Nitish Kaushal: ନୀତିଶ କୌଶଳକୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଯୋଡ଼ିଲା ଏଫ୍ବିଆଇ
"ନୂଆଦିଲ୍ଲୀ: ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍ବିଆଇ) ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ନୀତିଶ କୌଶଳ ଓରଫ୍ ଲାଲାକୁ ଏହାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଯୋଡ଼ିଛି।
ନୀତିଶ ବିରୋଧରେ ରିକୋ (ରୢାକେଟିୟର ଇନଫ୍ଲୁଏନ୍ସଡ ଆଣ୍ଡ କରପ୍ଟ ଅର୍ଗାନାଇଜେସନ୍ସ) ଆକ୍ଟ ଅଧୀନରେ ମାମଲା ରୁଜୁ ହେବାପରେ ଏଫ୍ବିଆଇ ତାକୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ଯୋଡ଼ିଛି।
ହତ୍ୟା, ଅପହରଣ, ନିଶା ଚୋରାଚାଲାଣ, ଦାଦାବଟି ଆଦାୟ, ଅସ୍ତ୍ର ଚୋରାଚାଲାଣ, ମନି ଲଣ୍ଡରିଂ, ମାନବ ଚୋରାଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପରେ ତା"ର ସମ୍ପୃକ୍ତି ଅଛି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।Advertisment ଏଜେନ୍ସି କହିଛି ଯେ କୌଶଳକୁ ବିପଜ୍ଜନକ ବିବେଚନା କରାଯିବା ଉଚିତ।
କୌଶଳ ସଂକ୍ରାନ୍ତରେ କୌଣସି ସୂଚନା ମିଳିଲେ ତୁରନ୍ତ ନିକଟସ୍ଥ ଏଫ୍ବିଆଇ ଅଫିସ୍ କିମ୍ବା ଆମେରିକା ଦୂତାବାସରେ ଅବଗତ କରିବାପାଇଁ ଏଫ୍ବିଆଇ ପକ୍ଷରୁ ଅନୁରୋଧ କରାଯାଇଛି।
କାଳିଆ ସାଆନ୍ତଙ୍କୁ ଅପେକ୍ଷା ରିକୋ ଆଇନ ଅଧୀନରେ କୌଶଳ ବିରୋଧରେ ବିଭିନ୍ନ ଷଡ଼ଯନ୍ତ୍ର ପାଇଁ ମାମଲା ରୁଜୁ ହେବା ପରେ ଆମେରିକା ଜିଲ୍ଲା କୋର୍ଟ ଦ୍ବାରା କୌଶଳ ବିରୋଧରେ ଜୁନ୍ ୨୫ ତାରିଖରେ ଏକ ଗିରଫ ପରୱାନା ଜାରି ହୋଇଛି।
ଏଫ୍ବିଆଇ ଅନୁଯାୟୀ କୌଶଳ ଜଣେ ଭାରତୀୟ ନାଗରିକ ଏବଂ ଜଗ୍ଗୁ ଭଗୱାନପୁରିଆ ଅର୍ଗାନାଇଜ୍ଡ କ୍ରାଇମ ଗ୍ରୁପ୍ (ଓସିଜି)ରେ ତା"ର ଭୂମିକା ପାଇଁ ସେ ଜଣାଶୁଣା।
ଏହି ଅପରାଧ ଗୋଷ୍ଠୀ ପ୍ରଥମେ ପଞ୍ଜାବରୁ ସୃଷ୍ଟି ହୋଇ ପରେ ଏହା କାଲିଫର୍ଣ୍ଣିଆ ସମେତ ସମଗ୍ର ଆମେରିକାରେ ଏହାର ଅପରେସନ୍କୁ ବିସ୍ତାରିତ କରିଛି।
ଏଫ୍ବିଆଇ ମଧ୍ୟ ଅଭିଯୋଗ କରିଛି ଯେ କୌଶଳ ଭଗୱାନପୁରିଆ ଓସିଜି ପକ୍ଷରୁ ଅପହରଣ ଏବଂ ଆକ୍ରମଣ ସମେତ ବିଭିନ୍ନ ହିଂସା ପରିଚାଳନା କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।