06 JULY 2026

Welcome!

Unlock your personalized experience.
Sign Up

India Passport Ranking : ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

Jul 05, 2026 - 22:54
India Passport Ranking : ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

ନୂଆଦିଲ୍ଲୀ -ଗ୍ଲୋବାଲ୍ ସିଟିଜେନ୍ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ ହୋଇଛି ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬। ଏଥିରେ ଭାରତ ୧୯୭ଟି ଦେଶ ମଧ୍ୟରୁ ୧୨୫ ତମ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଭାରତର ରାଙ୍କିଂ ଗୋଟିଏ ସ୍ଥାନ ତଳକୁ ଖସି ଯାଇଛି। ତଥାପି, ଭାରତର ମିଳିତ ସ୍କୋର ୪୫.୧ ହୋଇଛି। ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ରହିଛି।

ରିପୋର୍ଟ ଅନୁସାରେ, ଭାରତ ୧୨୪ତମ ସ୍ଥାନରେ ଥିବା ନାମିବିଆ ତଳେ ଓ ୧୨୬ତମ ସ୍ଥାନରେ ଥିବା ଅଜରବୈଜାନ ଠାରୁ ଉପରେ ଅଛି। ଏହି ଇଣ୍ଡେକ୍ସ ପାସପୋର୍ଟ ମୂଲ୍ୟାଙ୍କନ ଯାତ୍ରା ସୁବିଧା , ନିବେଶ ଏବଂ ଜୀବନର ଗୁଣବତ୍ତା ଭଳି ତିନୋଟି ପ୍ରମୁଖ ଆଧାର ଉପରେ ପର୍ଯ୍ୟବେଶିତ।

ଟପ୍-୧୦ରେ ୟୁରୋପୀୟ ଦେଶଗୁଡ଼ିକର ପ୍ରାଧାନ୍ୟ ବିସ୍ତାର –

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ରେ ଟପ୍-୧୦ରେ ଥିବା ୧୦ଟି ଦେଶ ମଧ୍ୟରୁ ନଅଟି ୟୁରୋପୀୟ। ସ୍ୱିଡେନ୍ ପ୍ରଥମ ସ୍ଥାନରେ । ଟପ୍- ୧୦ରେ ସିଙ୍ଗାପୁର ହେଉଛି ଏକମାତ୍ର ଅଣ-ୟୁରୋପୀୟ ଦେଶ।

ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬ରେ ଟପ୍-10 ଦେଶ

୧- ସ୍ୱିଡେନ୍

୨-ସ୍ୱିଜରଲ୍ୟାଣ୍ଡ

୩- ଫିନଲ୍ୟାଣ୍ଡ

୪- ଜର୍ମାନୀ

୫- ନେଦରଲ୍ୟାଣ୍ଡସ୍

୬- ଡେନମାର୍କ

୭- ଆୟର୍ଲାଣ୍ଡ

୮- ୟୁନାଇଟେଡ୍ କିଙ୍ଗଡମ୍

୯- ନରୱେ

୧୦- ସିଙ୍ଗାପୁର

ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ କ’ଣ କୁହାଯାଇଛି?

ରିପୋର୍ଟ ଅନୁସାରେ , ଭାରତୀୟ ପାସପୋର୍ଟଧାରୀଙ୍କୁ ଅନେକ ଦେଶରେ ଭିସା-ଫ୍ରି, ଭିସା-ଅନ୍-ଆରାଇଭାଲ୍ ଏବଂ ଇ-ଭିସା ବ୍ୟବସ୍ଥା ଅଧୀନରେ ଯାତ୍ରାର ସୁବିଧା ମିଳି ପାରିବ। ହେଲେ , ଅନେକ ବିକଶିତ ଦେଶକୁ ଯାତ୍ରା କରିବା ପାଇଁ ପୂର୍ବରୁ ଭିସା ନେବା ଆବଶ୍ୟକ।

କେଉଁ ଆଧାରରେ ପ୍ରସ୍ତୁତ କରାଯାଏ ଇଣ୍ଡେକ୍ସ ?

  • Enhanced Mobilityର ୱେଟେଜ୍ ୫୦ ପ୍ରତିଶତ ଅଛି।
  • Investmentର ୱେଟେଜ୍ ୨୫ ପ୍ରତିଶତ ରହିଛି।
  • Quality of Lifeର ୱେଟେଜ୍ ୨୫ ପ୍ରତିଶତ ଅଛି।

ଏହି ମୂଲ୍ୟାଙ୍କନ ୧୪ଟି ସୂଚକାଙ୍କ ଆଧାରରେ କରାଯାଇଛି। ଏଥିରେ ବିଶ୍ୱ ବ୍ୟାଙ୍କ, ବିଶ୍ୱ ଅର୍ଥନୈତିକ ଫୋରମ୍ ଏବଂ Sustainable Development Report ସମେତ ଅନେକ ସଂଗଠନର ତଥ୍ୟ ବ୍ୟବହାର କରାଯାଇଛି।

ଏହା ସହ ମଧ୍ୟ ପଢନ୍ତୁ : NDA Success Story: ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କଲେ ଶୀତଲ, ଏନଡିଏ ପାଇ ହାସଲ କଲେ ଲେଫ୍ଟେନାଣ୍ଟ ଷ୍ଟାର୍