No-Confidence Motion Sparks Political Tension; ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ; ଆଜି ଭୋଟ

Jun 24, 2026 - 14:13
No-Confidence Motion Sparks Political Tension; ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ; ଆଜି ଭୋଟ

ଝାରସୁଗୁଡ଼ା ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟ ଗ୍ରହଣ। ତେବେ ଫଳାଫଳ ଘୋଷଣା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଭୋଟ ଗ୍ରହଣ ହେବ କିନ୍ତୁ ପ୍ରକାଶ ପାଇବନି ଫଳାଫଳ। ପରବର୍ତ୍ତୀ ଶୁଣାଣି ଯାଏଁ ସ୍ଥିତାବସ୍ଥା ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ୧୪ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ନିମାଇଁ କଂଗ୍ରେସ ଦଳରୁ ବିଜୟୀ ହୋଇଥିବା ବେଳେ କଂଗ୍ରେସ, ବିଜେପି, ବିଜେଡି ଦଳର ମୋଟ ୧୪ ଜଣ କାଉନସିଲର ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପତ୍ର ଆଗତ କରିଥିଲେ। ବେଲପାହାଡରେ ବିଜେଡିର ୧୫ , ୨ ବିଜେପି ଓ ୨ କଂଗ୍ରେସର କାଉନସିଲର ଅଛନ୍ତି। 

ଦୀର୍ଘ ଦିନ ଧରି ନଗରପାଳଙ୍କ କାର୍ଯ୍ୟକଳାପକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଆଜି ନିର୍ଦ୍ଧାରିତ ସୂଚୀ ଅନୁଯାୟୀ କାଉନସିଲରମାନେ ଅନାସ୍ଥା ଉପରେ ସେମାନଙ୍କର ମତ ସାବ୍ୟସ୍ତ କରିବେ।

  • ବେଲପାହାଡ଼ ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ
  • ଆଜି ଅନାସ୍ଥା ପ୍ରସ୍ତାବ ଉପରେ ନିଆଯିବ ଭୋଟ
  • ୧୪ କାଉନସିଲର ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ
  • ଫଳାଫଳ ଘୋଷଣା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ
  • ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା 
  • ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହେବ ଘୋଷଣା