WEDNESDAY
08 JULY 2026

Welcome!

Unlock your personalized experience.
Sign Up

US Airstrikes on Iran: ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ, ବୋମାମାଡ଼ରେ ଥରିଉଠିଲା ଆବ୍ବାସ ସହ କେଶେମ ଦ୍ୱୀପ

Jul 08, 2026 - 07:57
US Airstrikes on Iran: ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ, ବୋମାମାଡ଼ରେ ଥରିଉଠିଲା ଆବ୍ବାସ ସହ କେଶେମ ଦ୍ୱୀପ

ନୂଆଦିଲ୍ଲୀ,୦୮/୦୭; ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା । ଇରାନ ଉପରେ ପୁଣି ଆମେରିକାର ଆକ୍ରମଣ । ଗତକାଲି ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ୩ ଜାହଜାକୁ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେଇ ଜବାବ ଦେଇଛି ୱାସିଂଟନ । ଇରାନ ଉପରେ ପୁଣି ବୋମା ବର୍ଷା କରିଛି । ଆକ୍ରମଣରେ ଦୋହଲି ଉଠିଛି ଅବ୍ବାସ ପୋର୍ଟ ଅଫ୍ ସିରିଜ୍ ସହ କେଶେମ ଦ୍ୱୀପ । ଏକାଧିକ ସ୍ଥାନରେ ଆକ୍ରମଣ କରିଛି ଇରାନ ।ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ଏହା ଏକ ନୂଆ ମୋଡ ବୋଲି ବିବେଚନା କରାଯାଉଛି । ଯୁଦ୍ଧ ସମାପ୍ତ କରିବାର ପ୍ରୟାସ ଉପରେ ଏବେ ଖଣ୍ଡା ଝୁଲୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।