05 AUGUST 2026

Welcome!

Unlock your personalized experience.
Sign Up

Meta Controversy: ପିଏମ୍ ମୋଦିଙ୍କ ଭିଡିଓ କିପରି ହଟିଲା ? ୪୫ ମିନିଟ୍ ଯାଏଁ ବୁଝାଇଲା ମେଟା, ତଥାପି ସରକାର ଅସନ୍ତୁଷ୍ଟ

Aug 05, 2026 - 15:41
Meta Controversy: ପିଏମ୍ ମୋଦିଙ୍କ ଭିଡିଓ କିପରି ହଟିଲା ? ୪୫ ମିନିଟ୍ ଯାଏଁ ବୁଝାଇଲା ମେଟା, ତଥାପି ସରକାର ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ହଟାଯିବା ମାମଲାକୁ ନେଇ ମେଟାର ଅଧିକାରୀ ସରକାରଙ୍କ ଆଗରେ ହାଜର ହୋଇଛନ୍ତି। ଏହି ସମୟରେ ଶିଶୁ ଯୌନ ଶୋଷଣ ସମ୍ପର୍କୀତ କଣ୍ଟେଣ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଖବର ରହିଛି ଯେ, ଏଥର ହୋଇଥିବା ମିଟିଂରେ କମ୍ପାନୀର ଅଧିକାରୀ ସାମିଲ ହୋଇଥିଲେ। ଏହି ସାକ୍ଷାତ ଅଧା ଘଣ୍ଟାରୁ ଅଧିକ ଚାଲିଛି। ଏପଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନି ଯେ, ମିଟିଂରେ ସରକାରଙ୍କ ପକ୍ଷରୁ କ’ଣ ନିର୍ଦେଶ ଦେଇଥିଲେ।

ମେଟାର ଚିଫ୍ ଗ୍ଲୋବାଲ ଆଫେୟାର୍ସ ଅଫିସର ଜୋଲ କାପ୍ଲାନ୍ ମିଟିଂ ପାଇଁ ପହଁଞ୍ଚିଥିଲେ। ସେ ଇଲେକ୍ଟେ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଏସ୍ କୃଷ୍ଣନଙ୍କ ସହ ବୈଠକ କରିଥିଲେ। ସମାଚାର ଏଜେନ୍ସି ଏଏନ୍ଆଇ ଅନୁସାରେ, ଏହି ମିଟିଂ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଅଧିକାରୀମାନେ ପିଏମ୍ ମୋଦିଙ୍କ ଭିଡିଓ ପ୍ଲାଟଫର୍ମରୁ ହଟି ଯାଇଥିବାର କାରଣ କହିଛନ୍ତି।

ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବା ଦାବି

ମେଟା (Meta) ର ବିଶ୍ୱ ସ୍ତରୀୟ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ହଟାଯିବା ପ୍ରସଙ୍ଗରେ ବୁଧବାର ଦିଲ୍ଲୀରେ ସରକାରୀ ଅଧିକାରୀଙ୍କୁ ଭେଟିଛନ୍ତି। କମ୍ପାନୀ ଏହାକୁ ଏକ ବୈଷୟିକ ତ୍ରୁଟି ବୋଲି ଦର୍ଶାଇ କ୍ଷମା ପ୍ରାର୍ଥନା କରିଥିଲେ। ହେଲେ ସରକାର ଓ ସଂସଦୀୟ କମିଟି ଏହାକୁ ସାମାନ୍ୟ କ୍ଷମା ଭାବେ ଗ୍ରହଣ କରିନାହାନ୍ତିଏବଂ କଡ଼ା ଜବାବ ମାଗିଛନ୍ତି। ସଂସଦର ଏକ ସ୍ଥାୟୀ କମିଟି ଭିଡିଓ ହଟାଇବାକୁ ନେଇ ବୁଧବାର ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ତିନି ଦିନର ସମୟ ଦେଇଛି। କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଭିଡିଓକୁ ଫେସବୁକ୍‌ରୁ ୫-୬ ଘଣ୍ଟା ପର୍ଯ୍ୟନ୍ତ ହଟାଯିବାର ମାମଲାକୁ ଖୁବ୍ ଗମ୍ଭୀରତାର ସହ ନେଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ପରୀକ୍ଷା ସମ୍ପର୍କୀତ ବିବାଦ ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ବିଷୟରେ ଛାତ୍ର ଓ ଜେନ୍ ଜିଙ୍କୁ ସମ୍ବୋଧିତ କରିଥିଲେ।

ମେଟା ଉପରେ ଅସନ୍ତୁଷ୍ଟ ସରକାର

ସରକାରଙ୍କ ପକ୍ଷରୁ କୁହାଯାଇଛି କେବଳ ମୌଖିକ ଦୁଃଖପ୍ରକାଶ ଯଥେଷ୍ଟ ନୁହେଁ ବୋଲି। ଯଦି କମ୍ପାନୀର ମୁଖ୍ୟ କ୍ଷମା ନ ମାଗନ୍ତି, ତେବେ ମେଟାକୁ ଆଇଟି ଆକ୍ଟର ସେକ୍ସନ ୭୯ ଅଧୀନରେ ମିଳୁଥିବା ଆଇନଗତ ସୁରକ୍ଷା ପ୍ରତ୍ୟାହାର କରାଯାଇପାରେ । ସଂସଦୀୟ କମିଟି ଆଗାମୀ ୧୦ ଦିନ ମଧ୍ୟରେ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ଏବଂ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ମେଟାକୁ ନିର୍ଦ୍ଦେଶ ଦେଇଛି। ଏହି ବୈଠକରେ ଆଲଗୋରିଦମର ପକ୍ଷପାତିତା, ବିବାଦୀୟ କଣ୍ଟେଣ୍ଟ ନିୟନ୍ତ୍ରଣରେ ବିଫଳତା ଏବଂ ହ୍ଵାଟସ୍ଆପ୍ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ମଧ୍ୟ ସରକାର ମେଟା ଟିମକୁ ପ୍ରଶ୍ନ କରିଛନ୍ତି।

ଆହୁରି ପଢନ୍ତୁ : Parliament Session: ମୋଦୀଙ୍କ ମାଷ୍ଟରପ୍ଲାନ୍ ! ସୀମା ନିର୍ଦ୍ଧାରଣ-ମହିଳା ସଂରକ୍ଷଣ ପାଇଁ ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।