06 JULY 2026

Welcome!

Unlock your personalized experience.
Sign Up

Police Encounter: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌, ଏନ୍‌କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ

Jul 06, 2026 - 08:07
Police Encounter:  କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌, ଏନ୍‌କାଉଣ୍ଟରରେ ଅଭିଯୁକ୍ତ ମହମ୍ମଦ ନାଫିସ ଆହତ

କେନ୍ଦୁଝର  ୦୬/୦୭: କେନ୍ଦୁଝର ପୁଲିସର ବଡ଼ ଆକ୍ସନ୍‌। କୁଖ୍ୟାତ ଲୁଟେରା ମହମ୍ମଦ ନାସିଫକୁ କଲା ଏନ୍‌କାଉଣ୍ଟର। ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଧରରଣୀଧ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ସଶସ୍ତ୍ର ପୁଲିସ ବାହିନୀ ଜଗି ରହିଛନ୍ତି। ତେବେ ଏମ୍‌ଡି ନାସିଫର ନାଁରେ କେନ୍ଦୁଝର ଏବଂ ମୟୂରଭଞ୍ଜର ବିଭିନ୍ନ ଥାନାରେ ଏକାଧିକା ମାମଲା ରହିଛି। 


ସୂଚନା ଅନୁଯାୟୀ, ଆଜି ସକାଳେ ଚମ୍ପୁଆର ପତଲା ଜଙ୍ଗଲ ନିକଟରେ ପୁଲିସ୍‌ ଏକାଧିକ ଚୋରି ଏବଂ ଅପରାଧ ମାମଲାର ମାଷ୍ଟରମାଇଣ୍ଡ ଏମ୍‌ଡି ନାସିଫରକୁ ଧରିବାକୁ ଚେଷ୍ଟା କରୁଥିଳା । ନାସିଫର ପୁଲିସ ଦେଖି ଖସିଯିବାକୁ ଉଦ୍ୟମ କରିଥିଲା। ସେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରି କରିଥିଲା । ଜବାବରେ ପୁଲିସ ତାକୁ ଗୁଳି କରିଥିଲା । ତାର ଡାହାଣ ଗୋଡରେ ଗୁଳି ବାଜିଛି । ନାସିଫ୍ କୁ ଧରଣୀଧର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।