Sachin Tendulkar on Kane Williamson: କେନ୍ ଓ୍ବିଲିୟମସନଙ୍କ ଅବସରରେ ଏମିତି ପୋଷ୍ଟ କଲେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ କେନ୍ ଓ୍ବିଲିୟମସନ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି । ନିଜ ଦେଶ ପାଇଁ ସର୍ବାଧିକ ସ୍କୋର କରିଥିବା ଏହି ମହାନ ବ୍ୟାଟ୍ସମ୍ୟାନଙ୍କ ହଠାତ ଅବସର ସମସ୍ତଙ୍କୁ ଚକିତ କରିଛି । ଓ୍ବିଲିୟମସନଙ୍କ ଅବସରକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଅବସରରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।
ସଚିନ ପୋଷ୍ଟ କରି ଭାବପ୍ରବଣ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଖେଳିବା ଦିନରୁ ଓ୍ବିଲିୟମସନଙ୍କୁ ଦେଖି ଆସୁଛି । ସେ ଜଣେ ଦମଦାର ବ୍ୟାଟ୍ସମ୍ୟାନ୍ । ସେ ଜଣେ ଶାନ୍ତ ସରଳ ସ୍ବଭାବର ଏହାସହ ମଇଦାନରେ ତାଙ୍କର ବ୍ୟବହାର ସାଙ୍ଗକୁ ସମୟାନୁବର୍ତ୍ତିତା ପାଇଁ ସେ ବେଶ ଜଣାଶୁଣା । ସେ ଜଣେ ସଚ୍ଚୋଟ ମଣିଷ ହୋଇଥିବାବେଳେ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା । ଏହାସହ ସଚିନ ଓ୍ବିଲିୟମସନଙ୍କ ପରବର୍ତ୍ତୀ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
କହି ରଖୁଛୁ କି, ୩୫ ବର୍ଷୀୟ କେନ୍ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ ପକ୍ଷରୁ ୩୭୮ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାବେଳେ ୧୯,୩୪୬ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪୮ ଶତକ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି । ହଠାତ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ସମସ୍ତେ ଚକିତ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ସେ ଜଣେ ଦକ୍ଷ ଖେଳାଳି ।
ଏହାସହ ପଢ଼ନ୍ତୁ : Rohit Sharma: ହିଟ୍ମ୍ୟାନ୍ ରୋହିତ ଏହି ଷ୍ଟାଟଅପ୍ରେ ଲଗାଉଛନ୍ତି ଟଙ୍କା, ବ୍ରାଣ୍ଡ ଆମ୍ବାସଡରରୁ ଏବେ ନିବେଶକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।