25 JULY 2026

Welcome!

Unlock your personalized experience.
Sign Up

No-Confidence Motion: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା, ୨୧ ଜଣ ୱାର୍ଡ ସଭ୍ୟ ଆଣିଲେ ପ୍ରସ୍ତାବ

Jul 25, 2026 - 14:00
No-Confidence Motion: ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା, ୨୧ ଜଣ ୱାର୍ଡ ସଭ୍ୟ ଆଣିଲେ ପ୍ରସ୍ତାବ

କେନ୍ଦ୍ରାପଡା ୨୫/୭: ବଢ଼ିଲା ଚାମେଲି ଓଝାଙ୍କ ଅଡ଼ୁଆ। ତାଙ୍କ ବିରୋଧ ତିଖିରି ପଞ୍ଚାୟତର ୨୧ ଜଣ ୱାର୍ଡ ମେମ୍ବର ଆଣିଲେ ଅନାସ୍ଥା ପ୍ରସ୍ତାବ। ଜୁଲାଇ ୨୩ରେ ଏ ନେଇ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ୱାର୍ଡ ମେମ୍ବର ମାନଙ୍କଠାରୁ ଅନାସ୍ଥା ପତ୍ର ପାଇବା ପରେ ଉପ ଜିଲ୍ଲାପାଳ ମହାକାଳପଡା ବିଡ଼ିଓଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ପରବର୍ତ୍ତୀ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :- Suna Besha crowd : ସୁନାବେଶ ପାଇଁ ଅସମ୍ଭାଳ ଭିଡ଼, ପିପିଲିରୁ ମାଳତୀପାଟପୁର ଯାଏଁ ଘୁଞ୍ଚୁନି ଗାଡି... 

ସୂଚନା ଅନୁଯାୟୀ, ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି । ଯାହାର ଆଧାରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡା ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅନାସ୍ଥା ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସଭ୍ୟ ମାନଙ୍କର ସ୍ବାକ୍ଷରର ସଠିକତା ଯାଞ୍ଚ କରିବା ନିମନ୍ତେ ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟାରେ କେନ୍ଦ୍ରାପଡା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ସମ୍ବର ୱାର୍ଡ ସଭ୍ୟ /ସଭ୍ୟମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।