22 JULY 2026

Welcome!

Unlock your personalized experience.
Sign Up

IMF Warning: ଭାରତ ପାଇଁ ରହିଛି ଏହି ଦୁଇଟି ବଡ଼ ବିପଦ, ଅନ୍ତର୍ଜାତୀୟ ମୁଦ୍ରାକୋଷ ଦେଲା ପରାମର୍ଶ

Jul 21, 2026 - 20:45
IMF Warning: ଭାରତ ପାଇଁ ରହିଛି ଏହି ଦୁଇଟି ବଡ଼ ବିପଦ, ଅନ୍ତର୍ଜାତୀୟ ମୁଦ୍ରାକୋଷ ଦେଲା ପରାମର୍ଶ

ନୂଆଦିଲ୍ଲୀ,୨୧।୭: ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମ୍ଏଫ୍)ର କହିବା ଅନୁସାରେ, ତୈଳ ଦାମ୍ ଓ ଦୁର୍ବଳ ମୌସୁମୀ ଭାରତର ଜିଡିପି ଗ୍ରୋଥ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିପାରେ। ଆଇଏମ୍ଏଫର ଜଣେ ଅଧିକାରୀ କହିଛନ୍ତି, ଆର୍ଥିକ ବର୍ଷ ୨୦୨୬-୨୭ ରେ ଭାରତର ଜିଡିପି ଗ୍ରୋଥ୍ ପାଇଁ ମିଡିଲ ଇଷ୍ଟରେ ବଢୁଥିବା ଟେନସନ୍ ଓ ଏଲ୍‌ନିନୋର ର ପ୍ରଭାବରେ ଦୁର୍ବଳ ମୌସୁମୀ ବଡ ବିପଦଜନକ। ଏହା ସହ ଯୁଦ୍ଧ ଦ୍ବାରା ମଧ୍ୟ ତୈଳ ଦାମ୍ ବଢିବାରେ ଲାଗିଛି।

ତୈଳ ଉପରେ ସବୁଠରୁ ବଡ଼ ଚ୍ୟାଲେଞ୍ଜ

ଭାରତ ଏସିଆର ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା। ନିଜର ତୈଳର ଆବଶ୍ୟକତା ପ୍ରାୟ ୮୦% ଭାରତର ଆମଦାନୀରୁ ପୂରଣ କରିଥାଏ। ଏହାଦ୍ବାରା ତା’ର ଏନର୍ଜି ଚାହିବାକୁ ମଧ୍ୟ ଝଟକା ଲାଗିଥାଏ। ଏହାଦ୍ବାରା ଗ୍ରୋଥ ଉପରେ ଖରାପ ପ୍ରଭାବ ପଡିପାର। ମୁଦ୍ରାସ୍ପିତି ବଢିବାର ବି ଭୟ ରହିଛି।

ଭାରତର ଜିଡିପି ଗ୍ରୋଥ୍ ଅନୁମାନ ହ୍ରାସ

ଆଇଏମ୍ଏଫ୍ ଚଳିତ ମାସ ୨୦୨୬-୨୭ ପାଇଁ ଭାରତର ଜିଡିପି ଗ୍ରୋଥ୍ର ଅନୁମାନ ୧୦ ବେସିସ୍ ପଏଣ୍ଟ ହ୍ରାସ କରି ୬.୪% କରିଦେଇଛି। ସେଭଳି ୨୦୨୭-୨୮ ପାଇଁ ଅନୁମାନ ଥିବା ୨୦ ବେସିସ୍ ପଏଣ୍ଟ ବଢିଛି। ଏହାକୁ ବଢାଇ ୬.୭% କରାଯାଇଛି। ଭାରତ ଓ ଭୁଟାନ ପାଇଁ ଆଇଏମ୍ଏଫ୍‌ର ସିନିୟର ରେସିଡେଣ୍ଟ ରିପ୍ରେଜେନଟେଟିଭ୍ ଅନିଲ ସାଲଗାଣ୍ଡୋ ସୋମବାର ରଏଟର୍ସକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଏହାର ଦୁଇଟି ମୁଖ୍ୟ ବିପଦ ରହିପାରେ। ତାଙ୍କ ଅନୁସାରେ, ଗୋଟିଏ ହେଲା ଯୁଦ୍ଧ ପୁଣିଥରେ ବ୍ୟାପିବା। ଏହାର ପ୍ରଭାବ ତୈଳ ଦାମ୍ ଉପରେ ପଡିଥାଏ।’

ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି ଅଶୋଧିତ ତେଲର ମୂଲ୍ୟ

ଗତ ସପ୍ତାହରେ ହର୍ମୁଜରେ ବାଧାର ଆଶଙ୍କା କାରଣରୁ ଗ୍ଲୋବାଲ କ୍ରୁଡ୍ ଅଏଲର ଦାମ୍ ୯୦ ଡଲାର ପ୍ରତି ବ୍ୟାରେଲ ଉପରେ ଥିଲା। କିନ୍ତୁ ନିକଟରେ ଆକ୍ରମଣ ଓ ସାଉଦି ଆରବର ନାକାବନ୍ଦୀ ଦ୍ବାରା ହୁତି ବିଦ୍ରୋହୀଙ୍କ ଧମକ ପରେ ଆମେରିକା-ଇରାନ ଭିତରେ ମଧ୍ୟସ୍ଥତାର ଖବର ଗତ ଦୁଇ ଦିନର ଦାମ୍‌ରେ କିଛି ହ୍ରାସ ଦେଖିବାକୁ ମିଳିଛି। ସାଲଗାଡୋ କହିଛନ୍ତି, ପରିସଂଖ୍ୟାନ ବିଭାଗ ୨୦୨୨-୨୩ ର ସଂଶୋଧିତ ଜିଡିପି ଆଧାର ବର୍ଷ ଉପରେ ଆଧାରିତ ଏକ ବ୍ୟାକ୍ ସିରିଜ୍ ପ୍ରକାଶ କରିବା ପରେ IMF ଚଳିତ ବର୍ଷ ଭାରତର ଜାତୀୟ ଆକାଉଣ୍ଟଗୁଡ଼ିକର ଗୁଣବତ୍ତାର ପୁନଃମୂଲ୍ୟାୟନ କରିବ। ଏହା ୨୦୨୬ ଶେଷରେ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : Cycle Ambulance: ‘ସାଇକେଲ ଆମ୍ବୁଲାନ୍ସ’ ଲଞ୍ଚ୍ କରି ପାକିସ୍ତାନ ଲୋକହସା, ୟୁଜର କହିଲେ ‘ପହଁଞ୍ଚିବା ଆଗରୁ ରୋଗୀର ହୋଇଯିବ ସତ୍ୟାନାଶ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।