Welcome!

Unlock your personalized experience.
Sign Up

Indias First Hydrogen Train: ଡିଜେଲ ଯୁଗକୁ ବିଦାୟ ! ଆଜି ଭାରତର ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

Jul 17, 2026 - 09:25
Indias First Hydrogen Train: ଡିଜେଲ ଯୁଗକୁ ବିଦାୟ ! ଆଜି ଭାରତର ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ବ୍ୟୁରୋ ୧୭/୦୭: ନୂଆ ଯୁଗରେ ପାଦ ଥାପିବ ଭାରତୀୟ ରେଳ...ଆଜି ଭାରତୀୟ ରେଳବାଇ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଡିଜେଲ ନୁହେଁ, ଏଣିକି ହାଇଡ୍ରୋଜେନରେ ଦୌଡ଼ିବ ଟ୍ରେନ୍ । ଯାତ୍ରୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିନ୍ଦ-ସୋନିପତ୍ ରୁଟ୍ରେ ଚାଲିବାକୁ ଥିବା ଏହି ଐତିହାସିକ ଟ୍ରେନ୍କୁ ପତାକା ଦେଖାଇ ଉଦ୍ଘାଟନ କରିବେ। ଏହା ସହିତ ଭାରତ ସେହି ଦେଶମାନଙ୍କ ତାଲିକାରେ ସାମିଲ ହେବ, ଯେଉଁଠାରେ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳ କରୁଛି।

ଏହି ଟ୍ରେନର ସବୁଠୁ ବଡ଼ ବିଶେଷତ ହେଉଛି ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମିତ। ପାରମ୍ପରିକ ଡିଜେଲ୍ ଇଞ୍ଜିନ୍ର ସ୍ଥାନରେ ଏହା ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର କରିବ। ସାଧାରଣ ଡିଜେଲ୍ ଟ୍ରେନ୍ ପରି ଧୂଆଁ ଛାଡ଼ିବ ନାହିଁ, ବରଂ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ। ଏଥିରୁ ପ୍ରଦୂଷଣ କମିବ ଏବଂ ପରିବେଶ ସୁରକ୍ଷାରେ ବଡ଼ ସହାୟତା ମିଳିବ।

ପ୍ରଥମ ପର୍ଯ୍ୟାୟରେ ଜିନ୍ଦ-ସୋନିପତ୍ ରୁଟ୍ରେ ଏହି ଟ୍ରେନ୍ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ। ଜିନ୍ଦରୁ ସକାଳ ୭ଟା ୪୦ରେ ଯାତ୍ରା ଆରମ୍ଭ କରି ସକାଳ ୯ଟା ୪୦ରେ ସୋନିପତରେ ପହଞ୍ଚିବ। ପୁଣି ସୋନିପତରୁ ସକାଳ ୧୦ଟା ୪୦ରେ ବାହାରି ଅପରାହ୍ନ ୧ଟାରେ ଜିନ୍ଦରେ ପହଞ୍ଚିବ। ଏହି ଟ୍ରେନ୍ ଜିନ୍ଦ ସିଟି, ପାଣ୍ଡୁ ପିଣ୍ଡାରା, ଲଳିତ ଖେଡା, ଭାପେଗା, ଲାଥ, ମୋହନା, ଇଶାପୁର ଖେରି, ବୁଟାନା, ଖଣ୍ଡରାଇ, ଗୋହାନା, ରାବ୍ରା ଏବଂ ବାରୱାସନି ଷ୍ଟେସନ୍ରେ ରହିବ। ଯାତ୍ରୀ କ୍ଷମତାରେ ମଧ୍ୟ ଏହା ଅତ୍ୟାଧୁନିକ ।୧୦ଟି କୋଚ୍ ବିଶିଷ୍ଟ ଏହି ଟ୍ରେନ୍ରେ ରହିଛି ୮ଟି ଯାତ୍ରୀ କୋଚ୍ ଏବଂ ୨ଟି ହାଇଡ୍ରୋଜେନ୍ ପାୱାର କୋଚ୍। ଏକାଥରେ ପ୍ରାୟ ୨୬୦୦ ଯାତ୍ରୀ ଯାତ୍ରା କରିପାରିବେ।

ଆହୁରି ପଢନ୍ତୁ :- Donald Trump: ଟ୍ରମ୍ପଙ୍କ ସାଂଘାତିକ ଅଭିଯୋଗ, ଚୀନ ଚୋରି କରିଛି ୨୨ କୋଟି ଭୋଟରଙ୍କ ସମ୍ବେଦନଶୀଳ ତଥ୍ୟ

ସୁରକ୍ଷା ପାଇଁ ମଧ୍ୟ ରହିଛି ବିଶେଷ ବ୍ୟବସ୍ଥା। ହାଇଡ୍ରୋଜେନ୍ ଗ୍ୟାସକୁ ୫୦୦ ବାର୍ ଚାପରେ ସଂରକ୍ଷଣ କରାଯିବ। ଗ୍ୟାସ ଲିକ୍, ତାପମାତ୍ରା, ଅଗ୍ନି ଓ ଧୂଆଁ ଚିହ୍ନଟ ପାଇଁ ଅତ୍ୟାଧୁନିକ ସେନ୍ସର୍ ଲଗାଯାଇଛି। ଆପାତକାଳୀନ ସ୍ଥିତିରେ ସ୍ୱୟଂଚାଳିତ ସଟ୍-ଅଫ୍ ସିଷ୍ଟମ୍ ମଧ୍ୟ କାମ କରିବ। ଭାରତର ସ୍ୱଚ୍ଛ ଶକ୍ତି ଅଭିଯାନରେ ଏହା ଏକ ବଡ଼ ପଦକ୍ଷେପ।ଜାତୀୟ ହାଇଡ୍ରୋଜେନ୍ ମିଶନ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ବାର୍ଷିକ ୫ ନିୟୁତ ଟନ୍ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନର ଲକ୍ଷ୍ୟ ରଖିଛି । ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍... କେବଳ ଏକ ଟ୍ରେନ୍ ନୁହେଁ, ଏହା ଭାରତର ଭବିଷ୍ୟତ ଯାତାୟାତର ନୂଆ ପରିଚୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।