05 JULY 2026

Welcome!

Unlock your personalized experience.
Sign Up

Ind vs Eng: ଟିମ୍ ଇଣ୍ଡିଆ ପରାଜୟର ୪ ବଡ଼ କାରଣ, ଗୋଟିଏ ଓଭର ଛଡାଇ ନେଲା ମ୍ୟାଚ୍‌

Jul 05, 2026 - 14:06
Ind vs Eng: ଟିମ୍ ଇଣ୍ଡିଆ ପରାଜୟର ୪ ବଡ଼ କାରଣ, ଗୋଟିଏ ଓଭର ଛଡାଇ ନେଲା ମ୍ୟାଚ୍‌

ନୂଆଦିଲ୍ଲୀ,୦୫/୦୭; ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଇଂଲଣ୍ଡ ୪ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୯୦ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୧୯ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ପୂର୍ବରୁ ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ହେଲେ ସେ ଆଇପିଏଲ୍ ପ୍ରଦର୍ଶନକୁ ଦୋହରାଇପାରି ନଥିଲେ । ୨ଟି ଛକା ବଳରେ ୧୪ ରନ କରି ସେ ଆଉଟ୍ ହୋଇଥିଲେ । ଭାରତର ଏହି ପରାଜୟ ପଛରେ ୪ ବଡ଼ କାରଣ ରହିଛି । ବିଶେଷ କରି ଗୋଟିଏ ଓଭର ଭାରତ ପକେଟରୁ ମ୍ୟାଚ୍ ଛଡାଇ ନେଲା ।

ଇଶାନ କିଶାନଙ୍କ ମନ୍ଥର ବ୍ୟାଟିଂ- ଓଲ୍ଡ ଟ୍ରାଫୋର୍ଡ ପିଚ୍‌କୁ ବ୍ୟାଟରଙ୍କ ସ୍ୱର୍ଗ ବୋଲି କୁହାଯାଏ । ଏପରି ପିଚ୍‌ରେ ଇଶାନ କିଶାନ ବହୁତ ଧୀରେ ବ୍ୟାଟିଂ କରିଥିଲେ । ସେ ୪୯ ରନ୍ କରିବା ପାଇଁ ୪୦ଟି ବଲ୍ ଖର୍ଚ୍ଚ କରିଥିଲେ।  ଏହି ଫ୍ଲାଟ୍ ପିଚ୍‌ରେ ଟି୨୦ କ୍ରିକେଟ୍ ପାଇଁ ଏହି ଷ୍ଟ୍ରାଇକ୍ ରେଟ୍ ବହୁତ ସାଧାରଣ ଥିଲା । ଯଦି ଇଶାନ ଦ୍ରୁତ ଗତିରେ ସ୍କୋର କରିଥାନ୍ତେ, ତେବେ ଭାରତର ସ୍କୋର ସହଜରେ ୨୧୦ ରନ୍‌ରେ ପହଞ୍ଚିପାରିଥାନ୍ତା ।

ରବି ବିଷ୍ଣୋଇଙ୍କ ୩ ଟି ନୋ-ବଲ୍ ଏବଂ ମହଙ୍ଗା ବୋଲିଂ- ଲେଗ୍-ସ୍ପିନର ରବି ବିଷ୍ଣୋଇ ଏକ ଦୁଃସ୍ୱପ୍ନ ପରି ମ୍ୟାଚ୍ ଖେଳିଥିଲେ । ସେ ତାଙ୍କର ୪ ଓଭରରେ ୬୦ ରନ ଦେଇଥିଲେ ଏବଂ କୌଣସି ୱିକେଟ୍ ପାଇନଥିଲେ । ବିଷ୍ଣୋଇଙ୍କ ମହଙ୍ଗା ବୋଲିଂ ସହ ତାଙ୍କର ୩ଟି ନୋ-ବଲ୍ । ଟି-୨୦ ଫର୍ମାଟରେ, ନୋ-ବଲ୍ ବୋଲିଂକୁ ଏକ ଅପରାଧ ବୋଲି ବିବେଚନା କରାଯାଏ, କାରଣ ଏହା ପ୍ରତିପକ୍ଷ ଦଳକୁ ଫ୍ରି ହିଟ୍ ଦିଏ । ଚାପରେ, ବିଷ୍ଣୋଇ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଲାଇନ୍ ଏବଂ ଲେନ୍ଥ ହରାଇଲେ, ଯାହାର ଇଂଲଣ୍ଡ ଫାଇଦା ଉଠାଇଥିଲା । ୧୫ ଓଭର ଯାଏ ମ୍ୟାଚ୍ ଭାରତ ପକେଟରେ ଥିଲା । ହେଲେ ରବି ବିଷ୍ଣୋଇଙ୍କ ଗୋଟିଏ ଓଭର ଭାରତଠାରୁ ମ୍ୟାଚରୁ ଦୂରେଇ ଦେଲା । ଅଧିନାୟକ ଶ୍ରେୟାସ ଆୟର ବି ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ କହିଛନ୍ତି । ୧୭ ତମ ଓଭରରେ ବିଷ୍ଣୋଇ ୨୯ ରନ୍ ଦେଇଥିଲେ । ୨ଟି ନୋ ବଲ ପକାଇଥିଲେ । ଫ୍ରୀ ହିଟର ଫାଇଦା ଉଠାଇ ଜାକବ ବେଥଲ ଲଙ୍ଗ ଅଫ୍ ଉପରେ ଦମଦାର ସଟ୍ ଖେଳିଥିଲେ । ପ୍ରଥମ ବଲରେ ବିଷ୍ଣୋଇ ୮ ରନ୍ ଦେଇଥିଲେ । ଦ୍ୱିତୀୟ ବଲରେ ବି ନୋ ବଲ ଥିଲା । ପୁଣି ଛକା ମାରିଥିଲେ ବେଥେଲ ।

ହର୍ଷିତ ରାଣାଙ୍କ ପୁଣି ଥରେ ଫ୍ଲପ୍ ଶୋ- ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଉପରେ ଦଳ ବହୁତ ଆଶା ରଖିଥିଲା, କିନ୍ତୁ ସେ ଲଗାତାର ଦ୍ୱିତୀୟ ମ୍ୟାଚ୍ ପାଇଁ ପ୍ରଭାବ ପକାଇପାରିଲେ ନାହିଁ । ରାଣା ତିନି ଓଭର ବୋଲିଂ କରିଥିଲେ ଏବଂ କୌଣସି ସଫଳତା ବିନା ୩୦ ରନ ଦେଇଥିଲେ । ତାଙ୍କ ବୋଲିଂରେ ରନ ହାରକୁ ନିୟନ୍ତ୍ରଣ କରିପାରିଲେ ନାହିଁ, ଯାହା ଅଧିନାୟକଙ୍କ ଉପରେ ଚାପ ପକାଇଥିଲା ।

ଏହା ବି ପଢନ୍ତୁ...Women's T20 World Cup Final; ବିଶ୍ୱକପ ଫାଇନାଲରେ କାହାର ହେବ ରାଜୁତି ? ଟ୍ରଫି ପାଇଁ ଲଢିବେ ଇଂଲଣ୍ଡ-ଅଷ୍ଟ୍ରେଲିଆ 

ଗୋଟିଏ ଓଭର ମ୍ୟାଚ୍ ଶେଷ- 

ଏହା ବି ପଢନ୍ତୁ...Axar Patel: ହାରିଲା ଭାରତ; ରେକର୍ଡ କଲେ ଅକ୍ଷର ପଟେଲ, ଟି-ଟ୍ୱେଣ୍ଟିରେ ଏମିତି କରିବାରେ ପ୍ରଥମ ଭାରତୀୟ ସ୍ପିନର  

ଅର୍ଶଦୀପ ସିଂହଙ୍କ ଓଭରଟି ବାଜି ପଲଟାଇ ଦେଲା- ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିବା ଅର୍ଶଦୀପ ସିଂହ ମ୍ୟାଚ୍ ଭଲ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ । ତାଙ୍କର ଦ୍ୱିତୀୟ ଓଭର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି ଗୋଟିଏ ଓଭରରେ, ଅର୍ଶଦୀପ ଲକ୍ଷ୍ୟହୀନ ବୋଲିଂ କରିଥିଲେ ଏବଂ ମୋଟ୍ ୨୭ ରନ୍ ଦେଇଥିଲେ । ଏହି ଓଭର ଇଂଲିଶ୍ ବ୍ୟାଟରଙ୍କୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯଥେଷ୍ଟ ଗତି ଦେଇଥିଲା ।