23 JULY 2026

Welcome!

Unlock your personalized experience.
Sign Up

Ram Mandir Trust Meeting: ରାମ ମନ୍ଦିର ଟ୍ରଷ୍ଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ମାସକ ପରେ ସିଇଓଙ୍କ ଚୟନ

Jul 22, 2026 - 19:44
Ram Mandir Trust Meeting: ରାମ ମନ୍ଦିର ଟ୍ରଷ୍ଟ  ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ମାସକ ପରେ ସିଇଓଙ୍କ ଚୟନ

ଅଯୋଧ୍ୟା,୨୨।୭ : ରାମନଗରୀ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଏହା ସମାପନ ହୋଇଥିଲା।ଏହି ବୈଠକରେ ବହୁ ବଡ ବଡ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ଯାହା ବି ତ୍ରୁଟି ଥିଲା ତା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ରାମ ମନ୍ଦିର ଟ୍ରଷ୍ଟ୍ରର ଜଣେ ମୁଖପାତ୍ର ନିଯୁକ୍ତ ହେବେ। ସିଇଓଙ୍କ ଚୟନ ମାସକ ପରେ ହେବ।

ଏବେ ଏକ ଧାର୍ମିକ କମିଟିର ଗଠନ କରାଯାଇଛି। ଧାର୍ମିକ କମିଟିର ଅଧ୍ୟକ୍ଷ ଭାବେ ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜ୍ୟୋତିଷପୀଠାଧିଶ୍ୱର ବାସୁଦେବନନ୍ଦ ସରସ୍ୱତୀ, ମଧ୍ୟପ୍ରଦେଶର ସ୍ୱାମୀ ବିଶ୍ୱପ୍ରାସନ୍ନତୀର୍ତ୍ତୀ ଜୀ ମହାରାଜ, ମହନ୍ତ ଦୀନେନ୍ଦ୍ର ଦାସ (ନିର୍ମୋହି ଆଖଡା), ମହନ୍ତ କମଲାନାୟଣ ଦାସ (ମନୀରାମ ଦାସ ଛାବନୀ) , ମହନ୍ତ ରାଜକୁମାର ଦାସ (ରମାବହ୍ଲଭ କୁଞ୍ଜ), ସ୍ୱାମୀ ରାମାନନ୍ଦ ଦାସ (ରାମକଥରା କୁଞ୍ଜ), ସ୍ୱାମୀ ମିଥିଳେଶ ନନ୍ଦିନୀ ଶରଣ ଓ ଯୁଗପୁରୁଷ ସ୍ୱାମୀ ପରମାନନ୍ଦଙ୍କୁ ସଦସ୍ୟ କରାଯାଇଛି। 

ପ୍ରାୟ ଅଢେଇ ଘଣ୍ଟା ଚାଲିଥିବା ବୈଠକରେ ରାମ ମନ୍ଦିର ପାଇଁ ପ୍ରଶାସନିକ ବ୍ୟବସ୍ଥା ଓ ସଂଗଠନାତ୍ମକ ବିଷୟରେ ମଧ୍ୟ ଚର୍ଚ୍ଚା ହେବ। ନିୟମିତ ମହାସଚିବଙ୍କ ନିଯୁକ୍ତି ଉପରେ ମଧ୍ୟ ଅନ୍ତିମ ନିଷ୍ପତ୍ତି ହୋଇପାରିନି।ଦାନ ଅର୍ଥ ଚୋରି ବିବାଦ ଭିତରେ ବୁଧବାର ଅପରାହ୍ନ ୩ଟା ବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ନୂଆ ମହାସଚିବଙ୍କ ନିଯୁକ୍ତି ହୋଇଥିଲା। ଟ୍ରଷ୍ଟ୍ରି ତିନି ଖାଲି ପଦ ଭରିବା ଓ ମନ୍ଦିରର ପୂର୍ବ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ଙ୍କ ନିଯୁକ୍ତି ଉପରେ ବିଚାର ବିମର୍ଷ କରିଛନ୍ତି। ଏହି ବିଶେଷ ବୈଠକ ପରେ ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସଙ୍କ ଆବାସ ମଣିରାମ ଛାବନୀରେ ଟ୍ରଷ୍ଟର ନିୟମିତ ବୈଠକ ହୋଇଥିଲା।

ଟ୍ରଷ୍ଟ ସୁତ୍ର ଅନୁସାରେ, ଅଧିକାଂଶ ଟ୍ରଷ୍ଟି ମଙ୍ଗଳବାର ଅଯୋଧ୍ୟାରେ ପହଁଞ୍ଚିଥିଲେ। ସେଭଳି କିଛି ସଦସ୍ୟ ଦିଲ୍ଳୀ ଓ ଲକ୍ଷ୍ନୌରୁ ଡିଜିଟାଲ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଊପରେ ଆଲୋଚନା ହୋଇଛି। ସିଇଓଙ୍କ ଚୟନ ଏକ ମାସ ପରେ ହେବ। ଟ୍ରଷ୍ଟ ୧୮ ଜୁଲାଇ ପର୍ଯ୍ୟନ୍ତ ସିଇଓ ପଦ ପାଇଁ ଆବେଦନ ପାଇଁ ଆମନ୍ତ୍ରିତ କରିଥିଲେ। କିଛି ମିଡିଆ ରିପୋର୍ଟ ଅନୁସାରେ, ୨୫୦୦ ରୁ ୫୫୦୦ ଆବେଦନ ମିଳିଛି, ତେବେ କୌଣସି ଅଫିସିଆଲ ସୂଚନା ଜାରି କରାଯାଇ ନାହିଁ। ଚୟନ ପକ୍ରିୟାରେ ବହୁ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ୍ ଅଧିାରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଠାରୁ ମଧ୍ୟ ଆବେଦନ ପତ୍ର ମିଳିଛି। ବିଶେଷଜ୍ଞ କମିଟିକୁ ଆବେଦନର ମୂଲ୍ୟାଙ୍କନ କରିବା ଓ ଉପଯୁକ୍ତ ପ୍ରାର୍ଥୀଙ୍କ ସୁପାରିଶ କରିବାର କାମ ଦିଆଯାଇଛି।

ଆହୁରି ପଢନ୍ତୁ: କୈଳାଶ ମାନସରୋବର ହ୍ରଦରେ ବୁଡ ପକାଇବା ମନା, ବାଲ୍ଟିରେ ପାଣି ନେଇ ଗାଧାନ୍ତି ଶ୍ରଦ୍ଧାଳୁ : ଜାଣନ୍ତୁ କ’ଣ ରହିଛି ଚୀନ୍‌ର ନିୟମ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।