ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଲେ ଚାମେଲୀ ଓଝା
ଭୁବନେଶ୍ୱର: ଆମରଣ ଅନଶନରେ ବସିଲେ ତିଖିରୀ ସରପଞ୍ଚ ଚାମେଲୀ ଓଝା । ମହାକାଳପଡ଼ା BDO ଓ IICଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି ଚାମେଲୀ ଓଝା । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ବିଚାର ଦାବି କରି ଅନଶନ ଆରମ୍ଭ କରିଛନ୍ତି ଚାମେଲୀ । ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଚାମେଲି ।
ସୂଚନାଯୋଗ୍ୟ, ଚାମେଲି ଓଝା ସରପଞ୍ଚ ଉନ୍ନୟନ କାର୍ଯ୍ୟ ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରିବାକୁ ଆସିଥିବାବେଳେ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ଚାମେଲିଙ୍କ ମୋବାଇଲ ଛଡ଼ାଇବା ସହିତ ଗାଳିଗୁଲଜ କରିଥିଲେ । ବିଡିଓ ଅଫିସ୍ରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।