Odia Movie: ୫ଟି ଓଡ଼ିଆ ଚଳଚ୍ଚିତ୍ରକୁ ସବ୍ସିଡି ଅର୍ଥ ଦେବାକୁ ସୁପାରିସ୍
କଟକ, ୧୪/୦୭: ଦୀର୍ଘ ଦିନ ପରେ ଏବେ ୫ଟି ଓଡ଼ିଆ ଚଳଚ୍ଚିତ୍ରକୁ ସବ୍ସିଡି ଅର୍ଥ ଦେବାକୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରିଛି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) । ଏ ନେଇ ଆଜି ଓଏଫ୍ଡ଼ିସି ପକ୍ଷରୁ ଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିସ୍ କରାଯାଇଛି ।
୨୦୧୯ ଚଳଚ୍ଚିତ୍ର ନୀତି ଅନୁସାରେ ଏହି ସୁପାରିସ୍ କରାଯାଇଛି । ଏହି ୫ଟି ଫିଲ୍ମ ହେଉଛି, ଜିତେଶ୍ କୁମାର ଫିଲ୍ମସ୍ ପ୍ରଡକସନ୍ ହାଉସର୍ ଫିଲ୍ମ ‘ଟି’, ଆରଏସ୍ ପ୍ରଡକ୍ସନ୍ ହାଉସ୍ର ଫିଲ୍ମ ‘ଦେୱା’, ମିଷ୍ଟିକ୍ କ୍ଲ କ୍ଲାପ୍ସ୍ ପ୍ରଡକ୍ସନ୍ ହାଉସ୍ର ଫିଲ୍ମ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ ଏବଂ ‘ଆଫା’, ଟ୍ୱେଣ୍ଟି ଫୋର୍ ଜାନୁଆରୀ ପ୍ରଡକସନ୍ ହାଉସର ଫିଲ୍ମ ‘ବିଦେହା’ । ଚଳଚ୍ଚିତ୍ର ସବ୍ସିଡି ଅର୍ଥ ପାଇବା ପାଇଁ ରିଲିଜ୍ ପୂର୍ବରୁ ଏବଂ ରିଲିଜ୍ ପରେ ଓଏଫ୍ଡିସିରେ ଆବେଦନ କରିବାକୁ ପଡ଼ିଥାଏ ।
ଅଧିକ ପଢ଼ନ୍ତୁ : - Accident Breaking : ବ୍ରେକ ଡାଉନ୍ ଟ୍ରକ୍ ସହ କାର ଧକ୍କା, କାର ଡ୍ରାଇଭର ମୃତ
ଚଳଚ୍ଚିତ୍ରଟି ଓଡ଼ିଶାରେ ସୁଟିଂ ହେବା ସହ ଫିଲ୍ମର ଖର୍ଚ୍ଚ ପରିମାଣ ସମ୍ପର୍କିତ ତଥ୍ୟ ସହ ଜିଲ୍ଲାପାଳଙ୍କ ଏକ ସାର୍ଟିଫିକେଟ୍ ଆବଶ୍ୟକ ହୋଇଥାଏ । ଏହି ସମସ୍ତ କାଗଜପତ୍ରକୁ ସରକାରଙ୍କ ଦ୍ୱାରା ହୋଇଥିବା ଏକ କମିଟି ଯାଞ୍ଚ୍ କରିବା ପରେ ଓଏଫ୍ଡିସି ଶିଳ୍ପ ନିର୍ଦ୍ଦେଶାଳୟକୁ ସବ୍ସିଡି ଅର୍ଥ ଦେବାକୁ ସୁପାରିସ୍ କରିଥାଏ । ଏହି ପ୍ରକ୍ରିୟା ଅନୁଯାୟୀ ୫ଟି ଫିଲ୍ମକୁ ୨୫ ପ୍ରତିଶତ ସବ୍ସିଡି ଅର୍ଥ ଦେବାକୁ ସୁପାରିସ୍ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।