Welcome!

Unlock your personalized experience.
Sign Up

Supplementary Result: ଅଗଷ୍ଟ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫଳ, ଅନ୍ତିମ ପର୍ଯ୍ୟାୟରେ ଡିଜିଟାଲ୍‌ ଭାଲୁଏସନ୍‌

Jul 27, 2026 - 09:28
Supplementary Result: ଅଗଷ୍ଟ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଫଳ, ଅନ୍ତିମ ପର୍ଯ୍ୟାୟରେ ଡିଜିଟାଲ୍‌ ଭାଲୁଏସନ୍‌

କଟକ,୨୭/୦୭: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆସନ୍ତା ଅଗଷ୍ଟ  ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଷ୍ଟେଟ୍‌  ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌(ଏସ୍‌ଓଏସ୍‌ସି)  ପରୀକ୍ଷା ଫଳ ମଧ୍ୟ ଏକ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା  ପରିଷଦ(ବୋର୍ଡ)ସୂତ୍ରରୁ ସୂଚନା ମିଳିଛି ।  

ଅବଜେକ୍ଟିଭ୍‌ ଓ ସବଜେକ୍ଟିଭ୍‌ ଉତ୍ତର ଖାତାଗୁଡ଼ିକର ଡିଜିଟାଲ୍‌ ଭାଲୁଏସନ୍‌ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସବଜେକ୍ଟିଭ୍‌  ଉତ୍ତର ଖାତାର ମୂଲ୍ୟାୟନ ପ୍ରଥମ ଥର  ପାଇଁ ଅନ୍‌ ସ୍କ୍ରିନ୍‌ରେ କରାଯାଇଛି । ତେଣୁ  ମୂଲ୍ୟାୟନକାରୀମାନେ ନାଲି ପେନ୍‌ରେ  ଭୁଲ୍‌ ଠିକ୍‌ ବାଛି ନମ୍ବର ଦେବା ବଦଳରେ  ଲାପ୍‌ଟପ୍‌ର ସ୍କ୍ରିନ୍‌ ଉପରେ ମାଉସ୍‌ରେ କ୍ଲିକ୍‌  କରି ରେଡ୍‌ ମାର୍କ ଦେଉଛନ୍ତି । ଡିଜିଟାଲ୍‌  ଭାଲୁଏସନ୍‌ କଟକ, ଭୁବନେଶ୍ୱର ଓ  ସମ୍ବଲପୁରରେ ଚାଲିଛି । ୪ ଶହ ଶିକ୍ଷକ ଏହି  ଡିଜିଟାଲ୍‌ ଭାଲୁଏସନ୍‌ରେ ସାମିଲ୍‌ ଅଛନ୍ତି ।  

​​​​​​​ଅଧିକ ପଢ଼ନ୍ତୁ :-  Son evicts father : ଘରୁ ତଡ଼ିଦେଲେ ପୁଅବୋହୂ, ୧୫ ଦିନ ହେଲା ବସ୍‌ଷ୍ଟପ୍‌ରେ ବସି ଭାଗ୍ୟକୁ ନିନ୍ଦୁଛନ୍ତି ବୃଦ୍ଧ
​​​​​​​

ସୂଚନାଥାଉକି, ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ  ଏସ୍‌ଓଏସ୍‌ସି ପରୀକ୍ଷା ପାଇଁ ରାଜ୍ୟରେ  ୨୪ ହଜାର ୪୭୦ ଜଣ ଆବେଦନ  କରିଥିଲେ । ୩୦ଟି ଯାକ ଜିଲ୍ଲାରେ ୨୫୧ଟି  କେନ୍ଦ୍ରରେ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ  ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ଏସ୍‌ଓଏସ୍‌ସି  ପରୀକ୍ଷା ୧୨ ହଜାରରୁ ଅଧିକ ପରୀକ୍ଷାର୍ଥୀ  ଦେଇଥିଲେ । ଏବେ ରାଜ୍ୟରେ +୨ ଆଡ ମିସନ୍‌ ପ୍ରକ୍ରିୟା ଚାଲିଛି । ଜୁଲାଇ ୯ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଏବେ ସୁଦ୍ଧା  ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି । ଅଗଷ୍ଟ  ମାସ ପ୍ରଥମ ସପ୍ତାହ ବେଳକୁ ମାଟ୍ରିକ୍‌  ସପ୍ଲିମେଣ୍ଟାରୀ ଫଳ ଓ ଏସ୍‌ଓଏସ୍‌ସି  ପରୀକ୍ଷା ପ୍ରକାଶ ପାଇଲେ ଏଥିରେ କୃତ କାର୍ଯ୍ୟ ପରୀକ୍ଷାର୍ଥୀ ଡିଜିଟାଲ୍‌ ସାର୍ଟିଫିକେଟ୍‌  ପାଇ ଶେଷ ପର୍ଯ୍ୟାୟରେ +୨ରେ ଆଡ ମିସନ କରିବାର ସୁଯୋଗ ପାଇପାରିବେ  ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।