Nitish Kaushal: ଆମେରିକାରେ ଗ୍ୟାଙ୍ଗଷ୍ଟର ନିତୀଶ କୌଶଳ ଗିରଫ
"ୱାସିଂଟନ: ପଞ୍ଜାବର ଭଗବାନପୁରିଆ ଗ୍ୟାଙ୍ଗର ସହଯୋଗୀ କୁଖ୍ୟାତ ନିତୀଶ କୌଶଳ ଆମେରିକାର ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ଦ୍ବାରା ଆମେରିକାର ଭର୍ମଣ୍ଟରେଗିରଫହୋଇଥିବା ଏଫ୍ବିଆଇ ପକ୍ଷରୁ ଗୁରୁବାର କୁହାଯାଇଛି। "ଅପରେସନ୍ ହାର୍ଡ ବଲ୍" ନାମରେ ଏକ ଅପରେସନରେ ଆମେରିକାରେ ଭାରତ ସହିତ ଲିଙ୍କ୍ ଥିବା ତିନୋଟି ସଂଗଠିତ ଅପରାଧ ଗୋଷ୍ଠୀର ୧୫ ଜଣ ସଦସ୍ୟଙ୍କୁ ଗିରଫ କରିବାର କିଛି ସପ୍ତାହ ପରେ ଏହି ଗିରଫଦାରୀ ହୋଇଛି।
ନିତୀଶ କୌଶଳ ସମେତ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଆମେରିକାର ଫେଡେରାଲ ଜେଲରେ ଅତି କମ୍ରେ ୧୦ ବର୍ଷ ଜେଲ କାଟିବାକୁ ପଡ଼ିପାରେ।Advertisment ୩୪ ଜଣଙ୍କ ବିରୋଧରେ ଆମେରିକୀୟ କର୍ତ୍ତୃପକ୍ଷ ଅଭିଯୋଗ ଆଣିଥିଲେ ବିଷ୍ଣୋଇ, ଭଗବାନପୁରିଆ ଓ ଧଣ୍ଡା ସଂଗଠିତ ଅପରାଧ ଗୋଷ୍ଠୀର କାର୍ଯ୍ୟକଳାପ ସହିତ ଜଡିତ ୩୪ ଜଣଙ୍କ ବିରୋଧରେ ଆମେରିକୀୟ କର୍ତ୍ତୃପକ୍ଷ ଅଭିଯୋଗ ଆଣିଥିଲେ।
ତେବେ କୌଶଳଙ୍କ ସମେତ ୧୧ ଜଣ ଏପର୍ଯ୍ୟନ୍ତ ଆମେରିକା କର୍ତ୍ତୃପକ୍ଷଙ୍କ ଦ୍ବାରା ଗିରଫ ହୋଇନଥିଲେ।
କାଲିଫର୍ଣ୍ଣିଆ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟ ନିତୀଶ ବିରୋଧରେ ଜୁନ୍ ୨୫ରେ ଗିରଫ ପରୱାନା ଜାରି କରିଥିଲା।
କୌଶଳ ହତ୍ୟା, ଅପହରଣ, ନିଶା ଦ୍ରବ୍ୟ ଚାଲାଣ, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର ଚାଲାଣ, ଟଙ୍କା ଲଣ୍ଡରିଂ ଓ ମାନବ ଚାଲାଣ ସହିତ ଜଡିତ ଅନ୍ତର୍ଜାତୀୟ ଅପରାଧିକ ସଂଗଠନରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।
ଜଗୁ ଭଗବାନପୁରିଆ ସଙ୍ଗଠିତ ଅପରାଧ ଗୋଷ୍ଠୀ (ଓସିଜି) ପଞ୍ଜାବରେ ଗଠିତ ହୋଇଥିବାବେଳେ କାଲିଫର୍ଣ୍ଣିଆରେ ସକ୍ରିୟ ରହିଛି।
Trump: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି ହୋଇଥିବା ଟ୍ରମ୍ପଙ୍କ ଅଭିଯୋଗ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।