Nikki Murder Case: ନିକ୍କି ଓ ବିପିନ ଅଲଗା ଅଲଗା ବିଛଣାରେ ଶୋଉଥିଲେ! ଘଟଣା ପୂର୍ବରୁ ହିଁ ଥିଲା ଗୋଳମାଳ

ନିକ୍କି ପାୟଲା ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଯାହା ଏହି ଘଟଣାକୁ ଆହୁରି ଜଟିଳ କରୁଛି। ପୋଲିସ ତଦନ୍ତରେ ଅନେକ ନୂଆ ତଥ୍ୟ ମିଳିଛି। ଫରେନ୍ସିକ୍ ଟିମ୍‌କୁ ନିକ୍କିଙ୍କ ରୁମରେ ଅଲଗା ଅଲଗା ଶଯ୍ୟା ମିଳିଛି, ଯା

29 August 2025 02:30 PM IST
Nikki Murder Case: ନିକ୍କି ଓ ବିପିନ ଅଲଗା ଅଲଗା ବିଛଣାରେ ଶୋଉଥିଲେ! ଘଟଣା ପୂର୍ବରୁ ହିଁ ଥିଲା ଗୋଳମାଳ

ନିକ୍କି ପାୟଲା ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ଦିଗ ସାମ୍ନାକୁ ଆସୁଛି । ଯାହା ଏହି ଘଟଣାକୁ ଆହୁରି ଜଟିଳ କରୁଛି। ପୋଲିସ ତଦନ୍ତରେ ଅନେକ ନୂଆ ତଥ୍ୟ ମିଳିଛି। ଫରେନ୍ସିକ୍ ଟିମ୍‌କୁ ନିକ୍କିଙ୍କ ରୁମରେ ଅଲଗା ଅଲଗା ଶଯ୍ୟା ମିଳିଛି, ଯାହା ସେମାନେ ଅଲଗା ଅଲଗା ଶୋଇଥିବା ସନ୍ଦେହ ସୃଷ୍ଟି କରୁଛି।

ପୋଲିସ ଦୁଇଟି ଦିଗରୁ ତଦନ୍ତ କରୁଛି । ଗ୍ରେଟର ନୋଏଡ଼ାରେ ନିକ୍କିଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଛନ୍ତି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ତଦନ୍ତ ଚାଲିଛି । ତେବେ ଏତଲା ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ସିରସା ଗାଁରେ ବିପିନ ଭାଟୀଙ୍କ ଘରେ ପୋଲିସ ଓ ଫରେନ୍ସିକ୍ ଟିମ୍ ତଦନ୍ତ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ନିକ୍କୀଙ୍କ ରୁମରେ ତଦନ୍ତ ବେଳେ ଦେଖାଯାଇଛି ଯେ ସେମାନେ ଅଲଗା ଅଲଗା ଶୋଉଥିଲେ।

ଫରେନ୍ସିକ୍ ଟିମ୍ ଘରୁ କିଛି ପ୍ରମାଣ ସଂଗ୍ରହ କରିଛି। ଘରେ ଥିବା ସିସିଟିଭିର ଡିଭିଆର୍ ଜବତ କରାଯାଇଛି ଏବଂ ଏହାର ଫୁଟେଜ୍ ରିକଭର କରିବା ପାଇଁ ଚେଷ୍ଟା ଚାଲିଛି। ନିକ୍କିଙ୍କ ଭଉଣୀ କାଞ୍ଚନଙ୍କ ଭିଡିଓ ସହ ନିକ୍କୀ ଓ ବିପିନଙ୍କ ମୋବାଇଲ କଲ୍ ଡିଟେଲକୁ ପୋଲିସ କେସ ଡାଏରୀରେ ଅନ୍ତର୍ଭୁକ୍ତ କରିଛି। କାନ୍ଥ, ଦୁଆର ଓ ଆଲମାରୀରୁ ଆଙ୍ଗୁଠି ଚିହ୍ନ ସଂଗ୍ରହ କରାଯାଇଛି। ତଦନ୍ତ ବେଳେ ଟିମ୍ ନିକ୍କିଙ୍କ ରୁମରେ ପହଞ୍ଚିଥିଲା। ସେଠାରେ ଗୋଟିଏ ବିଛଣା ସହ ଆଉ ଗୋଟିଏ ଶଯ୍ୟା ଚଟାଣରେ ରହିଥିବା ଦେଖାଗଲା। ଏହା ସୂଚାଉଛି ଯେ ସ୍ୱାମୀ-ସ୍ତ୍ରୀ ଅଲଗା ଅଲଗା ଶୋଉଥିଲେ।

ଅନୁମାନ କରାଯାଉଛି ଯେ ନିକ୍କି ଓ ବିପିନଙ୍କ ମଧ୍ୟରୁ ଜଣେ ବିଛଣାରେ ଏବଂ ଅନ୍ୟ ଜଣେ ଚଟାଣରେ ଶୋଉଥିଲେ। ସେମାନଙ୍କ ରୁମ ତିନି ମହଲାରେ ଅଛି। ଅଗଷ୍ଟ ୨୧ ତାରିଖରେ ବିପିନ ଓ ନିକ୍କିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ନିଆଁରେ ପୋଡିହୋଇ ନିକ୍କିଙ୍କ ମୃତ୍ୟୁ ହୋଇଥିଲା। ନିକ୍କିଙ୍କ ଭଉଣୀ କାଞ୍ଚନ କହିଛନ୍ତି ଯେ ନିକ୍କି ନିଆଁରେ ଘେରା ହୋଇ ସିଡ଼ିରେ ତଳକୁ ଓହ୍ଲାଉଥିଲେ। ପୋଲିସ ଏହାକୁ ଦୁଇଟି ଦିଗରୁ ତଦନ୍ତ କରୁଛି। ପ୍ରଥମତଃ, ନିକ୍କି ହତାଶ ହୋଇ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି। ଦ୍ୱିତୀୟତଃ, ବିପିନ ନିଆଁ ଲଗାଇ ଥାଇପାରନ୍ତି। ବର୍ତ୍ତମାନ ଅଭିଯୋଗ ଓ ପ୍ରତିଅଭିଯୋଗ ମଧ୍ୟରେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିପିନ ଭାଟୀଙ୍କ ସହ ନିକ୍କିଙ୍କ ଶାଶୁ-ଶ୍ୱଶୁର ଓ ଦେଢଶୂର ରୋହିତଙ୍କୁ ମଧ୍ୟ ଗିରଫ କରିଛି। ପୋଲିସ ସମସ୍ତ ବୟାନ ଓ ଭିଡିଓକୁ ଯାଞ୍ଚ କରୁଛି। ନିକ୍କିଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.