02 JULY 2026

Welcome!

Unlock your personalized experience.
Sign Up

Time Travel: ଭବିଷ୍ୟତରୁ ଫେରିଲେ ରହସ୍ୟମୟ ବ୍ୟକ୍ତି; ତୃତୀୟ ବିଶ୍ୱଯୁଦ୍ଧକୁ ନେଇ କଲେ ଏମିତି ଭବିଷ୍ୟବାଣୀ, ଉଡ଼ିଯିବ ହୋସ୍ !

Jul 02, 2026 - 15:11
Time Travel: ଭବିଷ୍ୟତରୁ ଫେରିଲେ ରହସ୍ୟମୟ ବ୍ୟକ୍ତି; ତୃତୀୟ ବିଶ୍ୱଯୁଦ୍ଧକୁ ନେଇ କଲେ ଏମିତି ଭବିଷ୍ୟବାଣୀ, ଉଡ଼ିଯିବ ହୋସ୍ !

ନୂଆଦିଲ୍ଲୀ, ୨।୭: ଆପଣ କେବେ ଭାବିଛନ୍ତି କି ଆମ ଭବିଷ୍ୟତର ଦୁନିଆ କେମିତି ହେବ ? ବିଜ୍ଞାନ କୁହେ ଏହା କେବଳ ଏକ କଳ୍ପନା, କିନ୍ତୁ ଜଣେ ବ୍ୟକ୍ତି ଦାବି କରିଛନ୍ତି କି ସେ ଭବିଷ୍ୟତ ଦେଖି ସାରିଛନ୍ତି । ୯୨ ବର୍ଷ ଆଗକୁ ଯାଇ ଭବିଷ୍ୟତର ଦୁନିଆ ଦେଖି ଫେରିଛନ୍ତି ଜଣେ ବ୍ୟକ୍ତି । ସେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଯେଉଁ ଭୟଙ୍କର ଦାବି କରିଛନ୍ତି, ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଆସନ୍ତୁ ଜାଣିବା କ’ଣ ରହିଛି ସେହି ରହସ୍ୟମୟ ଟାଇମ୍ ଟ୍ରାଭେଲରଙ୍କ ସାଂଘାତିକ ଖୁଲାସା । ୧୯୮୧ରୁ ସିଧାସଳଖ ୨୧୧୮ ମସିହାକୁ ଯାତ୍ରା । ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ହେବ ତୃତୀୟ ବିଶ୍ୱଯୁଦ୍ଧ । ୨୦୨୮ ସୁଦ୍ଧା ସାମ୍ନାକୁ ଆସିବେ ଏଲିଅନ୍ସ, ସମସ୍ତଙ୍କ ପାଇଁ ଖୋଲିବ ଟାଇମ୍ ଟ୍ରାଭେଲ୍ । ଏହି ଚାଞ୍ଚଲ୍ୟକର ଦାବି କରିଛନ୍ତି ଆଲେକ୍ସଜାଣ୍ଡାର ସ୍ମିଥ୍ ନାମକ ଜଣେ ବ୍ୟକ୍ତି । ଏକ ପ୍ରସିଦ୍ଧ ୟୁଟ୍ୟୁବ୍ ଚ୍ୟାନେଲ୍ରେ ନିଜ ଚେହେରାକୁ ଏକ ପ୍ଲାଷ୍ଟିକ୍ ମାସ୍କ ପଛରେ ଲୁଚାଇ ସେ ସାରା ବିଶ୍ୱ ଆଗରେ ଏନେଇ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାରଙ୍କ କହିବାନୁସାରେ, ୧୯୮୧ ମସିହାରେ ଆମେରିକାର ଗୁପ୍ତଚର ସଂସ୍ଥା CIA ର ଏକ ଅତି ସିକ୍ରେଟ୍ ପ୍ରୋଜେକ୍ଟ ଅଧୀନରେ ତାଙ୍କୁ ଟାଇମ୍ ଟ୍ରାଭେଲ୍ ଜରିଆରେ ସିଧାସଳଖ ୨୧୧୮ ମସିହାକୁ ପଠାଯାଇଥିଲା ।

"ଏବେ ସେହି ସମୟ ଆସିଯାଇଛି, ଯେତେବେଳେ ସାରା ମାନବ ଜାତିକୁ ଏହି ଗୁପ୍ତ ସତ ଜାଣିବା ଦରକାର । ମୋ ପାଖରେ ଭବିଷ୍ୟତର ଏମିତି ଅନେକ ବୈଜ୍ଞାନିକ ଜ୍ଞାନକୌଶଳର ତଥ୍ୟ ରହିଛି, ଯାହା ପୂରା ଦୁନିଆକୁ ବଦଳାଇ ଦେଇପାରେ ।" ବୋଲି ଆଲେକ୍ସଜାଣ୍ଡାର୍ ସ୍ମିଥ୍ ବୟାନ ଦେଇଛନ୍ତି । କିନ୍ତୁ ସବୁଠାରୁ ଡରାଇଲା ଭଳି କଥା ହେଉଛି ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ । ଆଲେକ୍ସଜାଣ୍ଡାରଙ୍କ କହିବା କଥା, ଚଳିତ ଶତାବ୍ଦୀ ମଧ୍ୟରେ ହିଁ ପୃଥିବୀ ଏକ ମହାବିନାଶକାରୀ ଯୁଦ୍ଧର ସାମ୍ନା କରିବ । ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଏହି ଯୁଦ୍ଧ ଆରମ୍ଭ ହେବ । ପରବର୍ତ୍ତୀ ସମୟରେ ରୁଷ ମଧ୍ୟ ଉତ୍ତର କୋରିଆ ସପକ୍ଷରେ ବାହାରିବ । ଏହି ଯୁଦ୍ଧରେ ଏଭଳି ସାଂଘାତିକ ମିସାଇଲ୍ ପ୍ରୟୋଗ କରାଯିବ ଯାହା ପୃଥିବୀର ଅଧାରୁ ଅଧିକ ଅଂଶକୁ ଛାରଖାର କରିଦେବ । ଏହି ଯୁଦ୍ଧ ପରେ ସବୁ ଦେଶର ସୀମା ମାନଚିତ୍ରରୁ ଲିଭିଯିବ ଏବଂ ସାରା ପୃଥିବୀ ଗୋଟିଏ ଦେଶରେ ପରିଣତ ହେବ । ମଣିଷ ଭିତରେ ପରସ୍ପର ପ୍ରତି ପ୍ରେମଭାବ ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ... NASA X-59 aircraft : ନାସାର ଏକ୍ସ-୫୯ ବିମାନର ସଫଳ ପରୀକ୍ଷଣ, ଶବ୍ଦ ବିନା ଉଡ଼ିବ ସୁପରସୋନିକ୍ ବିମାନ

ଏବେ ପ୍ରଶ୍ନ ଉଠୁଛି କେବେ ଏବେ କେଉଁ ବର୍ଷ ହେବ ଏହି ଚମତ୍କାର ? ଆଲେକଜାଣ୍ଡାରଙ୍କ କହିବାନୁଯାୟୀ, ୨୦୨୮ରେ ଏଭଳି ଚମତ୍କାର ହେବ । ଏହା ସହିତ ଆଲେକ୍ସଜାଣ୍ଡାର ଆଉ ଦୁଇଟି ଆଶ୍ଚର୍ଯ୍ୟଜନକ ଦାବି ମଧ୍ୟ କରିଛନ୍ତି । ଗୋଟିଏ ହେଉଛି ଏଲିଅନ୍ସଙ୍କ ସହ ବସବାସ । ଆସନ୍ତା ୨୦୨୮ ମସିହା ସୁଦ୍ଧା ଆମେରିକା ସରକାର ଏଲିଅନ୍ସଙ୍କ ଅସ୍ତିତ୍ୱ ବିଷୟରେ ଆନୁଷ୍ଠାନିକ ଘୋଷଣା କରିବେ । ଭବିଷ୍ୟତରେ ମଣିଷ ଓ ଏଲିଅନ୍ସ ଏକାଠି ସହରରେ ବାସ କରିବେ । ଦ୍ୱିତୀୟଟି ହେଉଛି ସମସ୍ତଙ୍କ ପାଇଁ ଟାଇମ୍ ଟ୍ରାଭେଲ୍ । ୨୦୨୮ ମସିହାରୁ ହିଁ ସାଧାରଣ ଜନତାଙ୍କ ପାଇଁ ବ୍ୟବସାୟିକ ଭାବେ ଟାଇମ୍ ଟ୍ରାଭେଲ୍ର ସୁବିଧା ଉପଲବ୍ଧ ହେବ ।

ତେବେ ଏହି ଦାବିକୁ ନେଇ ବିଜ୍ଞାନ କ’ଣ କହୁଛି, ଆସନ୍ତୁ ଜାଣିବା । ତେବେ ଏହି ସବୁ ଦାବି ଶୁଣିବାକୁ ଯେତିକି ରୋମାଞ୍ଚକର, ଆଧୁନିକ ବିଜ୍ଞାନ ଏହାକୁ ସେତିକି ହିଁ ପ୍ରତ୍ୟାଖ୍ୟାନ କରିଛି । ଏ ସମ୍ପର୍କରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଭୌତିକ ବିଜ୍ଞାନୀ ଗ୍ୟାରୀ ହୋରୋଭିଟ୍ସ କହିଛନ୍ତି ଯେ, ଟାଇମ୍ ଟ୍ରାଭେଲର ଚିନ୍ତାଧାରା ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ, କିନ୍ତୁ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଅନୁସାରେ ମଣିଷ ପାଇଁ ଏଭଳି ସମୟ ଯାତ୍ରା କରିବା ଆଦୌ ସମ୍ଭବପର ହୋଇନାହିଁ । ତେବେ ଏହି ମାସ୍କ ପଛରେ ଥିବା ବ୍ୟକ୍ତିଜଣକ ସତ କହୁଛନ୍ତି ନା ଏହା କେବଳ ଏକ ମନଗଢ଼ା କାହାଣୀ, ତାହା ତ ସମୟ ହିଁ କହିବ ।