01 AUGUST 2026

Welcome!

Unlock your personalized experience.
Sign Up

Rajua River Flood: ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା, ସହାୟତା ପାଇଁ ପ୍ରଶାସନକୁ ଗୁହାରୀ କଲେ ଗାଁ ଲୋକେ

Aug 01, 2026 - 11:56
Rajua River Flood: ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା, ସହାୟତା ପାଇଁ ପ୍ରଶାସନକୁ ଗୁହାରୀ କଲେ ଗାଁ ଲୋକେ

ଖୋର୍ଦ୍ଧା ୦୧/୦୮: ରାଜୁଆ ନଦୀରେ ବନ୍ୟା ଆସିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଖୋର୍ଦ୍ଧା ବ୍ଲକ୍ ଓରବରସିଂହ ପଞ୍ଚାୟତର ହିରିମୂଳ ଗାଁ। ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ଚାଷ ଜମିରେ ୧୦ ଫୁଟ ଉଚ୍ଚର ପାଣି ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଗାଈ ଗୋରୁମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଲୋକେ ପ୍ରଶାସନକୁ ଗୁହାରୀ କରିଛନ୍ତି। ହିରିମୂଳକୁ ଯାତାୟାତ ପାଇଁ ପ୍ରଶାସନ ଗୋଟିଏ ଡଙ୍ଗା ପକାଇଛି। କିନ୍ତୁ ଏହା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ଆଉ ଗୋଟିଏ ଡଙ୍ଗା ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଗାଁକୁ ଯାଇ ଥଣ୍ଡା, ଜ୍ବର,ଝାଡା ଆଦି ଔଷଧ ବଣ୍ଟନ କରିଛନ୍ତି। ସେପଟେ ଗାଈ ଗୋରୁ ମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ଲୋକେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।