Nirmal Purja: ହିମସ୍ଖଳନରେ ପର୍ବତାରୋହୀ ନିର୍ମଳ ପୁରଜାଙ୍କ ମୃତ୍ୟୁ

Aug 01, 2026 - 18:50
Nirmal Purja: ହିମସ୍ଖଳନରେ ପର୍ବତାରୋହୀ ନିର୍ମଳ ପୁରଜାଙ୍କ ମୃତ୍ୟୁ

"ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀରର ବ୍ରଡ ପିକ୍‌ରେ ପର୍ବତାରୋହଣ ସମୟରେ ହିମସ୍ଖଳନ ଯୋଗୁ ପର୍ବତାରୋହୀ ନିର୍ମଳ ପୁରଜାଙ୍କ ମୃତ୍ୟୁ ହୋଇଛି।

ବିଶ୍ୱର ଦ୍ବାଦଶ ଉଚ୍ଚତମ ପର୍ବତ ବ୍ରଡ ପିକ୍‌ରେ ହିମସ୍ଖଳନରେ ନେପାଳୀ ବଂଶୋଦ୍ଭବ ଏହି ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା "ଏଲିଟ୍ ଏକ୍ସପେଡ୍" କମ୍ପାନି ଶନିବାର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି।

ହିମସ୍ଖଳନ ଯୋଗୁ ପୁରଜା ଓ ଅନ୍ୟ ପାଞ୍ଚ ଜଣ ପର୍ବତାରୋହୀ ଶୁକ୍ରବାରଠାରୁ ନିଖୋଜ ଥିଲେ। "ଏଲିଟ୍ ଏକ୍ସପେଡ୍" କମ୍ପାନି ଇନଷ୍ଟାଗ୍ରାମ ପୋଷ୍ଟରେ କହିଛି ଯେ, ପୁରଜାଙ୍କ ସମେତ ଅନ୍ୟ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଛି।Advertisment  ମୃତକଙ୍କ ମଧ୍ୟରେ ତାଙ୍କ ବିଶ୍ବସ୍ତ ଗାଇଡ ଓ ଅନ୍ୟ ପର୍ବତାରୋହୀ ପୁର୍‌ ବାହାଦୂର ଗୁରୁଙ୍ଗ (ୟୁକ୍ତା) ଓ ନିମା ସେର୍‌ପା ରହିଛନ୍ତି।

କମ୍ପାନି ପକ୍ଷରୁ ସମସ୍ତଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରାଯାଇଛି।

ବ୍ରଡ ପିକ୍‌ କାରା‌କୋରମ ପର୍ବତମାଳାରେ ରହିଛି।

ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ଓ ଚୀନର ଜିନଜିଆଙ୍ଗ ସୀମା ମଧ୍ୟରେ ବିସ୍ତୃତ - ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ କେ୨ ରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ।

ବ୍ରଡ୍‌ ପିକ୍‌ର ୨୧,୬୦୦ ରୁ ୨୧,୮୫୦ ଫୁଟ ଉଚ୍ଚତାରେ ହିମସ୍ଖଳନ ହୋଇଥିଲା।

ପୁରଜା ବ୍ରିଟେନର ଗୁର୍ଖା ବ୍ରିଗେଡ୍ ଓ ରୟାଲ୍ ମାରିନ୍ସର ଏଲିଟ୍ ସ୍ପେଶାଲ୍ ବୋଟ୍ ସର୍ଭିସ୍ (ଏସ୍‌ବିଏସ୍‌)ର ପୂର୍ବତନ ସଦସ୍ୟ ମଧ୍ୟ ଥିଲେ।

ଜଣେ ପୂର୍ଣ୍ଣକାଳୀନ ପର୍ବତାରୋହୀ ଓ ଗାଇଡ୍ ହେବା ପରଠାରୁ ସେ ଅନେକ ପର୍ବତାରୋହଣ ରେକର୍ଡ ସ୍ଥାପନ କରିଥିଲେ।

ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନକୁ ଅନୁମୋଦନ କଲେ ରାଷ୍ଟ୍ରପତି ୨୦୧୯ରେ ସେ ମାତ୍ର ୬ ମାସ ୬ ଦିନରେ ୮୦୦୦ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ସମସ୍ତ ୧୪ଟି ପର୍ବତାରୋହଣ କରି ଇତିହାସ ରଚିଥିଲେ।

୨୦୨୧ରେ ପୁରଜା ନେପାଳୀ ପର୍ବତାରୋହୀଙ୍କ ୧୦ ଜଣିଆ ଟିମ୍‌ ସହିତ କେ୨ ଶୃଙ୍ଗରେ ସଫଳତାର ସହିତ ଶୀତକାଳୀନ ଆରୋହଣ କରିଥିଲେ।

ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ୧୪ ପିକ୍ସ: ନଥିଂ ଇଜ୍‌ ଇମ୍ପସିବଲ୍‌ ନିର୍ମଳ (ନିମ୍ସ) ପୁରଜାଙ୍କୁ ଆଧୁନିକ ପର୍ବତାରୋହଣର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱରେ ପରିଣତ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।