15 JULY 2026

Welcome!

Unlock your personalized experience.
Sign Up

India UK FTA: ଭାରତ-ୟୁକେ ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତି ଲାଗୁ, ବ୍ରିଟେନରେ ବିନା ଶୁଳ୍କରେ ବିକ୍ରି ହେବ ୯୯% ଭାରତୀୟ ଉତ୍ପାଦ

Jul 15, 2026 - 09:24
India UK FTA: ଭାରତ-ୟୁକେ ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତି ଲାଗୁ, ବ୍ରିଟେନରେ ବିନା ଶୁଳ୍କରେ ବିକ୍ରି ହେବ ୯୯% ଭାରତୀୟ ଉତ୍ପାଦ

ନୂଆଦିଲ୍ଲୀ, ୧୫।୭: ଭାରତ ଏବଂ ୟୁକେ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବ୍ୟାପାର ଚୁକ୍ତି (FTA) ଆଜିଠାରୁ ଆନୁଷ୍ଠାନିକ ଭାବେ ଲାଗୁ ହୋଇଯାଇଛି । ଦୀର୍ଘ ପ୍ରାୟ ତିନି ବର୍ଷର ବ୍ୟାପକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏହି ଐତିହାସିକ ଚୁକ୍ତି କାର୍ଯ୍ୟକାରୀ ହୋଇଛି, ଯାହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ବ୍ରିଟେନ ବଜାରକୁ ଆହୁରି ସହଜ ଓ ପ୍ରଶସ୍ତ କରିବ । ଏହି ଚୁକ୍ତି ଅଧୀନରେ ଭାରତର ୯୯% ସାମଗ୍ରୀକୁ ବ୍ରିଟେନରେ 'ଡ୍ୟୁଟି-ଫ୍ରି' ବା ବିନା ଆମଦାନୀ ଶୁଳ୍କରେ ପ୍ରବେଶ ମିଳିବ । ଏହାଦ୍ୱାରା ବିଶେଷ କରି କପଡ଼ା, ଚମଡ଼ା, ଫୁଟ୍‌ୱେର, ସାମୁଦ୍ରିକ ଉତ୍ପାଦ, ଇଞ୍ଜିନିୟରିଂ ସାମଗ୍ରୀ, କେମିକାଲ୍ସ ଏବଂ ପ୍ରୋସେସଡ୍ ଫୁଡ୍ କ୍ଷେତ୍ର ବେଶ୍ ଉପକୃତ ହେବେ ।

ଅର୍ଥନୀତି ଓ ରପ୍ତାନି କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ: 

କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, 'India-UK Comprehensive Economic and Trade Agreement' (CETA) ୧୫ ଜୁଲାଇ, ୨୦୨୬ ରୁ ସାରା ଦେଶରେ ପ୍ରଭାବୀ ହୋଇଛି । ଏହି ଚୁକ୍ତି ବ୍ରିଟେନ ବଜାରରେ ଭାରତୀୟ କୃଷକ, ମତ୍ସ୍ୟଜୀବୀ, ଶ୍ରମିକ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ MSMEs ମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ । ଏହା ଏକ ସନ୍ତୁଳିତ ଏବଂ ସମାବେଶୀ ସାମଗ୍ରିକ ଭାଗିଦାରୀ, ଯାହା ଉଭୟ ଦେଶର ବ୍ୟବସାୟକୁ ବିଶ୍ୱସ୍ତରୀୟ ଭାଲ୍ୟୁ ଚେନ୍ ସହ ଯୋଡ଼ିବାରେ ସାହାଯ୍ୟ କରିବ । 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।