North India:ଉତ୍ତର ଭାରତରେ ବିନାଶର ତାଣ୍ଡବଲୀଳା, ପଞ୍ଜାବରେ ମୃତ୍ୟୁ ମୁହଁରୁ ୨୨ CRPF ଯବାନଙ୍କୁ ବଞ୍ଚାଇଲା ସେନା

ପ୍ରକୃତିର କୋପ କେତେ ଭୟଙ୍କର ହେଇପାରେ, କେତେ ଦୁର୍ଦ୍ଦଶ ଏବଂ ଦୟନୀୟ ସ୍ଥିତିକୁ ଆଣିପାରେ ତାହା ସାରା ଦେଶ ଦେଖିଛି। ଚିରି ଯାଇଛି ଆକାଶ, ଫାଟି ଯାଇଛି ଭୂଇଁ, ଧସି ଯାଇଛି ପାହାଡ଼ ଆଉ ନଦୀ ତ୍ ସବୁ ବାଡ଼ ବତା ଭାଙ୍ଗି ମାଡ଼ି ଆସୁଛି ଭୟଙ୍କର ରୂପ ନେ

27 August 2025 10:45 PM IST
North India:ଉତ୍ତର ଭାରତରେ ବିନାଶର ତାଣ୍ଡବଲୀଳା, ପଞ୍ଜାବରେ ମୃତ୍ୟୁ ମୁହଁରୁ ୨୨ CRPF ଯବାନଙ୍କୁ ବଞ୍ଚାଇଲା ସେନା

ପ୍ରକୃତିର କୋପ କେତେ ଭୟଙ୍କର ହେଇପାରେ, କେତେ ଦୁର୍ଦ୍ଦଶ ଏବଂ ଦୟନୀୟ ସ୍ଥିତିକୁ ଆଣିପାରେ ତାହା ସାରା ଦେଶ ଦେଖିଛି। ଚିରି ଯାଇଛି ଆକାଶ, ଫାଟି ଯାଇଛି ଭୂଇଁ, ଧସି ଯାଇଛି ପାହାଡ଼ ଆଉ ନଦୀ ତ୍ ସବୁ ବାଡ଼ ବତା ଭାଙ୍ଗି ମାଡ଼ି ଆସୁଛି ଭୟଙ୍କର ରୂପ ନେଇ। ଉପର ମୁଣ୍ଡରେ ରାବି, ଚେନାବ, ସତଲେଜ୍ ରେ ହୁ ହୁ ହେଉ ମାଡ଼ି ଆସୁଥିବା ପାଣି ଜମ୍ମୁରୁ ପଞ୍ଜାବ, ଉତ୍ତରାଖଣ୍ଡରୁ ହିମାଚଳ ଯାଏଁ ବିଧ୍ବଂସ ରଚିଛି। ,

ଆଖି ଆଗରେ ମୃତ୍ୟୁ... ଆଖି ଚାରିପଟେ ମୃତ୍ୟୁ...ତାରି ଭିତରୁ ବାହାରି ଜୀବନ ବଞ୍ଚାଇବାକୁ ୟେ ପ୍ରୟାସ। ବିପଦକୁ ଖାତିର ନକରି, ପ୍ରତିଟି ଜୀବନକୁ ବଞ୍ଚାଇବାକୁ ୟେ ଅପରେସନ୍। ଓହ୍ଲାଇଲା ଚପର୍ ଆଉ ଗୋଟି ଗୋଟି କରି ଉଛୁଳା ନଦୀର ମୁହଁ ଭିତରୁ ୨୬ଟି ଜୀବନକୁ ବାହାର କରି ଆଣିଲା ଭାରତୀୟ ସେନା। ୟେ ଦମ୍ଭ ଥିଲା କେବଳ ସେନା ପାଖରେ, ୟେ ସାହସ କେବଳ ଥିଲା ଭାରତୀୟ ଯବାନଙ୍କ ପାଖରେ। ସେଥିପାଇଁ ତ କିଛି ବି ଘଟିବାର ଆଶଙ୍କା ଥାଇ ବି ପଛଘୁଞ୍ଚା ଦେଇନଥିଲା ସେନା।...

ପଞ୍ଜାବ ପଠାନକୋଟର ମାଧବପୁର ଗାଁ। ଗତକାଲି ହଠାତ୍ ପାଗ ବିଗିଡ଼ିବା ପରେ ଖାଲି ଥିବା ଏହି କୋଠାରେ ଆଶ୍ରୟ ନେଇଥିଲେ ୨୨ CRPF ଯବାନଙ୍କ ଟିମ୍। ଆଜି ଡ୍ୟୁଟି ପାଇଁ ବାହାରିଥାନ୍ତେ ହେଲେ ତା ପୂର୍ବରୁ ଅଚାନକ ପାଖରେ ଥିବା ନଦୀର ଜଳସ୍ତର ବଢ଼ିଯାଇଥିଲା। ଘଣ୍ଟାକୁ ଘଣ୍ଟା ଅଧିକ ଉଗ୍ର ହେଉଥିଲା ରୂପ ଆଉ ସୃଷ୍ଟି କରିଥିଲା ବିପଦ। ଭାରତୀୟ ସେନାକୁ ଏସମ୍ପର୍କରେ ଖବର ମିଳିବା ପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ୍।

ଚପର୍ ପହଞ୍ଚିଥିଲା ସତ କିନ୍ତୁ ବିଲ୍ଡିଂରେ ଲ୍ୟାଣ୍ଡ୍ କରିବା ନଥିଲା ଏତେ ସହଜ। ଯେତେ ତଳକୁ ଓହ୍ଲାଉଥିଲା ହେଲିକପ୍ଟର, ସେତେ ବଢ଼ୁଥିଲା ବିପଦ। ଥରି ଯାଉଥିଲା ପୁରା ବିଲ୍ଡିଂ। ଖାଲି ସେତିକି ନୁହେଁ ନଦୀର ସୁଅ ବି ପାଦ ତଳୁ ମାଟି ଖସାଇ ଦେଉଥିଲା। ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି, ଦମ୍ଭର ସହ ବେଶ୍ ଚ୍ୟାଲେଞ୍ଜକୁ ସାମ୍ନା କରି ସେନା ପାଇଲଟ୍ ଚପରକୁ ଲ୍ୟାଣ୍ଡ କରିଥିଲେ।....Any Mission, Any Time, Any Where...ଯେକୌଣି ମିଶନ୍ ହେଉ, ଯେକୌଣସି ସମୟ ହେଉ, ଯେ କୌଣସି ସ୍ଥାନ ହେଉ...ଭାରତୀୟ ସେନାର ବୀରତ୍ବ ପାଇଁ ଆଜି ବଞ୍ଚି ଯାଇଛି ୨୨ ବାହାଦୂର CRPF ଯବାନ ଓ ୪ ବହୂମୂଲ୍ୟ ଜୀବନ। ....

ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହେଇପାରେ ତାହା ଜମ୍ମୁକଶ୍ମୀର ସ୍ଥିତିକୁ ଦେଖିଲେ ହିଁ ଜାଣିପାରିବେ। ସତେ ଯେମିତି ଏଠି ଆକାଶ ଚିରି ବର୍ଷା ହେଉଛି, ରାସ୍ତା ଫାଟି ଆଁ କରିଛି, ପାହାଡ଼ ଧସିଛି, ନଦୀ ନାଳ ସବୁ କରାଳ ରୂପ ନେଇ ହୁ ହୁ ହେଇ ମାଡ଼ି ଆସିଛି। ଭୂସ୍ଖଳନର ଭୟଙ୍କର ରୂପ ଦେଖିଛି ଜମ୍ମୁ। ମାଆ ବୈଷ୍ଣୋଦେବୀଙ୍କ ଯାତ୍ରା ଏଠି ଅନ୍ତିମ ଯାତ୍ରା ପାଲଟି ଯାଇଛି। ମାତ୍ର କିଛି ସେକେଣ୍ଡ ଭିତରେ ଏଠି ପାହାଡ଼ରୁ ମାଟି ଅତଡ଼ା ଧସି ଛିନ ଭିନ୍ ହେଇଛି ସବୁ କିଛି। ୩୦ରୁ ଅଧିକ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଏହାରି ଭିତରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଛାତିକୁ ଥରାଇ ଦେଲା ଭଳି ୟେ ଦୃଶ୍ୟ ଜମ୍ମୁ-କଠୁଆ ମୁଖ୍ୟ ରାସ୍ତାର, ଅଚାନକ୍ ଗାଡ଼ିମଟର ଯାଆସ ବେଳେ ଏଠି ମାଟି ଧସିଛି। ଏ ଦୃଶ୍ୟ କୌଣସି ହଲିଉଡ୍ ଫିଲ୍ମର ବିଧ୍ବଂସରୁ କମ୍ ନୁହେଁ।...

 ଗଲା ଦୁଇ ମାସ ଭିତରେ ସାରା ଉତ୍ତର ଭାରତ ଦେଖିଛି ପ୍ରକୃତିର ଭୟଙ୍କର ରୂପ। ହିମାଚଳରୁ ଉତ୍ତରାଖଣ୍ଡ, ଜମ୍ମୁକଶ୍ମୀରରୁ ପଞ୍ଜାବ...ଥରିଛି ମାଟି, ପଶିଛି ମନରେ ଛନକା। ବେଳ ଥାଉ ଥାଉ ସଜାଗ ନହେଲେ ସ୍ଥିତି ଆହୁରି ହେଇପାରେ ଭୟଙ୍କର।

Disclaimer: This content has been automatically aggregated from television for informational purposes. To read the original article, please visit television.