Shubman Gill Century : ଓ୍ବାନଡେରେ ଶୁଭମନ ଗିଲଙ୍କ ପ୍ରଥମ ଶତକ, ଆଫଗାନିସ୍ତାନ ବିପକ୍ଷରେ ରଚିଲେ ଇତିହାସ
ମୁମ୍ବାଇ,୧୭/୬ : ଶୁଭମନ ଗିଲ୍ ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ବିତୀୟ ଓ୍ବାନଡେରେ ଶାନଦାର୍ ଶତକ ଲଗାଇଛନ୍ତି । ସେ ୭୭ବଲରେ ନିଜ ଶତକ ପୂରା କରିଛନ୍ତି । ଯାହା ତାଙ୍କ ଓ୍ବାନଡେ କ୍ୟାରିୟରର ୯ମ ଏବଂ ଓ୍ବାନଡେ ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ଶତକ ଅଟେ। ଏହାପର ଓଭରରେ ଇଶାନ କିଶାନ ବି ନିଜ ଶତକ ପୂରା କରିଥିଲେ ।
ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ୟଶସ୍ବୀ ଜୟସଓ୍ବାଲ ଭାବେ ଭାରତକୁ ପ୍ରଥମ ଝଟକା ଦ୍ବିତୀୟ ଓଭରରେ ଲାଗିଥିଲା। ଜୟସଓ୍ବାଲ ୯ବଲ୍ ଖେଳି ୪ରନ୍ କରିଥିଲେ। ତୃତୀୟ ନମ୍ବରରେ ଆସିଥିବା ଶୁଭମନ ଗିଲ୍ ରୋହିତ ଶର୍ମାଙ୍କ ସହ ମିଶି ଦ୍ବିତୀୟ ଓ୍ବିକେଟ ଲାଗି ୮୭ରନର ଭାଗିଦାରୀ କରିଥିଲେ। ରୋହିତ ନିଜର ଅର୍ଦ୍ଧଶତକରୁ ବର୍ତ୍ତି ଯାଇଛନ୍ତି । ୪୮ରନରେ ସେ ରଶିଦ ଖାନଙ୍କ ବଲରେ ଆଉଟ୍ ହୋଇଥିଲେ । ୩୯ବଲରେ ଖେଳିଥିବା ଏହି ପାଳିରେ ରୋହିତ ୨ ଛକ୍କା ଏବଂ ୬ ଚୌକା ଲଗାଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।