Welcome!

Unlock your personalized experience.
Sign Up

Spain at a Glance: ଫିଫା ବିଶ୍ୱକପ୍ ବିଜେତା ସ୍ପେନରେ ହିନ୍ଦୁଙ୍କ ସଂଖ୍ୟା କେତେ,ମୁଖ୍ୟ ଧର୍ମ କଣ ?

Jul 20, 2026 - 14:14
Spain at a Glance:  ଫିଫା ବିଶ୍ୱକପ୍ ବିଜେତା ସ୍ପେନରେ ହିନ୍ଦୁଙ୍କ ସଂଖ୍ୟା କେତେ,ମୁଖ୍ୟ ଧର୍ମ କଣ  ?

ନୂଆଦିଲ୍ଲୀ,୨୦।୭:  ଫୁଟବଲ ଦୁନିଆରେ ସ୍ପେନ୍ ପୁଣିଥରେ ନିଜର ଶକ୍ତି ପ୍ରମାଣିତ କରିଛି। ଏହା ସହ ଫିପା ବିଶ୍ବକପ୍ ଟାଇଟଲକୁ ନିଜ ନାଁରେ କରିଛି। ଖେଳ ପଡିଆରେ ଜୋରଦାର ପ୍ରଦର୍ଶନ ସହିତ ସ୍ପେନ୍ ନିଜର ସଂସ୍କୃତି, ଇତିହାସ ଓ ଧାର୍ମିକ ବିବିଧତା ପାଇଁ ମଧ୍ୟ ପରିଚିତ। ଦୁନିଆର ବହୁ ଦେଶ ଭଳି ସ୍ପେନ୍‌ରେ ମଧ୍ୟ ଅଲଗା ଧର୍ମର ଲୋକ ରୁହନ୍ତି। ତେବେ ଏଠାରେ ସବୁଠାରୁ ଅଧିକ ଖ୍ରୀଷ୍ଟିଆନଙ୍କର ଜନସଂଖ୍ୟା ରହିଛି। ସେଭଳି ସେଠାରେ ହିନ୍ଦୁଙ୍କ ଜନସଂଖ୍ୟା କମ୍ ହୋଇଥିବା ବେଳେ, ଏବେ କିନ୍ତୁ ଲଗାତାର ବଢିବାରେ ଲାଗିଛି। ବହୁ ପ୍ରମୁଖ ହିନ୍ଦୁ ମନ୍ଦିର ମଧ୍ୟ ସ୍ଥାପିତ ହୋଇସାରିଛି।

କେଉଁ ଧର୍ମର ଲୋକ ସବୁଠାରୁ ଅଧିକ ?

ରିପୋର୍ଟ ଅନୁସାରେ, ସ୍ପେନ୍ର ପ୍ରାୟ ୬୭% ଜନସଂଖ୍ୟା ରୋମାନ କାଥୋଲିକ୍ ଇସାଇ ମାନନ୍ତି। ତେଣୁ ଏଠାର ସବୁଠାରୁ ବଡ଼ ଧର୍ମ ହେଉଛି ଇସାଇ ଧର୍ମ। ଅଧିକାଂଶ ଲୋକ ରୋମାନ କାଥୋଲିକ୍ ଚର୍ଚ୍ଚ ସହିତ ଜଡିତ ହୋଇ ରହିଛନ୍ତି। ତେବେ କିଛି ବର୍ଷରେ ଏଭଳି ସଂଖ୍ୟା ବି ବଢିଛି, ଯାହା ନିଜକୁ କୌଣସି ଧାର୍ମିକ ପରିଚୟଠାରୁ ନିଜକୁ ଯୋଡିନଥାଏ। ଏହାଛଡା ମୁସଲିମ୍, ହିନ୍ଦୁ, ବୌଦ୍ଧ, ଯିହୁଦୀ ଓ ଶିଖ୍ ସମୁଦାୟର ଲୋକ ବି ଏଠାରେ ରୁହନ୍ତି।

ହିନ୍ଦୁ ସଂଖ୍ୟା କେତେ ?

ସ୍ପେନ୍ରେ ହିନ୍ଦୁଙ୍କ ସଂଖ୍ୟା ୭୫ ହଜାର ରହିଛି। ସେଠାର ମୋଟ ଜନସଂଖ୍ୟା ପ୍ରାୟ ୦.୧୧% ରହିଛି। ସ୍ପେନ୍ରେ ହିନ୍ଦୁ ସମ୍ପ୍ରଦାୟ ମୁଖ୍ୟ ରୂପରେ ବାର୍ସିଲୋନ୍, ମାଡ୍ରିନ୍, ଭାଲେନ୍ସିଆ ଓ କେନରୀ ଦ୍ବୀପରେ ରହିଛି। ଏଥିରେ ପାରମ୍ପରିକ ହିନ୍ଦୁ ମନ୍ଦିର, ସିନ୍ଧି ସମୁଦାୟର ମନ୍ଦିର ଓ ଇସ୍କନ୍ର କେନ୍ଦ୍ର ବି ସାମିଲ ରହିଛି।

ସ୍ପେନ୍‌ରେ କେତେ ହିନ୍ଦୁ ମନ୍ଦିର ?

ସ୍ପେନ୍ରେ ହିନ୍ଦୁ ସମୁଦାୟର ପୂଜା-ପାଠ କୁ ଦେଖି ବହୁ ମନ୍ଦିର ତିଆରି କରାଯାଇଛି। ଦେଶରେ ଛୋଟବଡ ମିଶି ୨୫ ରୁ ୪୦ ହିନ୍ଦୁ ମନ୍ଦିର ରହିଛି। ଅନେକ ପ୍ରମୁଖ ମନ୍ଦିର ବାର୍ସିଲୋନା, ମାଡ୍ରିଡ୍, ମାଲାଗା ଏବଂ ଭାଲେନ୍ସିଆ ଭଳି ସହରରେ ଅବସ୍ଥିତ। ଏଥିରେ ପାରମ୍ପରିକ ହିନ୍ଦୁ ମନ୍ଦିର, ସିନ୍ଧି ସମ୍ପ୍ରଦାୟ ପାଇଁ ମନ୍ଦିର ଏବଂ ଇସ୍କନ କେନ୍ଦ୍ର ମଧ୍ୟ ରହିଛି।

ସ୍ପେନ୍‌ରେ କିଭଳି ପହଁଞ୍ଚିଲା ହିନ୍ଦୁ ଧର୍ମ ?

ସ୍ପେନ୍ରେ ହିନ୍ଦୁ ଧର୍ମର ବିସ୍ତାର ମୁଖ୍ୟ ଭାବରେ ଭାରତୀୟ ପ୍ରବାସୀଙ୍କ ପାଇଁ ହୋଇଛି। ବାଣିଜ୍ୟ, ଆଇଟି, ଶିକ୍ଷା, ପର୍ଯ୍ୟନ୍ତ ଓ ଅନ୍ୟ ବ୍ୟବସାୟ ପାଇଁ ଭାରତରୁ ବହୁ ସଂଖ୍ୟାରେ ଲୋକ ସ୍ପେନ୍ ପହଁଞ୍ଚିଥାନ୍ତି ଓ ସେଠାରେ ରହିଯାଇଛନ୍ତି। ଏହାପରେ ସେମାନେ ନିଜର ଧାର୍ମିକ ଓ ସାଂସ୍କୃତିକ କେନ୍ଦ୍ର ସ୍ଥାପିତ କରିଛନ୍ତି। ଆଜି ସ୍ପେନ୍ରେ ଦୀପାବଳି, ହୋଲି, ଜନ୍ମାଷ୍ଟମୀ, ନବରାତ୍ରୀ ଓ ଗଣେଶ ଉତ୍ସବ ଭଳି ପର୍ବ ଉତ୍ସାହର ସହ ପାଳନ କରାଯାଏ। ବହୁ ସ୍ଥାନୀୟ ସ୍ପାନିଶ ନାଗରିକ ମଧ୍ୟ ଯୋଗ, ଧ୍ୟାନ ଓ ଭାରତୀୟ ସଂସ୍କୃତିରୁ ପ୍ରଭାବିତ ହୋଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି।

ଧାର୍ମିକ ବିବିଧତା ପାଇଁ ପରିଚିତ ସ୍ପେନ୍

ସ୍ପେନ୍ର ପରିଚୟ ଯଦିଓ ଖ୍ରୀଷ୍ଟିଆନ୍ ବହୁ ଦେଶ ରୂପରେ ହୋଇଛି, କିନ୍ତୁ ସେଠାରେ ଧାର୍ମିକ ସ୍ବାଧିନତାର ପୁରା ଅଧିକାର ରହିଛି। ଅଲଗା ଅଲଗା ଧର୍ମର ଲୋକ ନିଜର ରୀତି-ନୀତି ଅନୁସାରେ ପୂଜା-ପାଠ ଓ ପର୍ବ ପାଳନ କରନ୍ତି। ଏହି କାରଣରୁ ହିନ୍ଦୁ ସମ୍ପ୍ରଦାୟ ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ସେଠାର ସମ୍ପୂର୍ଣ୍ଣ ସ୍ବାଧୀନତାର ସହ ପାଳନ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।