01 AUGUST 2026

Welcome!

Unlock your personalized experience.
Sign Up

US Israel Iran conflict : ଇରାନ ଉପରେ ହେବ କି ଭୟଙ୍କର ଆକ୍ରମଣ ? ଆମେରିକୀୟ ସେନାକୁ ବଡ଼ ଧରଣର ହମଲା ନେଇ ଟ୍ରମ୍ପଙ୍କ ଅନୁମୋଦନ

Aug 01, 2026 - 17:13
US Israel Iran conflict : ଇରାନ ଉପରେ ହେବ କି ଭୟଙ୍କର ଆକ୍ରମଣ ? ଆମେରିକୀୟ ସେନାକୁ ବଡ଼ ଧରଣର ହମଲା ନେଇ ଟ୍ରମ୍ପଙ୍କ ଅନୁମୋଦନ

ୱାଶିଂଟନ : ପଶ୍ଚିମ ଏସିଆରେ ଗତ ପାଞ୍ଚ ମାସ ହେବ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି ସ୍ଥିତିରେ ଏବେ ଦୁଇ ପାର୍ଶ୍ୱରୁ ହେଉଥିବା ଭୀଷଣ ଆକ୍ରମଣ ମଧ୍ୟରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସେନାକୁ ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ମଞ୍ଜୁରୀ ପ୍ରାଦନ କରିଛନ୍ତି।

ମିଡିଆ ରିପୋର୍ଟ ମୁତାବିକ , ଆମେରିକା ଓ ଇସ୍ରାଏଲ ମିଶି ଏହି ସପ୍ତାହର ଶେଷ ଭାଗରେ ଅର୍ଥାତ୍ ଶନିବାର –ରବିବାରରେ ହିଁ ଇରାନର ଶକ୍ତିକେନ୍ଦ୍ର ଉପରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଭୟଙ୍କର ବୋମା ମାଡ଼ କରି ପାରନ୍ତି। ଏହି ମାମଲାରେ ଟ୍ରମ୍ପ କଠୋର ଅନ୍ଦାଜରେ କହିଛନ୍ତି , ଆମେରିକା ଇରାନ ଉପରେ ଏତେ ଜୋରଦାର ଆକ୍ରମଣ କରିବ ଯେ, ଶେଷରେ ଇରାନ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହେବ।

ମିଡିଆ ରିପୋର୍ଟ୍ସ ଅନୁସାରେ , ଆମେରିକା ଓ ଇସ୍ରାଏଲର ସେନା ଇରାନର ତୈଳ ରିଫାଇନରୀ ଓ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରି ପାରନ୍ତି। ବିଶ୍ୱର ଆର୍ଥିକ ଓ ସେୟାର ବଜାର ଖୋଲିବା ପୂର୍ବରୁ ହିଁ ହମଲାକୁ ସଫଳ କରିବାର ଯୋଜନା ଉପରେ ଚର୍ଚ୍ଚା ହେଉଛି। ମାମଲାରେ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) କହିଛି ଯେ, ଆମେରିକୀୟ ସେନା ଏହି ଆକ୍ରମଣ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ।

କହି ରଖୁଛୁ କି, କ୍ୟାମ୍ପ ଡେଭିଡର ରାଷ୍ଟ୍ରପତି ନିବାସରେ ନିଜର କ୍ୟାବିନେଟ୍ ବୈଠକ ବେଳେ ଟ୍ରମ୍ପ ଇରାନକୁ ଖୋଲା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ଆମେ ତାଙ୍କ ଉପରେ ବହୁତ ଜୋରଦାର ଆକ୍ରମଣ କରିବାକୁ ଯାଉଛୁ ଏବଂ ଗୋଟେ ସମୟ ଏମିତି ଆସିବ ଯେବେ ସେ କହିବେ ଯେ, ଏବେ ଆମେ ଏହାକୁ ଆଉ କ୍ଷତି କରିବୁ ନାହିଁ। ନିଜର ବିବୃତ୍ତିରେ ଟ୍ରମ୍ପ ଆହୁରି କହିଛନ୍ତି , ତାଙ୍କର ଏକମାତ୍ର ଲକ୍ଷ୍ୟ ଯୁଦ୍ଧ ଜିତିବା। ସେ ଇରାନ ଉପରେ ମିଛ କହିବା ଓ କଥାକୁ ବୁଲାଇବାର ଅଭିଯୋଗ କରିଛନ୍ତି। କହିଛନ୍ତି - ସେ ଏବେ ଇରାନ ଉପରୁ ଭରସା ଓ ବିଶ୍ୱାସ ହରାଇବାରେ ଲାଗିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ - 'ଟାରିଫ୍ ଧମକ ଦେଇ ବନ୍ଦ କରିଥିଲି ଭାରତ-ପାକିସ୍ତାନ ଯୁଦ୍ଧ'; ପୁରୁଣା ଦାବି ଦୋହରାଇଲେ ଟ୍ରମ୍ପ, ଜାଣନ୍ତୁ ଭାରତର ଜବାବ

ୱାଲ ଷ୍ଟ୍ରିଟ୍ ଜର୍ନାଲ ଓ ସିବିଏସ ନ୍ୟୁଜର ରିପୋର୍ଟ ଅନୁସାରେ , ଆମେରିକା ଓ ଇସ୍ରାଏଲ ଇରାନର ପାୱାର ପ୍ଲାଣ୍ଟ ଓ ତୈଳ ରିଫାଇନାରୀ ଗୁଡ଼ିକ ଉପରେ ଭୀଷଣ ହମଲା କରିବାର ପ୍ରସ୍ତୁତିରେ ଅଛନ୍ତି। ଏହି ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଇରାନର ଅଣ୍ଟା ଭାଙ୍ଗି ତାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।