New EPFO Portal: ଇପିଏଫ୍‌ଓର ନୂଆ ସଦସ୍ୟ ପୋର୍ଟାଲ ଲାଇଭ୍ , ଅପଗ୍ରେଡ ପରେ ବଡ଼ ପରିବର୍ତ୍ତନ

Jul 04, 2026 - 21:33
New EPFO Portal: ଇପିଏଫ୍‌ଓର ନୂଆ ସଦସ୍ୟ ପୋର୍ଟାଲ ଲାଇଭ୍ , ଅପଗ୍ରେଡ ପରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ - କର୍ମଚାରୀ ଭବିଷ୍ୟନିଧି ପାଣ୍ ସଂଗଠନ ଅର୍ଥାତ୍ EPFO ପାଖାପାଖି ଏକ ସପ୍ତାହ ଧରି ନିର୍ଦ୍ଧାରିତ ଅପଗ୍ରେଡ ପରେ ଏହାର ୟୁନିଫାଏଡ୍ ମେମ୍ୱର ପୋର୍ଟାଲକୁ ପୁନଃ ଲଞ୍ଚ କରିଛି। EPFO ଅନୁସାରେ , ନୂଆ ପୋର୍ଟାଲର ଉଦ୍ଦେଶ୍ୟ ସଦସ୍ୟଙ୍କୁ ପୂର୍ବାପେକ୍ଷା ଦ୍ରୁତ, ଅଧିକ ନିର୍ଭରଯୋଗ୍ୟ ଏବଂ ଅଧିକ ସୁରକ୍ଷିତ ସେବା ପ୍ରଦାନ କରିବା। ଏହି ଅପଗ୍ରେଡ ପରେ ଅନେକ ସେବାରେ ପରିବର୍ତ୍ତନ କରାଯାଇଛି। ଏବେ UAN ଆକ୍ଟିଭେସନ ଓ ନୂତନ UAN ତିଆରି କରିବାର ସୁବିଧା ଆଉ EPFO ପୋର୍ଟାଲରେ ଉପଲବ୍ଧ ହେବ ନାହିଁ। ଏଥିପାଇଁ ସଦସ୍ୟମାନଙ୍କୁ ସରକାରଙ୍କ UMANG ଆପ୍ ବ୍ୟବହାର କରିବାକୁ ପଡିବ। UAN ପୁନରୁଦ୍ଧାର ପ୍ରକ୍ରିୟାକୁ ସରଳ କରାଯାଇଛି। UAN ଆକ୍ଟିଭେସନ ଏବେ UMANG ଆପ୍ ମାଧ୍ୟମରେ ହେବ - EPFO ୟୁନିଫାଏଡ୍ ମେମ୍ବର ପୋର୍ଟାଲରୁ UAN ଆକ୍ଟିଭେସନର ବିକଳ୍ପକୁ ହଟାଇ ଦେଇଛି। ଏବେ ସଦସ୍ୟମାନେ UMANG ଆପ୍ ରେ EPFO ସର୍ଭିସ ଅନୁସାରେ "UAN Services Through Face Auth " କୁ ଯାଇ "UAN Activation " ବିକଳ୍ପକୁ ଚୟନ କରି ଏହି ପ୍ରକ୍ରିୟା ପୂରା କରି ପାରିବେ। ଏଥିପାଇଁ ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ଆବଶ୍ୟକ ହେବ। ପୋର୍ଟାଲ ମାଧ୍ୟମରେ ଆଉ ନୂଆ UAN ହେବ ନାହିଁ - EPFO, ପୋର୍ଟାଲ ମାଧ୍ୟମରେ ନୂତନ UAN ପ୍ରଦାନ କରିବାର ସୁବିଧା ମଧ୍ୟ ବନ୍ଦ କରି ଦେଇଛି। ଏକ ନୂତନ UAN ତିଆରି କରିବା ପାଇଁ, ଆପଣଙ୍କୁ ଏବେ UMANG ଆପରେ "UAN Services Through Face Auth " ଅନ୍ତର୍ଗତ " UAN Allotment and Activation " ବିକଳ୍ପ ବ୍ୟବହାର କରିବାକୁ ପଡିବ। ଏଥିରେ ମଧ୍ୟ ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ବାଧ୍ୟତାମୂଳକ ହେବ। ଯେଉଁମାନଙ୍କର PF ଆକାଉଣ୍ଟ ଅଛି ସେମାନେ UAN ପାଇପାରିବେ- ଯେଉଁମାନଙ୍କର ପୂର୍ବରୁ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ଅଛି କିନ୍ତୁ ଏପର୍ଯ୍ୟନ୍ତ UAN ପାଇ ନାହାଁନ୍ତି ସେମାନେ ଏକ ନୂଆ UAN ପାଇ ପାରିବେ। ସେମାନଙ୍କୁ ସେମାନଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ପଡିବ, ଆବଶ୍ୟକୀୟ ସଦସ୍ୟତା ସୂଚନା ପ୍ରଦାନ କରିବାକୁ ପଡିବ ଏବଂ ନୂତନ UAN କୁ ସେମାନଙ୍କର ପୂର୍ବ PF ଆକାଉଣ୍ଟ ସହିତ ଲିଙ୍କ କରିବାକୁ ପଡିବ। UAN ରିଟ୍ରିଭାଲ ହେଲା ସହଜ - ନୂଆ ପୋର୍ଟାଲରେ UAN ରିଟ୍ରିଭାଲ ( ପୁନରୁଦ୍ଧାର) ପ୍ରକ୍ରିୟାକୁ ସରଳ କରାଯାଇଛି। ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ହେବ। ପରିଚୟ କିମ୍ବା ଠିକଣାର ଆବଶ୍ୟକୀୟ ପ୍ରମାଣ ଅପଲୋଡ୍ କରିବାକୁ ପଡିବ ଏବଂ ସେମାନଙ୍କ ମୋବାଇଲ୍ ନମ୍ବରରେ ପ୍ରାପ୍ତ OTP ଯାଞ୍ଚ କରିବାକୁ ପଡିବ। ଡେଥ୍ କ୍ଲେମର ସୁବିଧା ପୋର୍ଟାଲରେ ଜାରି- ଡେଥ୍ କ୍ଲେମ୍ ଓ ପେନସନ ସମ୍ବନ୍ଧୀୟ କ୍ଲେମର ସୁବିଧା ପୂର୍ବ ପରି ୟୁନିଫାଏଡ୍ ମେମ୍ବର ପୋର୍ଟାଲରେ ଉପଲବ୍ଧ ରହିବ। କ୍ଲେମ୍ କରିବା ପୂର୍ବରୁ, ହିତାଧିକାରୀ ନିଶ୍ଚିତ କରିବେ ଯେ ସେମାନଙ୍କର ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ସକ୍ରିୟ ଅଛି ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସୂଚନା ପ୍ରସ୍ତୁତ ଅଛି। ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକରେ ସଦସ୍ୟଙ୍କ ମୃତ୍ୟୁ ପ୍ରମାଣପତ୍ର, ବାତିଲ୍ ହୋଇଥିବା ଚେକ୍ କିମ୍ବା ପାସବୁକ୍ ଭଳି ବ୍ୟାଙ୍କ ଆକାଉଣ୍ଟର ପ୍ରମାଣ ଏବଂ ପ୍ରଯୁଜ୍ୟ ସ୍ଥାନରେ ହିତାଧିକାରୀଙ୍କ ଜନ୍ମ ତାରିଖର ପ୍ରମାଣ ଅନ୍ତର୍ଭୁକ୍ତ। EPFO କହିଛି ଯେ କେବଳ PDF ଫାଇଲ୍ ଅପଲୋଡ୍ କରାଯାଇ ପାରିବ। ପ୍ରତ୍ୟେକ ଫାଇଲ୍ ୨ ଏମବି ଆକାର ପର୍ଯ୍ୟନ୍ତ ହେବା ଆବଶ୍ୟକ ଏବଂ ଫାଇଲ୍ ନାମରେ ଖାଲି ସ୍ଥାନ ରହିବା ଉଚିତ ନୁହେଁ। UMANG ଆପ୍ କ’ଣ ? UMANG ଅର୍ଥାତ୍ ୟୁନିଫାଏଡ୍ ମୋବାଇଲ୍ ଆପ୍ଲିକେସନ୍ ଫର୍ ନ୍ୟୁ-ଏଜ୍ ଗଭର୍ଣ୍ଣାନ୍ସ ସରକାରଙ୍କ ଡିଜିଟାଲ୍ ପ୍ଲାଟଫର୍ମ। ଏହା ମାଧ୍ୟମରେ ଲୋକେ ସେମାନଙ୍କର ସ୍ମାର୍ଟଫୋନରୁ EPFO ସେବାଗୁଡ଼ିକ ଉପଯୋଗ କରି ପାରିବେ ଏବଂ EPFO କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ହେବ ନାହିଁ। ଏବେ ଏହି ଆପ୍ ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ ସହ UAN ଆକ୍ଟିଭେସନ ଓ ନୂଆ UAN ତିଆରି କରିବା ପାଇଁ ମୁଖ୍ୟ ପ୍ଲାଟଫର୍ମ ହେବ। ଆହୁରି ମଧ୍ୟ ପଢନ୍ତୁ - ‘ଅପରେସନ ସିନ୍ଦୂର’ ପରେ ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି ଭାରତର ଖ୍ୟାତି, ୧.୭୮ ଲକ୍ଷ କୋଟି ଟଙ୍କା ଅତିକ୍ରମ କଲା ପ୍ରତିରକ୍ଷା ଉତ୍ପାଦନ