ରାଜଧାନୀରେ ଚାଞ୍ଚଲ୍ୟ: ବାପାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁଅ, ପାରିବାରିକ କଳହ ସନ୍ଦେହ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବାପାକୁ ପଥରରେ ଛେଚି ହତ୍ୟା କଲା ନୃଶଂସ ପୁଅ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ମଞ୍ଚନାଥ ବିହାରରୁ ଆସିଛି ଏହି ଅଭିଯୋଗ । ମୃତକ ହେଉଛନ୍ତି କଣ୍ଟ୍ରାକ୍ଟର କେ ବିଶ୍ବନାଥ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିବା ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ମଞ୍ଚେଶ୍ବର ଥାନା ପୋଲିସ ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ କରୁଛି । ପାରିବାରିକ କଳହ ଯୋଗୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ। ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲା ତାହାକୁ ନେଇ ଛାନ୍ଭିନ୍ ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।