Odia Worker Dies ତାମିଲନାଡ଼ୁରେ ଶ୍ରମିକଙ୍କ ମୃତ୍ୟୁ, ଶବକୁ ଆଣିବାକୁ ନିବେଦନ

Jul 12, 2026 - 17:56
Odia Worker Dies ତାମିଲନାଡ଼ୁରେ ଶ୍ରମିକଙ୍କ ମୃତ୍ୟୁ, ଶବକୁ ଆଣିବାକୁ ନିବେଦନ

"ଲକ୍ଷ୍ମୀପ୍ରସାଦ: ତାମିଲନାଡ଼ୁରେ ଆଜି (ରବିବାର) ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ତେବେ ତାଙ୍କ ମରଶରୀର ଘରକୁ ଆଣିବାରେ ସମସ୍ୟା ଉପୁଜିଥିବାରୁ ଏନେଇ ସହଯୋଗ କରିବାକୁ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।

Advertisment Dead: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ବୌଦ୍ଧ ଥାନା ବିଜାପଦର ଗ୍ରାମର ଟୁନା ମହାନନ୍ଦିଆ (୫୬)ଙ୍କ ଆଜି ପୂର୍ବାହ୍‌ଣ ପ୍ରାୟ ୧୦ଟାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।

ସେ ଚଳିତ ବର୍ଷ ମାର୍ଚ୍ଚା ମାସରେ ତାମିଲନାଡ଼ୁ ରାଜ୍ୟର ତିର୍ଚି ଜିଲ୍ଲା ମଙ୍ଗାଟପା ଗାଁରେ ଏକ ସୂତାକଳରେ କାମ କରୁଥିଲେ।

ସୂଚନାନୁସ‌ାରେ, ପୂର୍ବାହ୍‌ଣ ୭ଟା ବେଳେ ସେ କାରଖାନାରେ କାମକରୁଥିବା ବେଳେ ହଠାତ୍‌ ଅଚେତ ହୋଇଯାଇଥିଲେ।

ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Worker Dies ତରଭା ଇଥାନଲ୍ କାରଖାନାରେ ପୁଣି ଶ୍ରମିକଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ମୃତ ଶ୍ରମିକଙ୍କ ପରିବାର ଓ ଜିଲ୍ଲା ପାଣ ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଘଟଣାରେ ପ୍ରତିକ୍ରିୟା ରଖି ପ୍ରଶାସନକୁ ସହାୟତା ନିମନ୍ତେ ନିବେଦନ କରାଯାଇଛି।

ଶ୍ରମିକଙ୍କ ପରିବାର ଅତି ଗରୀବ ହୋଇଥିବା ହେତୁ ମୃତ ଦେହକୁ ଘରକୁ ଆଣିବାରେ ସହାୟତା କରିବାକୁ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ବିକାଶ ପରିଷଦର ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଅନୁରୋଧ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।