରସାଦ ପଟ୍ଟନାୟକ କହିଛନ୍ତି, ଜଳାଶୟର ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିବ।

ବର୍ତ୍ତମାନ ଜଳଭଣ୍ଡାରରୁ ୬୦୦ କ୍ୟୁସେକ୍ ଜଳ ଛଡ଼ାଯାଉଥିବାବେଳେ ଏହାକୁ ୨୦୦୦ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଯୋଜନା ରହିଛି।

ବାଲିମେଳା ଜଳାଶୟର ଜଳସ୍ତର ସ୍ଥିର ରଖିବା ପାଇଁ ମାଛକୁଣ୍ଡସ୍ଥିତ ଜଲାପୁଟ୍‌ ଡ୍ୟାମ୍‌ରୁ ଅଧିକ ଜଳ ଛାଡ଼ିବାକୁ ଆନ୍ଧ୍ର ପାୱାର ଜେନେରେସନ୍‌ କର୍ପୋରେସନ୍‌କୁ ଅନୁରୋଧ କରାଯାଇଛି।

ଜଳସ୍ତର ସନ୍ତୋଷଜନକ ସ୍ଥିତିକୁ ଫେରିଲେ ପୁନର୍ବାର ଓଏଚ୍‌ପିସି ବିଦ୍ୟୁତ ଉତ୍ପାଦନ ଆରମ୍ଭ ହେବ କରିବ ବୋଲି ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ, ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପର ୮ଟି ୟୁନିଟ୍‌ ମାଧ୍ୟମରେ ଘଣ୍ଟାକୁ ୫୧୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା।

୨ଟି ୟୁନିଟ୍‌ର ମରାମତି ଚାଲିଥିବାରୁ ୬ଟି ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।