11 JULY 2026

Welcome!

Unlock your personalized experience.
Sign Up

IND vs ENG 5th T20 : ଭାରତର ପ୍ଲେଇଂ-୧୧ରେ ୨ ପରିବର୍ତ୍ତନ ; ୩ ମ୍ୟାଚ୍ ପରେ ଡ୍ରପ୍ ହେଲେ ବୈଭବ

Jul 11, 2026 - 21:08
IND vs ENG 5th T20 : ଭାରତର ପ୍ଲେଇଂ-୧୧ରେ ୨ ପରିବର୍ତ୍ତନ ; ୩ ମ୍ୟାଚ୍ ପରେ ଡ୍ରପ୍ ହେଲେ ବୈଭବ

ନୂଆଦିଲ୍ଲୀ,୧୧/୭ : ଟିମ୍ ଇଣ୍ଡିଆ ଶେଷ ଟି-୨୦ମ୍ୟାଚରେ ପ୍ଲେଇଂ୧୧ରେ ୨ ପରିବର୍ତ୍ତନ କରିଛି । ଭାରତର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଇଂଲଣ୍ଡ ହାତରେ ଟି-୨୦ ସିରିଜ ପରାଜୟ ପରେ ଟିମ୍ ଇଣ୍ଡିଆ ସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇଛି । ସାଉଥାମ୍ପଟନରେ ଖେଳାଯାଉଛି ଏହି ମ୍ୟାଚ୍ । ସବୁଠାରୁ ବଡ଼ ପରିବର୍ତ୍ତନ ଓପନିଂକୁ ନେଇ କରାଯାଇଛି । ଟିମ୍ ଇଣ୍ଡିଆ ସଞ୍ଜୁ ସାମସନଙ୍କୁ ପୁଣି ଥରେ ସୁଯୋଗ ଦେଇଛି ଏବଂ ଏଥିଲାଗି ପ୍ଲେଇଂ-୧୧ରେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ଡ୍ରପ୍ କରିଦେଇଛି । ବୈଭବଙ୍କ ବ୍ୟତୀତ ଟିମରେ ଆହୁରି ଏକ ପରିବର୍ତ୍ତନ କରିବାକୁ ଯାଇ ସୂର୍ଯ୍ୟାଂଶ ଶୋଡ଼ଗେ ବି ଫେରିଛନ୍ତି ।

ସିରିଜ ହାତରୁ ଯିବା ପରେ ଟିମ୍ ଇଣ୍ଡିଆ ସାମ୍ନାରେ ଶେଷ ମ୍ୟାଚରେ ବିଜୟ ହାସଲ କରିବା ନିଜ ସମ୍ମାନର ଏବଂ ଟି-୨୦ରାକିଂରେ ପ୍ରଥମ ସ୍ଥାନ ବଜାୟ ରଖିବା ଚ୍ୟାଲେଞ୍ଜ ରହିଛି । ଏହା ଆଶା ରଖିକି ଟିମ୍ ଇଣ୍ଡିଆ ପ୍ଲେଇଂ-୧୧ରେ ଦୁଇ ପରିବର୍ତ୍ତନ କରିଛି । କିନ୍ତୁ ଏଥିରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ହଟାଇବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏହି ସିରିଜର ଦ୍ବିତୀୟ ମ୍ୟାଚରେ ୧୫ବର୍ଷର ବୈଭବ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏବଂ ଆଶା ଥିଲା କି ତାଙ୍କୁ ପୂରା ସିରିଜ ଖେଳିବାକୁ ସୁଯୋଗ ମିଳିବ କିନ୍ତୁ ୩ ମ୍ୟାଚରେ ବିଫଳ ପରେ ତାଙ୍କୁ ଡ୍ରପ୍ କରି ଦିଆଯାଇଛି ।

ବୈଭବ ବଡ଼ ସ୍କୋର କରିପାରିନଥିଲେ । ୩ମ୍ୟାଚରେ ତାଙ୍କ ସ୍କୋର ୧୪,୧୩ ଏବଂ ୧୫ରନ୍ ରହିଥିଲା । ଏହାପରେ ବି କୁହାଯାଉଥିଲା କି ଶେଷ ମ୍ୟାଚରେ ତାଙ୍କୁ ରଖାଯିବ କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ କରି ନାହିଁ । ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ପ୍ଲେଇଂ-୧୧ରେ ଫେରସ୍ତ କରାଯାଇଛି । ଯାହାଙ୍କୁ ଆୟରଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଲଗାତର ୩ମ୍ୟାଚରେ ବିଫଳ ହେବା ପରେ ବୈଭବଙ୍କ ଲାଗି ଡ୍ରପ୍ କରାଯାଇଥିଲା । ସଞ୍ଜୁଙ୍କ ପ୍ଲେଇଂ-୧୧ରେ ଫେରିବା ନେଇ ଦାବି ହେଉଥିଲା କିନ୍ତୁ ଏଥିଲାଗି ଇଶାନ କିଶନ କିମ୍ବା ତିଲକ ବର୍ମାଙ୍କୁ ଡ୍ରପ୍ କରିବା ଭଲ ବିକଳ୍ପ କୁହାଯାଉଥିଲା । ଏହି ଦୁଇ ବ୍ୟାଟର ବି ଏହି ସିରିଜରେ ବିଫଳ ହୋଇଥିଲେ । ଏହାପରେ ବି ଏହା ଉପରେ କୌଣସି ଆକ୍ସନ ହୋଇନଥିଲା । ସେହିଭଳି ଗତ ମ୍ୟାଚରେ ବୋଲିଂରେ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିବା ଓ୍ବାଶିଂଟନ ସୁନ୍ଦରଙ୍କୁ ବି ବାହାର କରିଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ସୂର୍ଯ୍ୟାଂଶ ଶେଡ଼ଗେଙ୍କୁ ପୁଣି ଡକାଯାଇଛି ।

ଆହୁରି ପଢନ୍ତୁ :  ଆଜିର ମ୍ୟାଚ୍ ଭାରତ ପାଇଁ ସମ୍ମାନର ଲଢେଇ, ହାରିଲେ ହଟିବ ନମ୍ବର-୧ର ତାଜ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।