Vigilance Raid: ୫୦ ଲକ୍ଷ ଟଙ୍କାର ବିଲ୍ ପାସ୍ ପାଇଁ ୨ ଲକ୍ଷ ଲାଞ୍ଚ: ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ ନିର୍ବାହୀ ଯନ୍ତ୍ରୀ

Jun 24, 2026 - 12:47
Vigilance Raid: ୫୦ ଲକ୍ଷ ଟଙ୍କାର ବିଲ୍ ପାସ୍ ପାଇଁ ୨ ଲକ୍ଷ ଲାଞ୍ଚ: ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ ନିର୍ବାହୀ ଯନ୍ତ୍ରୀ

ରାୟଗଡ଼ା, ୨୪/୦୨: ଆଉ ୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ । ହେଲେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ । ଗତକାଲି ରାତିରେ ଜଣେ ଠିକାଦାରଙ୍କ ଠାରୁ ୫୦ ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇଦେବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏତିକି ବେଳେ ରାୟଗଡା ଭିଜିଲାନ୍ସ ବିଭାଗର ୧୦ ଜଣିଆ ଟିମ୍ ନିର୍ବାହୀ ଯନ୍ତ୍ରୀଙ୍କ ରାୟଗଡା ସରକାରୀ ବାସଭବନରେ ଚଢାଉ କରି ଲାଞ୍ଚ ନେବା ବେଳେ ଧରିଥିଲେ । ପରେ ଏକାକାଳୀନ ତାଙ୍କ ଭୁବନେଶ୍ବର ନନ୍ଦନ ବିହାରସ୍ଥିତ ବାସଭବନ ଓ ନୟାଗଡର ପୈତୃକ ଘରେ ମଧ୍ୟ ଚଢାଉ ହୋଇଥିଲା ।

 ରେଡ୍ ବେଳେ ରାୟଗଡା ସରକାରୀ କ୍ବାଟରରୁ ଅତିରିକ୍ତ ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ଇମ୍ଫୋଭାଲି ନନ୍ଦନ ବିହାରରେ ଥିବା ପ୍ରସନ୍ନ ପଟ୍ଟନାୟକଙ୍କ ଆଲିସାନ ବଙ୍ଗଳାରେ ରେଡ କରିଥିଲା । ଏହି ବଙ୍ଗଲାର ଛାତ ଉପରେ ସୁଇମିଙ୍ଗ ପୁଲ ଥିବା ଦେଖିବାକୁ ମିଳିଛି । କୋରାପୁଟ୍ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅନ୍ୟପଟେ ପୂର୍ବରୁ ନିର୍ବାହୀ ଯନ୍ତ୍ରୀ ପ୍ରଶନ୍ନ ପଟ୍ଟନାୟକଙ୍କ ଏପରି ଲାଞ୍ଚଖୋର୍ ମନୋଭାବକୁ ନେଇ ଜିଲ୍ଲା ଠିକାଦାର ସଂଘ ମଧ୍ୟ ବିରୋଧ କରିଆସୁଥିଲା।

ଅଧିକ ପଢନ୍ତୁ- BJD split Fear : ବଙ୍ଗ, ମହାରାଷ୍ଟ୍ର ପରେ ପଡ଼ିବ କି ଓଡ଼ିଶା ପାଳି ? ଅପରେସନ ପଦ୍ମରେ ଛାତି ଧଡ଼ଧଡ଼, ଦି ଫାଳ ହେବ ବିଜେଡି !