ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା ସୁବିଧା: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନ୍ସର ଚିକିତ୍ସା ସୁବିଧା । ଏନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏଣିକି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଲୋକଙ୍କୁ କର୍କଟ ରୋଗ ଚିକିତ୍ସା ଯୋଗାଇ ଦିଆଯିବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବହୁ ରୋଗୀ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବାରେ ସକ୍ଷମ ହେବେ।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନାକୁ ଚଳିତ ବର୍ଷ ରାଜ୍ୟ ବଜେଟରେ ସାମିଲ କରାଯାଇଛି। ଏହା ସହିତ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଅଧୀନରେ ଥିବା ୧୨୧ଟି ଚିକିତ୍ସା ପ୍ୟାକେଜ୍ ମଧ୍ୟରେ କର୍କଟ ରୋଗ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଯୋଜନା ଅଧୀନରେ କର୍କଟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ, ଯାହାଦ୍ୱାରା ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକେ ଉନ୍ନତ ଡାକ୍ତରୀ ସେବା ପାଇପାରିବେ। 'ଆର୍ଥିକ ସମସ୍ୟା ଯୋଗୁଁ ଯେପରି କୌଣସି ରୋଗୀ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି' ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।