Parliament Monsoon session: ହଙ୍ଗାମା ସହ ମୌସୁମୀ ଅଧିବେଶନ ଆରମ୍ଭ; ଲୋକସଭାରେ ବିରୋଧୀଙ୍କ ନାରାବାଜି, ୧୨ଟା ଯାଏ ମୁଲତବୀ
ନୂଆଦିଲ୍ଲୀ,୨୦/୦୭; ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୨୫ ଦିନିଆ ଅଧିବେଶନରେ ମୋଟ ୧୯ଟି ବୈଠକ ବସିବ । ଅଧିବେଶନ ଆରମ୍ଭ ହେଉ ହେଉ ଜୋରଦାର ହଙ୍ଗାମା କରିଛନ୍ତି ବିରୋଧୀ । ବାଚସ୍ପତି ଓମ ବିର୍ଲା ବିରୋଧୀ ସାଂସଦଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ନିଜ ଆସନରେ ବସିବାକୁ କହିଥିଲେ ହେଲେ କେହି ଶୁଣିନଥିଲେ । ବିରୋଧୀ ସାଂସଦ ରାମ ମନ୍ଦିର ଦାନ ଚୋରି, ପେପର ଲିକ୍, ଇଥାନଲ ମିଶ୍ରମ ଏବଂ ମଣିପୁର ଭଳି ପ୍ରସଙ୍ଗ ଉପରେ ଆଲୋଚନାକରିବାକୁ ଦାବି କରିଥିଲେ । ସରକାର ଉଭୟ ଗୃହରେ ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଥିଲେ । ହେଲେ ବିରୋଧୀ ନାରାବାଜି ଦେଇଥିଲେ । ପ୍ରବଳ ହଟ୍ଟଗୋଳ, ନାରାବାଜି ପରେ ଲୋକସଭାକୁ ଅପରାହ୍ନ ୧୨ଟା ଯାଏ ତୁରନ୍ତ ମୁଲତବୀ ରଖାଯାଇଛି ।
#WATCH | Lok Sabha adjourned to meet again at 12 Noon today.
— ANI (@ANI) July 20, 2026
Amidst protest by opposition MPs over various issues, Speaker Om Birla said, "Please remain seated. Cooperate in running the House."
(Source: Sansad TV) pic.twitter.com/WcgvCRfmYN
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।