Sudhir Patra Case: ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା, ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ୬୮ ଜଣ ସାକ୍ଷୀ
ବ୍ରହ୍ମପୁର/ଗୋପାଳପୁର,୨୧/୦୭: ବହୁ ଚର୍ଚ୍ଚିତ ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଜେଏମଏଫସି (ଗ୍ରାମାଞ୍ଚଳ)କୋର୍ଟରେ ଗତକାଲି ସନ୍ଧ୍ୟାରେ ଦାଖଲ କରିଛି ପୁଲିସ । ୬୮ ଜଣ ସାକ୍ଷୀ ଅଛନ୍ତି । ଏହି ହତ୍ୟା ମାମଲାରେ ୧୩ ଅଭିଯୁକ୍ତଙ୍କ ନାମରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିଛି ପୁଲିସ । ଅପହରଣ ଓ ହତ୍ୟା ମାମଲାରେ ସୁଧୀରଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, ତାଙ୍କ ପ୍ରେମିକ କାଳୁ ଚରଣ ପ୍ରଧାନ ଥିବା ବେଳେ ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୁର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ, ମୁକେଶ ସାହୁ, ସୁମିତ ସିଂ, ରଂଜନ ମଲିକ, ସରୋଜ ପଣ୍ଡାଙ୍କୁ ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି ପୁଲିସ । ଜିତେନ ପଲାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛି ପୁଲିସ । ସୁଧୀରଙ୍କୁ ଅପହରଣ କରି ୨ କୋଟି ଟଙ୍କା ଦାବି କରାଯାଇଥିବା ଉଲ୍ଲେଖ ରହିଛି । ଅପହରଣ, ଷଡ଼ଯନ୍ତ୍ର, ହତ୍ୟା, ପ୍ରମାଣ ନଷ୍ଟ ଓ ଅନ୍ୟ ଦଫାରେ ଚାର୍ଜସିଟକୁ ଜେଏମଏଫସି କୋର୍ଟରେ ତଦନ୍ତକାରୀ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ଦାଖଲ କରିବା ସହ ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ :- Sudhir Patra Case: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ପୁଲିସ ରିମାଣ୍ଡରେ ସରୋଜ, ରଞ୍ଜନ
ଗତ ଏପ୍ରିଲ ୧୫ ତାରିଖରେ ସୁଧୀର ପାତ୍ର ଭାବିନୀପୁରରୁ ଭଲିବଲ ଖେଳି ଘର ଅଭିମୁଖେ ବାଇକରେ ଆସୁଥିବା ବେଳେ ଗୋପାଳପୁର ଥାନା ଅଞ୍ଚଳରେ ତାଙ୍କୁ ଅପହରଣ କରି ନେଇ ମୁଣ୍ଡରେ ବନ୍ଧୁକ ରଖି ଦୁଇ କୋଟି ଟଙ୍କା ଦାବି କରିଥିଲେ । ଟଙ୍କା ନମିଳିବା ଫଳରେ ତାଙ୍କୁ ହତ୍ୟା କରାଯାଇଥିଲା ଗତ ଏପ୍ରିଲ ୨୩ ତାରିଖରେ ୯ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ୪ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଥିଲା ପୁଲିସ । ସଦର ଥାନା ଅଞ୍ଚଳରେ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଖସିବାକୁ ଉଦ୍ୟମ କରିବା ବେଳେ ଉଭୟଙ୍କୁ ଏନକାଉଣ୍ଟର କରିଥିଲା ପୁଲିସ । ଅନ୍ୟ ଦୁଇ ଅଭିଯୁକ୍ତ ମୁକେଶ ସାହୁ ଓ ସୁମିତ ସିଂଙ୍କୁ ଗତ ଜୁନ ୨୬ ତାରିଖରେ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।