Nuapada By-Election: ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା, ତିନି ଦଳର ଦମ୍ଭୋକ୍ତି- 'ଆମେ ଜତିବୁ'
ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପୁଣି ଜିତିବା ନେଇ ବିଜେଡି ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଉଥିବା ବେଳେ ନୂଆ ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ବିଜେପି କହିଛି ଆମର ଗୋଟିଏ ସିଟ୍ ବଢିବ।
ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପୁଣି ଜିତିବା ନେଇ ବିଜେଡି ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଉଥିବା ବେଳେ ନୂଆ ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ବିଜେପି କହିଛି ଆମର ଗୋଟିଏ ସିଟ୍ ବଢିବ।
ମୋହନ ସରକାରର ଏସିଡ ଟେଷ୍ଟ। ନୂଆପଡା ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସେପଟେ ବାଇ-ଇଲେକସନରେ କିଏ ହେବେ ପ୍ରାର୍ଥୀ ଏ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ପୁଣି ଜିତିବା ନେଇ ବିଜେଡି ଶହେ ପ୍ରତିଶତ ଗ୍ୟାରେଣ୍ଟି ଦେଉଥିବା ବେଳେ ନୂଆ ସଭାପତିଙ୍କ ନେତୃତ୍ବରେ କଂଗ୍ରେସ ଭଲ ପ୍ରଦର୍ଶନ ନେଇ ଆଶାବାଦୀ। ବିଜେପି କହିଛି ଆମର ଗୋଟିଏ ସିଟ୍ ବଢିବ।
ଚାରି ଚାରି ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ ଦେହାନ୍ତ ପରେ ବିଜେଡି କାହାକୁ ଟିକେଟ ଦେବ ତାକୁ ନେଇ ଚର୍ଚ୍ଚା ଆଲୋଚନା। ମାତ୍ର ଦଳ କିନ୍ତୁ ଫୁଲ୍ କନଫିଡେନ୍ସରେ। ଉପନିର୍ବାଚନରେ ବିଜେଡି ଶତ ପ୍ରତିଶତ ବିଜୟୀ ହେବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ପ୍ରତାପ ଜେନା। ୨୦୨୪ ବିପର୍ଯ୍ୟୟ ପରେ ବିଜେଡି ଏବେ ବିରୋଧୀ ସିଟରେ। ମାତ୍ର ଦଳର ଆତ୍ମବିଶ୍ବାସ ଏତେ ଯେ ଏବେଠାରୁ ଦଳୀୟ ନେତା ନୂଆପଡା ବାଇ-ଇଲେକସନ୍ ରେଜଲ୍ଟ ନିଜ ସପକ୍ଷରେ ଘୋଷଣା କରିସାରିଲେଣି। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏତେ ଲୋକପ୍ରିୟ ଥିଲେ ଯେ ବିଜେଡି-ବିଜେପି ମେଣ୍ଟ ସରକାରରେ ଥିବା ବେଳେ ୨୦୦୪ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେଣୁ ଦଳ ତାଙ୍କ ପୁଅକୁ ଟିକେଟ ଦେଇ ସିମ୍ପାଥି କାର୍ଡ ଖେଳିପାରେ।
ସେପଟେ ଜଣାଶୁଣା ଆଦିବାସୀ ନେତା ଘାସିରାମ ମାଝୀ କଂଗ୍ରେସରୁ ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ୨୦୨୪ ନିର୍ବାଚନ ବେଳେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ଥିବା ଘାସିରାମଙ୍କୁ ଦଳୀୟ ଟିକେଟ ନମିଳିବାରୁ ସେ ସ୍ବାଧୀନ ଭାବେ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ମିଳିଥିଲା ୫୦ ହଜାର ୯୪୧ ଖଣ୍ଡ ଭୋଟ । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ଉଭୟଙ୍କ ଭୋଟ ମିଶିଲେ ହେଉଛି ୬୬ ହଜାର ୪୪୨। ଯଦି କଂଗ୍ରେସ ବିଭାଜିତ ହୋଇ ନଥାନ୍ତା ତେବେ ଢୋଲକିଆଙ୍କ ଜିତିବା କଷ୍ଟକର ହୋଇଥାନ୍ତା। ବର୍ତ୍ତମାନ କଂଗ୍ରେସର ଜିଲ୍ଲା ସଂଯୋଜକ ଥିବା ଘାସିରାମଙ୍କ ପୂର୍ବ ପ୍ରଦର୍ଶନ ଆଧାରରେ ଦଳ ଏଥର ତାଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ପିସିସି ସଭାପତି ସଂକେତ ବି ଦେଇଛନ୍ତି
ଅନ୍ୟପଟେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ୪୪ ହଜାର ୮୧୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ଦଳ ଏଥର ବି ଅଭିନନ୍ଦନଙ୍କୁ ରିପିଟ୍ କରିପାରେ। ବିଜେପି ବିରୋଧୀ ଦଳ ଭାବେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇ ସେତେବେଳର ବିଜେଡି ସରକାରକୁ ଦେଇଥିଲା ଝଟକା। ପରବର୍ତ୍ତୀ ସମୟରେ ଏହା ରାଜ୍ୟ ରାଜନୀତିକୁ ଏକ ନୂଆ ମୋଡ ଦେଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତ, ନୂଆପଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିପାରେ। ଆସନ୍ତା ୬ ମାସ ଭିତରେ ଉପନିର୍ବାଚନ ହେବ। ତେବେ ତିନି ଦଳ ପାଇଁ ଏହା ସମ୍ମାନର ଲଢ଼େଇ ନିଶ୍ଚିତ ଭାବେ ହେବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
