୬୧ ବର୍ଷରେ ପୁଣି ବର ସାଜିଲେ ଆମିର ଖାନ୍: ୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ ଯାଏଁ ତାଙ୍କର ଯାତ୍ରା

Jul 06, 2026 - 16:30
୬୧ ବର୍ଷରେ ପୁଣି ବର ସାଜିଲେ ଆମିର ଖାନ୍: ୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ ଯାଏଁ ତାଙ୍କର ଯାତ୍ରା

ବଲିଉଡର ସୁପରଷ୍ଟାର ତଥା 'ମିଷ୍ଟର ପରଫେକ୍ସନିଷ୍ଟ' ଭାବେ ପରିଚିତ ଆମିର ଖାନ୍ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୬୧ ବର୍ଷ ବୟସରେ ସେ ନିଜର ଦୀର୍ଘଦିନର ବାନ୍ଧବୀ ଗୌରୀ ସ୍ପ୍ରାଟ୍ଟ (Gauri Spratt)ଙ୍କୁ ବିବାହ କରିଛନ୍ତି। ଜୁଲାଇ ୫ ତାରିଖରେ ଏକ ଘରୋଇ ଉତ୍ସବରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ଘରୋଇ ପରିବେଶରେ ସମ୍ପନ୍ନ ହେଲା ବିବାହ

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆମିରଙ୍କ ବାସଭବନରେ ଏହି ରେଜିଷ୍ଟ୍ରି ବିବାହ ସମ୍ପନ୍ନ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଉତ୍ସବରେ କେବଳ ପରିବାରବର୍ଗ ଓ ଅତି ଘନିଷ୍ଠ ବନ୍ଧୁଙ୍କୁ ମିଶାଇ ପ୍ରାୟ ୧୫୦ ଜଣ ଅତିଥି ସାମିଲ ହୋଇଥିଲେ। ବିବାହ ବେଳେ ଗୌରୀ ଏକ ଆକର୍ଷଣୀୟ ଆଇଭୋରୀ ଲେସ୍ ସୁଟ୍ ପିନ୍ଧିଥିବା ବେଳେ, ଆମିର କ୍ଲାସିକ୍ କ୍ରିମ୍ କୁର୍ତ୍ତାରେ ନଜର ଆସିଥିଲେ।

ପୂର୍ବତନ ପତ୍ନୀଙ୍କ ଉପସ୍ଥିତି

ଏହି ବିବାହର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥା ନିଆରା କଥା ଥିଲା ଆମିରଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତ ଏବଂ କିରଣ ରାଓଙ୍କ ଉପସ୍ଥିତି। ଏହି ଉତ୍ସବରେ ଉଭୟ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ପାରସ୍ପରିକ ସମ୍ମାନର ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ସହ ଆମିରଙ୍କ ପିଲା ଇରା ଖାନ୍ଜୁନୈଦ ଖାନ୍ ମଧ୍ୟ ଏହି ଖୁସିରେ ସାମିଲ ହୋଇଥିଲେ।

୨୦ ବର୍ଷରେ ପ୍ରଥମ ପ୍ରେମରୁ ୬୧ରେ ତୃତୀୟ ବିବାହ

ଆମିରଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାର ବିଷୟ ହୋଇରହିଛି। ମାତ୍ର ୨୦ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପ୍ରେମ ରୀନାଙ୍କୁ ବିବାହ କରିଥିଲେ। ପରେ କିରଣ ରାଓଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା। ଏବେ ୬୧ ବର୍ଷରେ ସେ ନିଜଠାରୁ ୧୪ ବର୍ଷ ସାନ ତଥା ୪୭ ବର୍ଷୀୟା ଗୌରୀଙ୍କୁ ତୃତୀୟ ଥର ପାଇଁ ଜୀବନସାଥୀ କରିଛନ୍ତି। ପ୍ରାୟ ୨୫ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲେ ମଧ୍ୟ, ୨୦୨୪ ମସିହାରେ ବେଙ୍ଗାଲୁରୁରେ ସେମାନଙ୍କର ସମ୍ପର୍କ ପୁଣି ଯୋଡ଼ି ହୋଇଥିଲା। ବୟସ କେବଳ ଏକ ସଂଖ୍ୟା ମାତ୍ର, ତାହାକୁ ଆମିର ନିଜର ଏହି ନୂଆ ଜୀବନ ଆରମ୍ଭ କରି ପ୍ରମାଣିତ କରିଛନ୍ତି।From First Love at 20 to Marriage at 61 Aamir Khan's Love Journey

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।