Lock Upp 2 : ଲକ୍ ଅପ୍-୨ ହେବ ଗୋବିନ୍ଦାଙ୍କ ଏଣ୍ଟ୍ରି, ସ୍ତ୍ରୀ ସୁନୀତାଙ୍କ ଖୋଲିବେ ରାଜ୍...
ନୂଆଦିଲ୍ଲୀ, ୧୦/୭ : ଲକ୍ ଅପ୍-୨ ହେବ ଗୋବିନ୍ଦାଙ୍କ ଏଣ୍ଟ୍ରି। ପତ୍ନୀ ସୁନୀତା ଆହୁଜାଙ୍କ ଖୋଲିବ ପୋଲ୍। ସୋର ନୂଆ ପ୍ରମୋରେ ହୋଷ୍ଟ କରୁଥିବା ଫରାହ ଖାନ ଗୋବିନ୍ଦାଙ୍କୁ ସ୍ଵାଗତ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କୁ ଇସାରା କରି ମଜାକ୍ କରୁଛନ୍ତି। ସେ କହୁଛନ୍ତି ଯେ, ଆମେ ମୁଁ ଗୁଳି ନେଇକି ଆସିଛି, ପକେଟ୍ ରେ ଅଛି... ଛାତିରେ ମାରିବାକୁ ଚାହୁଁଥିଲେ, ନିଅ ମାରିବ।
ସୂଚନା ଥାଉକି, ୨୦୨୪ରେ ମୁମ୍ଵାଇ ସ୍ଥିତ ଘରେ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ତାଙ୍କୁ ଏମର୍ଜେନ୍ସି ସର୍ଜରୀ କରିବାକୁ ପଡିଥିଲା। ଏହି ଘଟଣାକୁ ନେଇ ଗୋବିନ୍ଦା ସୋରେ ନିଜ ମଜାକ୍ ନିଜେ ଉଡାଇଛନ୍ତି।
ଏହା ପୂର୍ବ ଏପିସୋଡରେ ସୁନୀତା ଆହୁଜା ଗୋବିନ୍ଦା ଏବଂ ତାଙ୍କ ସମ୍ପର୍କରେ ମତଭେଦକୁ ନେଇ ଖୁଲାସା କରିଥିଲେ। ଏହାକୁ ନେଇ ଅନ୍ୟ ପ୍ରତିଯୋଗୀମାନେ କମେଣ୍ଟ କରିଥିଲେ। ଏହାକୁ ନେଇ ସୁନୀତା ରାମ କପୁରଙ୍କ ଆଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୁନୀତା କହିଥିଲେ ଯେ, ଥରେ ମୋ ଜାଗାକୁ ଆସି ଦେଖ, ମୋତେ କେମିତି ଲାଗୁଛି। ସେ ମୋ ସ୍ଵାମୀ, ତାଙ୍କ ବିଷୟରେ କେହି କିଛି କହିପାରିବେନି। ତାଙ୍କର ୫୦ଟା ଅଫେୟାର ଥିଲେ ବି, କାହା ବାପାର କଣ ଯାଉଛି। ମୁଁ ତାଙ୍କ ସ୍ତ୍ରୀ ଏବଂ ମୋ ପରିବାର ବିଷୟରେ କହିବାକୁ କାହାର ଅଧିକାର ନାହିଁ।
ଗୋବିନ୍ଦାଙ୍କ ଏଣ୍ଟ୍ରି ପରେ ଫରାହ ଖାନ ଏବଂ ରିତେଶ ଦେଶମୁଖ ଲକ୍ ଅପ୍-୨ର ପ୍ରତିଯୋଗୀଙ୍କ କ୍ଲାସ୍ ନେଉଥିବା ଦେଖିବାକୁ ମିଳିବ। ଫରାହ ଆକାଂକ୍ଷାଙ୍କୁ ଦୁର୍ବ୍ୟବହାର ନେଇ ପ୍ରଶ୍ନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ପେଶାଲ ଗେଷ୍ଟ ଭାବେ ଟିଭି ଆକ୍ଟର ଗୌରବ ଖନ୍ନାଙ୍କର ଏଣ୍ଟ୍ରି ହୋଇଛି। ସୋର ପ୍ରଥମ ଏପିସୋଡରେ ତାଙ୍କ ପତ୍ନୀ ଆକାଂକ୍ଷା ଚମୋଲା ଦୁହିଁଙ୍କ ସମ୍ପର୍କକୁ ନେଇ ଖୁଲାସା କରିଥିଲେ। ଦୁହେଁ ଏକ ବର୍ଷ ହେବ ଅଲଗା ରହୁଥିବା କହିଥିଲେ। ଏହି ଖୁଲାସା ପରେ ଗୌରବ ପ୍ରଥମ ଥର ପାଇଁ ତାଙ୍କ ପତ୍ନୀଙ୍କୁ ସାମ୍ନା କରିବେ।
ଆହୁରି ପଢନ୍ତୁ- ଲକ୍ ଅପ୍ ସିଜିନ୍-୨ରେ ସୁନୀତାଙ୍କ ବଡ଼ ଖୁଲାସା, କହିଲେ ହିରୋଙ୍କୁ ଅଟକାଇ ହେବନି, ଯେମିତି ଚାଲିଛି, ଚାଲିବାକୁ ଦିଅ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।