07 JULY 2026

Welcome!

Unlock your personalized experience.
Sign Up

Modi In Indonesia: ବିଶ୍ୱ ଦରବାରରେ ଚମକିଲେ ପ୍ରଧାନମନ୍ତ୍ରୀ, ମିଳିଲା ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

Jul 07, 2026 - 15:45
Modi In Indonesia: ବିଶ୍ୱ ଦରବାରରେ ଚମକିଲେ ପ୍ରଧାନମନ୍ତ୍ରୀ, ମିଳିଲା ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୭।୭: ବିଶ୍ୱ ମଞ୍ଚରେ ଭାରତର ବଢୁଥିବା ସାଖ୍ୟ ଏବଂ କୂଟନୈତିକ ସଫଳତା ପୁଣି ଥରେ ପ୍ରମାଣିତ ହୋଇଛି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ସୁଦୃଢ଼ ଐତିହାସିକ ଓ ରଣନୀତିକ ସମ୍ପର୍କକୁ ଏକ ନୂଆ ଦିଗ ଦେଇ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଇଣ୍ଡୋନେସିଆ ଗଣରାଜ୍ୟର ବିଣ୍ଟାଙ୍ଗ ଆଦିପୂର୍ଣ୍ଣ' ପଦକରେ ସମ୍ମାନିତ କରିଛନ୍ତି । ଏହି ଆନ୍ତର୍ଜାତୀୟ ସମ୍ମାନ କେବଳ ପିଏମ ମୋଦୀଙ୍କ ସଶକ୍ତ ନେତୃତ୍ୱକୁ ଦର୍ଶାଉନାହିଁ, ବରଂ ବିଶ୍ୱ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ପ୍ରତିପାଦିତ କରୁଛି । ନିକଟରେ ସେସେଲ୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ସର୍ବୋଚ୍ଚ ସମ୍ମାନ 'ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜନ୍' ପ୍ରଦାନ କରିଥିଲା ।

ଏହା ବି ପଢ଼ନ୍ତୁ... PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ

ପୂର୍ବରୁ ମଧ୍ୟ ମିଳିଛି ଅନେକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସମ୍ମାନ:

ଏହା ପ୍ରଥମ ଥର ନୁହେଁ ଯେ କୌଣସି ବିଦେଶୀ ରାଷ୍ଟ୍ର ପିଏମ ମୋଦୀଙ୍କୁ ନିଜର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରିଛି । ଗତ କିଛି ବର୍ଷ ମଧ୍ୟରେ ଦୁନିଆର ଅନେକ ପ୍ରମୁଖ ଦେଶ ତାଙ୍କୁ ନିଜର ଶୀର୍ଷ ନାଗରିକ ଏବଂ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି । ଏହି ବର୍ଷ ମେ ମାସରେ ମଧ୍ୟ ଜାତିସଂଘର ସଂସ୍ଥା 'ଖାଦ୍ୟ ଏବଂ କୃଷି ସଂଗଠନ' (FAO) ଦ୍ୱାରା ରୋମ୍ଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଷ୍ଠିତ 'ଏଗ୍ରିକୋଲା ମେଡାଲ୍' ପ୍ରଦାନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ପ୍ରମୁଖ ଆନ୍ତର୍ଜାତୀୟ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା:

ବର୍ଷ

ପୁରସ୍କାର/ସମ୍ମାନର ନାଁ

ପ୍ରଦାନକାରୀ ଦେଶ/ସଂସ୍ଥା

୨୦୨୬

ବିନ୍ତାଙ୍ଗ ରିପବ୍ଲିକ୍ ଇଣ୍ଡୋନେସିଆ ଆଦିପୂର୍ଣ୍ଣ

ଇଣ୍ଡୋନେସିଆ

୨୦୨୬

ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜିନ

ସେସେଲ୍ସ

୨୦୨୬

ଏଗ୍ରିକୋଲା ମେଡାଲ

ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ(FAO)

୨୦୨୪

ଅର୍ଡର ଅଫ୍ ସେଣ୍ଟ ଆଣ୍ଡ ଦି ଆପୋଷ୍ଟଲ

ରୁଷ୍

୨୦୨୪

ସର୍ବୋଚ୍ଚ ସମ୍ମାନ ନିଶାନ ଇଜ୍ଜୁଦ୍ଦିନ

ମାଳଦ୍ୱୀପ

୨୦୨୩

ଦି ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର

ଗ୍ରୀସ୍

୨୦୨୩

ଅର୍ଡର ଅଫ୍ ଦି ନାଇଲ୍

ଇଜିପ୍ଟ

୨୦୨୩

ଗ୍ରାଣ୍ଡ କ୍ରସ୍ ଅଫ୍ ଦି ସେଜିଅନ ଅଫ୍ ଅନର

ଫ୍ରାନ୍ସ

୨୦୨୩

ଗ୍ରାଣ୍ଡ କମ୍ପାନିୟନ୍ ଅଫ୍ ଦି ଅର୍ଡର ଅଫ୍ ଲୋଗୋହୁ

ପାପୁଆ ନିଉଗିନି

୨୦୨୧

ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ

ଭୁଟାନ

୨୦୨୦

ଲିଜନ ଅଫ୍ ମେରିଟ୍

ଆମେରିକା

୨୦୧୯

ଅର୍ଡର ଅଫ୍ ଜାୟେଦ

ୟୁଏଇ

୨୦୧୯

କିଙ୍ଗ୍ ହମାଦ ଅର୍ଡର ଅଫ୍ ଦି ରେନେସାଁ

ବାହାରିନ

୨୦୧୮

ଗ୍ରାଣ୍ଡ କଲାର ଅଫ୍ ଦି ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ

ପାଲେଷ୍ଟାଇନ

୨୦୧୬

ଅର୍ଡର ଅଫ୍ ଅବଦୁଲାଜିଜ୍ ଅଲ୍ ସାଉଦ

ସାଉଦି ଆରବ

୨୦୧୬

ଷ୍ଟେଟ୍ ଅର୍ଡର ଅଫ୍ ଗାଜୀ ଅମୀର

ଆଫଗାନିସ୍ତାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।