କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Jun 14, 2026 - 08:37
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମେଷ: ରବି, ସୋମ, ମଙ୍ଗଳବାରରେ  ଆଶା କରୁଥିବା ଦିଗରୁ ସୁଫଳ ପାଇବେ। ସମସ୍ୟାର ସମାଧାନ ଘଟିବ। ବୁଧ, ଗୁରୁବାରରେ ଅଧିକ ବିଶ୍ବାସ କରି ଠକାମିରେ ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ଭଲ ରହିବ।

ବୃଷ: ରବି, ସୋମ, ମଙ୍ଗଳବାରରେ ନୂତନ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବୁଧ,ଗୁରୁବାରରେ ପରିବାରଠାରୁ ସହଯୋଗ ନପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ନୂତନ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବୁଧ,ଗୁରୁବାରରେ ପରିବାରଠାରୁ ସହଯୋଗ ନପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

କର୍କଟ: ରବି, ସୋମ, ମଙ୍ଗଳବାରରେ ସ୍ବାସ୍ଥ୍ୟ ଭଲ ରହିବ। ବେପାରରେ ମନମୁତାବକ ଫଳ ପାଇବେ। ବୁଧ,ଗୁରୁବାରରେ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁକ୍ର, ଶନିବାରରେ କୋର୍ଟକଚେରି ମାମଲାରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସିଂହ: ରବି, ସୋମ,ମଙ୍ଗଳବାରରେ କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ବୁଧ, ଗୁରୁବାରରେ ବ୍ୟବସାୟର ପ୍ରସାର ହୋଇପାରେ। ଶୁକ୍ର, ଶନିବାରରେ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦୂରଯାତ୍ରା ଯୋଗ ରହିଛି। 

କନ୍ୟା: ରବି, ସୋମ, ମଙ୍ଗଳବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ପରିବାରରେ ଏକତା ବଢ଼ିବ। ବୁଧ,ଗୁରୁବାରରେ ବ୍ୟବସାୟ ବିସ୍ତାର ପାଇଁ ନୂତନ ପଥ ଉନ୍ମୋଚନ ହେବ। ଶୁକ୍ର, ଶନିବାରରେ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ସୁଖ ସନ୍ତୋଷର ଅଧିକାରୀ ହେବେ।

ତୁଳା: ରବି, ସୋମ, ମଙ୍ଗଳବାରରେ କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବେ। ଭୁଲ୍ ବୁଝାମଣା ପାଇଁ ସମ୍ପର୍କରେ ତିକ୍ତତା ଦେଖାଦେବ। ବୁଧ, ଗୁରୁବାରରେ ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହୋଇପାରେ। ବିଦେଶ ଯାତ୍ରା ଯୋଗ ରହିଛି।

ବିଛା: ରବି, ସୋମ, ମଙ୍ଗଳବାରରେ ମନ ଅସ୍ଥିର ରହିବ। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାେର। ବୁଧ, ଗୁରୁବାରରେ ବ୍ୟବସାୟିକ ଆୟବ୍ୟୟ ସମାନ ରହିବ। ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ।

ଧନୁ: ରବି, ସୋମ,ମଙ୍ଗଳବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ଦୀର୍ଘଦିନର ଆଶା ପୂରଣ ହେବ। ବୁଧ, ଗୁରୁବାରରେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ବ୍ୟବସାୟରେ ଲାଭାନ୍ବିତ ହେବେ। କଠିନ ପରିଶ୍ରମ କରି ସଫଳତା ପାଇବେ।

ମକର: ରବି, ସୋମ, ମଙ୍ଗଳବାରରେ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ବୁଧ, ଗୁରୁବାରରେ ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ଲାଭବାନ ହେବେ। ଶୁକ୍ର, ଶନିବାରରେ ଉଚ୍ଚ ଆଶା ପୂରଣ ହେବେ। କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବେ। 

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ି ଯାଇପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ଶୁକ୍ର, ଶନିବାରରେ ସମସ୍ୟାରେ ପଡ଼ିଯାଇ ପାରନ୍ତି। ବ୍ୟବସାୟରେ କ୍ଷତି ସହିପାରନ୍ତି। 

ମୀନ: ରବି, ସୋମ,ମଙ୍ଗଳବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ବୁଧ, ଗୁରୁବାରରେ  ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ  ପରିବାର ସହଯୋଗରେ ଅର୍ଥଚିନ୍ତା ଦୂର ହେବ। ସନ୍ତାନମାନେ କ୍ୟାରିୟରରେ ଉନ୍ନତି କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।