13 JUNE 2026

Welcome!

Unlock your personalized experience.
Sign Up

US admits firing Hellfire missiles : ହଁ , ଆମେ ଛାଡ଼ିଛୁ ଦୁଇଟି ‘ ହେଲଫାୟାର ମିସାଇଲ ‘ ; ଆମେରିକା ମାନିଲା ଭାରତୀୟ ଟିମର ୩ୟ ଜାହାଜ ଉପରେ କରିଥିବା ଆକ୍ରମଣ କଥା

Jun 11, 2026 - 20:35
US admits firing Hellfire missiles : ହଁ , ଆମେ ଛାଡ଼ିଛୁ ଦୁଇଟି ‘ ହେଲଫାୟାର ମିସାଇଲ ‘ ; ଆମେରିକା ମାନିଲା ଭାରତୀୟ ଟିମର ୩ୟ ଜାହାଜ ଉପରେ କରିଥିବା ଆକ୍ରମଣ କଥା

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ଏହି ମଧ୍ୟରେ , ହୋର୍ମୁଜ ସାମୁଦ୍ରିକ ମାର୍ଗରେ ଓମାନ ସିନାସ ବନ୍ଦର ନିକଟରେ ଭାରତୀୟ ଟିମର ଜାହାଜ ଏମଟି ଜଳବୀର ଉପରେ ଅଗ୍ନିକାଣ୍ଡର ଘଟଣା ପରେ, ଆମେରିକା ଏହା ସ୍ୱୀକାର କରିଛି ଯେ, ସେ ହିଁ ସେହି ଜାହାଜ ଉପରେ ଆକ୍ରମଣ କରି ଥିଲା। ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ( CENTCOM) ନିଜେ ସ୍ୱୀକାର କରିଛି ଯେ, ସେ ଭାରତୀୟ ଚାଳକ ଦଳର ଆଉ ଏକ ବାଣିଜ୍ୟିକ ଜାହାଜ ‘ ଏମଟି ଜଳବୀର’ର ଇଞ୍ଜିନ ରୁମ୍ ଉପରେ ଦୁଇଟି ଘାତକ ହେଲଫାୟାର ମିସାଇଲ ଆକ୍ରମଣ କରି ଥିଲା। ଉପସାଗରୀୟ ଅଞ୍ଚଳରେ ଭାରତୀୟ ନାବିକଙ୍କ ସୁରକ୍ଷାକୁ ଅଣଦେଖା କରି କରାଯାଇ ଥିବା ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ମହଲରେ ହଇଚଇ ସୃଷ୍ଟି କରିଛି।

ଚଳିତ ସପ୍ତାହରେ ଓମାନ ନିକଟରେ ଭାରତୀୟ କ୍ରୁ ସଦସ୍ୟଙ୍କ କୌଣସି ଏକ ଜାହାଜରେ ହୋଇଥିବା ଏହି ୩ୟ ଆକ୍ରମଣ। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ,ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ କହିଛି – ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ( CENTCOM ) ଗିନି-ବିସାଇର ପତାକା ଥିବା ଏମ/ଟି ଜଳବୀର ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି, କାରଣ ସେ ଓମାନ ଉପସାଗର ମାଧ୍ୟମରେ ଇରାନରୁ ତୈଳ ନେଇ ଯିବାକୁ ଚେଷ୍ଟା କରୁଥିଲା। ୟୁଏସ ସେନାର ନିର୍ଦ୍ଦେଶକୁ ବାରମ୍ୱାର ପାଳନ କରିବା ଉପରେ, ୟୁଏସର ଏକ ଏୟାରକ୍ରାଫ୍ଟ ଜାହାଜର ଇଞ୍ଜିନ ରୁମରେ ଦୁଇଟି ହେଲଫାୟାର ମିସାଇଲ ମାଡ଼ କରିଥିଲା।

ଗୋଟିଏ ସପ୍ତାହରେ ୩ୟ ଆକ୍ରମଣ : ଟାର୍ଗେଟ୍‌ରେ କି ଭାରତୀୟ ନାବିକ ?

ଏହା ଏକମାତ୍ର ଘଟଣା ନୁହେଁ, ବରଂ ଗତ ସାତ ଦିନ ଭିତରେ ଭାରତୀୟ କ୍ରୁ ସଦସ୍ୟଙ୍କ ଜାହାଜ ଉପରେ କରାଯାଇ ଥିବା ଏହି ୩ୟ ଆମେରିକୀୟ ଆକ୍ରମଣ। କହି ରଖୁଛୁ କି ଗିନି-ବିସାଇ ପତାକା ଥିବା ଏମଟି ଜଳବୀର ଜାହାଜରେ ୨୦ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ଏବେସୁଦ୍ଧା କେବଳ ୫ଜଣଙ୍କୁ ରକ୍ଷା କରାଯାଇ ପାରିଛି। ଆମେରିକାର ଦାବି ଯେ, ଏହି ଜାହାଜ ଇରାନର ତୈଳ ନେଇ ଯାଉଥିଲା ଏବଂ ନିର୍ଦ୍ଦେଶ ମାନିବାରେ ବିଫଳ ରହି ଥିଲା। ଏହା ପୂର୍ବରୁ ବୁଧବାର ଓମାନ ଉପକୂଳ ନିକଟରେ ସେଟେବେଲୋ ଉପରେ ଆମେରିକା ଆକ୍ରମଣ କରି ଥିଲା, ଯେଉଁଥିରେ ୩ ଜଣ ଭାରତୀୟ ନିଖୋଜ ନାବିକଙ୍କ ମୃତ୍ୟୁ ହୋଇ ସାରିଛି ଏବଂ ୨୧ ଜଣଙ୍କୁ ଉଦ୍ଧାର କରାଯାଇ ଥିଲା।

ସୋମବାର ଏମଟି ମାରିଭେକ୍ସ ଜାହାଜ ଉପରେ ହୋଇଥିଲା ଆକ୍ରମଣ –

ଏହା ପୂର୍ବରୁ ସୋମବାର ଏମଟି ମାରିଭେକ୍ସ ଜାହାଜ ଉପରେ ହୋଇଥିବା ଆକ୍ରମଣ ପରେ ଭୀଷଣ ନିଆଁ ଲାଗି ଯାଇଥିଲା, ଯେଉଁଥିରେ ୨୪ ଜଣ ଭାରତୀୟ ନାବିକ ଥିଲେ। ଏହି ସବୁ ଆକ୍ରମଣ ପରେ ଭାରତ କଡ଼ା ପ୍ରତିକ୍ରିୟା କରିଛି ଏବଂ କହିଛି , ଏମିତି ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ୍। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନେଇ ନିଜର ନିରବତା ଭାଙ୍ଗିଛି ଏବଂ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛି। ଭାରତ ଏହି ଘଟଣାକୁ ନେଇ ଖୁବ୍ ଚିନ୍ତାଜନକ ଦର୍ଶାଇ ସ୍ପଷ୍ଟ ରୂପେ କହିଛି ଯେ, ଭାରତୀୟ ନାବିକଙ୍କୁ ଟାର୍ଗେଟ୍ କରିଥିବା ଏହି ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ୍।

ଏହା ମଧ୍ୟ ପଢନ୍ତୁ : ଆମେରିକା ସେନା ଆକ୍ରମଣରେ ୩ ଭାରତୀୟ ନିହତ, ଭାରତର କଡ଼ା ନିନ୍ଦା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।