Welcome!

Unlock your personalized experience.
Sign Up

New Zealand earthquake : ନ୍ୟୁଜଲ୍ୟାଣ୍ଡରେ ଭୂକମ୍ପର ତୀବ୍ର ଝଟକାରେ ଭୟଭୀତ ଲୋକେ ,ସୁନାମୀ ଆଲର୍ଟ ଜାରି … ଭାରତ ପାଇଁ ବିପଦ କି ?

Jul 16, 2026 - 20:46
New Zealand earthquake :  ନ୍ୟୁଜଲ୍ୟାଣ୍ଡରେ ଭୂକମ୍ପର ତୀବ୍ର ଝଟକାରେ ଭୟଭୀତ ଲୋକେ ,ସୁନାମୀ ଆଲର୍ଟ ଜାରି … ଭାରତ ପାଇଁ ବିପଦ କି ?

ନୂଆଦିଲ୍ଲୀ : ଦକ୍ଷିଣୀ –ପଶ୍ଚିମୀ ପ୍ରଶାନ୍ତ ମହାସାଗର ସ୍ଥିତ ନ୍ୟୁଜିଲ୍ୟାଣ୍ଡରେ ଆଜି (ଗୁରୁବାର, ୧୬ ଜୁଲାଇ) ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ , ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ଥିଲା। ଅଧିକାରୀଙ୍କ ମୁତାବିକ , ଗୁରୁବାର ସାଉଥ୍ ଆଇଲ୍ୟାଣ୍ଡର ପଶ୍ଚିମୀ ଉପକୂଳରେ ୫.୯ ତୀବ୍ରତାର ଭୂକମ୍ପ ପରେ ସୁନାମୀ ସତର୍କ ସୂଚନା ଦିଆଯାଇଛି। ଲୋକଙ୍କୁ ତୁରନ୍ତ ଉଚ୍ଚ ଅଞ୍ଚଳକୁ ଯିବାକୁ କୁହାଯାଇଛି। ସୂଚନା ମୁତାବିକ, ଭୂକମ୍ପର କେନ୍ଦ୍ର ଅନାଉ ସହର ଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତରରେ ଥିଲା। ଏହି ଅଞ୍ଚଳ ଫିୟୋର୍ଡଲ୍ୟାଣ୍ଡ ଭଳି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳର ପ୍ରବେଶ ଦ୍ୱାର ମନେକରାଯାଏ।

ନ୍ୟୁଜଲ୍ୟାଣ୍ଡର ରାଷ୍ଟ୍ରୀୟ ବିପର୍ଯ୍ୟ ପ୍ରବନ୍ଧନ ଏଜେନ୍ସି ( ଏନଇଏମଏ) ଲୋକଙ୍କୁ ସାମୁଦ୍ରିକ ତଟ ଓ ତଟୀୟ ଅଞ୍ଚଳ ଗୁଡ଼ିକ ଛାଡ଼ି ଦୂରକୁ ଚାଲି ଯିବାକୁ ପରାମର୍ଶ ଦେଇଛି ଏବଂ ଯେତେ ଶୀଘ୍ର ସମ୍ଭବ ସବୁଠୁ ନିକଟବର୍ତ୍ତୀ ଉଚ୍ଚ ସ୍ଥାନକୁ ଯାଇ ଆଶ୍ରୟ ନେବାକୁ କହିଛି। ବର୍ତ୍ତମାନ ଏହି ଭୂକମ୍ପରେ କୌଣସି ପ୍ରକାରର ହତାହତର ଖବର ନାହିଁ। ଏହି ମଧ୍ୟରେ ଆମେରିକୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ୟୁଏସଜିଏସ) ଓ ଜର୍ମାନୀର ଜିୟୋସାଇନ୍ସ ରିସର୍ଚ୍ଚ ସେଣ୍ଟର (ଜିଏଫଜେଡ୍) ଏହି ଭୂକମ୍ପର ତୀବ୍ରତା ୫.୯ ଥିବା ରେକର୍ଡ କରିଛି।

ଦୁଇ ଏଜେନ୍ସି ଅନୁସାରେ , ଭୂକମ୍ପର କେନ୍ଦ୍ର ୫୦ କିଲୋମିଟରରୁ ଅଧିକ ଗଭୀରରେ ଥିଲା। ସୁନାମୀର ଏହି ଆଲର୍ଟ ଭାରତ ଉପରେ କୌଣସି ପ୍ରଭାବ ନାହିଁ , କାରଣ ତାହା ଭାରତୀୟ ଉପକୂଳରୁ ପ୍ରାୟ ୧୨୦୦୦ କିଲୋମିଟର ଦୂରତାରେ ଅଛି।

ନ୍ୟୁଜ୍ ଏଜେନ୍ସି ରୟଟରର ରିପୋର୍ଟରେ କୁହାଯାଇଛି ଯେ, ଏଜେନ୍ସ, ଆରମ୍ଭରେ ଭୂକମ୍ପର ତୀବ୍ରତା ୬.୩ ଦର୍ଶାଇ ଥିଲା , ଯାହା ସ୍ଥାନୀୟ ସମୟ ହିସାବରେ ରାତି ୯.୧୪ ଥିଲା, ପରେ ଏହାକୁ ହ୍ରାସ କରି ୫.୯ କରିଦିଆ ଯାଇଥିଲା। ଏବେ ଏଜେନ୍ସି ସୁନାମୀ ଆଲର୍ଟ ମଧ୍ୟ କ୍ୟାନସେଲ କରିଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।