Sikkim Tunnel Landslide : ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଛନ୍ତି ୨୭ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
ନୂଆଦିଲ୍ଲୀ – ସିକ୍କିମର ନାମଚି ଜିଲ୍ଲାରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣାଧୀନ ଏକ ସୁଡଙ୍ଗ ବାହାରେ ଭୂସ୍ଖଳନ ଘଟି ପ୍ରାୟ ୨୭ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ସୁଡଙ୍ଗ ଭିତରେ ମିଥେନ ଗ୍ୟାସ୍ ଥିବାର ସମ୍ଭାବନା ଯୋଗୁଁ, ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ଏହି କାରଣରୁ ଉଦ୍ଧାର କାର୍ଯ୍ୟ ମନ୍ଥର ପଡ଼ି ଯାଇଛି। ଗ୍ୟାସ୍ ପ୍ରଭାବରେ ଅନେକ ଉଦ୍ଧାର କର୍ମୀ ଅସୁସ୍ଥ ମଧ୍ୟ ହୋଇଛନ୍ତି।
ଏହି ଦୁର୍ଘଟଣା ସମରଦୁଙ୍ଗ ସୁଡ଼ଙ୍ଗରେ ହୋଇଛି। ଭୂସ୍ଖଳନ ପରେ, ସୁଡ଼ଙ୍ଗର ପ୍ରବେଶ ପଥ ଭଗ୍ନାବଶେଷ ଦ୍ୱାରା ବନ୍ଦ ହୋଇ ଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଟନେଲ (ସୁଡଙ୍ଗ)ଭିତରେ ୨୭ ଜଣ ଶ୍ରମିକ ଫସି ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ କର୍ମଚାରୀ ପଟେଲ ଇଞ୍ଜିନିୟରିଂର, ଆଉ ୬ ଜଣ ଏନଏଚପିସିର ବୋଲି କୁହାଯାଉଛି। ପ୍ରଶାସନ କହିଛି ଯେ, ଫସି ରହିଥିବା ଶ୍ରମିକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି ଏବଂ ଏହି ସଂଖ୍ୟା ପରିବର୍ତ୍ତନ ମଧ୍ୟ ହୋଇପାରେ।
ଖବର ଅପଡେଟ୍ ଜାରି ରହିଛି ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।