Welcome!

Unlock your personalized experience.
Sign Up

Ratha yatra 2026: ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ

Jul 21, 2026 - 08:40
Ratha yatra 2026: ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼, ସାଢ଼େ ୧୨ଟାରେ ଆଜ୍ଞାମାଳ ବିଜେ

ପୁରୀ,୨୨/୦୭: ହେରାପଞ୍ଚମୀରେ ମହାଲକ୍ଷ୍ମୀ ଗୁଣ୍ଡିଚାଘରକୁ ଆସି ଫେରିବାପରେ ଠାକୁରଙ୍କ ଶ୍ରୀମନ୍ଦିରକୁ ଫେରିବା ପ୍ରକ୍ରିୟା ଆରମ୍ଭ ହେବ । ବାହୁଡ଼ା ପ୍ରସ୍ତୁତି ପାଇଁ ମଙ୍ଗଳବାର ରଥ ଦକ୍ଷିଣ ମୋଡ଼ । ତିନି ରଥ ଗୁଣ୍ଡିଚାଘର ସିଂହଦ୍ୱାରରୁ ଟଣା ହୋଇ ନାକଚଣା ଦ୍ୱାରେ ପହଞ୍ଚିବ । ରଥ ଯାତ୍ରା ଅବସରରେ ତିନି ରଥ ଶ୍ରୀମନ୍ଦିର ସମ୍ମୁଖରୁ ଗୁଣ୍ଡିଚା ଘର ସମ୍ମୁଖକୁ ଗଡ଼ି ଆସିବା ଭିତରେ ରଥର କିଛି ସମସ୍ୟା ହୋଇଥାଇପାରେ । ଏଣୁ ସୋମବାର ତିନି ରଥ ଯାଞ୍ଚ କରାଯାଇଛି । ରଥରେ ଦେଖାଯାଇଥିବା ତ୍ରୁଟି ସୁଧାରି ନିଆଯାଇଛି ।

ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥ ଚକର ଆବଶ୍ୟକତା ସ୍ଥଳେ ମରାମତି ହୋଇଛି । ଚକରେ ହୁଗୁଳିଥିବା ପଇ ପ୍ଲେଟ୍ ଓ କଣ୍ଟା ଫିଟିଂ କରାଯାଇଛି । ରଥ ଯାଞ୍ଚ ସମୟରେ ବିଶ୍ୱକର୍ମା, କମାର ଓ ଭୋଇ ସେବକଙ୍କ ସମେତ ଶ୍ରୀମନ୍ଦିର ଓ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିଲେ । ପ୍ରତି ବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ କରାଯିବା ଏକ ଚିରାଚରିତ କାର୍ଯ୍ୟ । ଚଳିତ ବର୍ଷ ରଥରେ ସେଭଳି କିଛି ବଡ଼ ଅସୁବିଧା ନାହିଁ । ଯେଉଁଠି ହୁଗୁଳି ଥିଲା ସେଠାରେ କ୍ଲାମ୍ପ, ଚାନ୍ଦି ଓ ପ୍ଲେଟ୍ ଆଦି ଲଗାଯାଇ ମଜଭୁତ୍ କରାଯାଇଛି ।

ଅଧିକ ପଢ଼ନ୍ତୁ :-  Shree Mandir: ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଘୋର ଅବହେଳା, ଦଦରା କିରୀଟ ପିନ୍ଧୁଛନ୍ତି, ଭଙ୍ଗା ପଲଙ୍କରେ ଶୋଉଛନ୍ତି, କୁଆଡେ ଗଲା ଗଜଦନ୍ତ ପଲଙ୍କ ?

ଦକ୍ଷିଣ ମୋଡ଼ର ପ୍ରଶାସନିକ ଧାର୍ଯ୍ୟ ସମୟ ଅନୁସାରେ ସକାଳ ୧୦ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ଗୁଣ୍ଡିଚାମନ୍ଦିରରେ ଠାକୁରଙ୍କ ସକାଳ ଧୂପ ସରିବ । ପରେ ସାଢ଼େ ୧୨ଟାରେ ରଥ ଚାଳନା ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରାଯିବ । ପରେ ନାକଚଣା ଦ୍ୱାର ଅଭିମୁଖେ ରଥ ଭିଡ଼ା ଆରମ୍ଭ ହେବ । ନାକଚଣା ଦ୍ୱାର ସମ୍ମୁଖକୁ ତିନି ରଥ ଯିବା ପରେ ପୁନର୍ବାର ରଥ ଚେକିଂ ହେବ । ଠାକୁରଙ୍କ ବାହୁଡ଼ା ଯାତ୍ରା ପାଇଁ ତିନି ରଥ ପ୍ରସ୍ତୁତ ରହିବ ବୋଲି ନିର୍ମାଣକାରୀ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।