ଚମ୍ପୁଆ ପୋଲିସର ଏନ୍କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ

ଚମ୍ପୁଆ: ଚମ୍ପୁଆ ପୋଲିସକୁ ବଡ଼ ସଫଳତା । ଏନ୍କାଉଣ୍ଟରରେ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ ଆହତ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୩୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ଥିବା କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସକୁ ଏନ୍କାଉଣ୍ଟର ପରେ ଚମ୍ପୁଆ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ନିକଟ ପତଳା ଜଙ୍ଗଲରେ ଚୋରି ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ । ଚୋରୀ ସାମଗ୍ରୀ ଦେଖାଇବାକୁ ଜଙ୍ଗଲ ନେବା ବେଳେ ଅଭିଯୁକ୍ତ ପୋଲିସ ଟିମ୍ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲା ନାଫିସ । ଆତ୍ମରକ୍ଷା ପାଇଁ ପୋଲିସ ତା' ଉପରକୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା। ପରେ ତାକୁ ଗିରଫ କରାଯିବା ସହ ତାଠାରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।