02 AUGUST 2026

Welcome!

Unlock your personalized experience.
Sign Up

Human-Wildlife Conflict: ମଣିଷ ଓ କଲରାପତରିଆ ମଧ୍ୟରେ ଲଢ଼େଇ, ବାଘକୁ ମାରି ନିଜ ଜୀବନ ବଞ୍ଚାଇଲେ, ୨ ଜଣ ଗୁରୁତର

Aug 02, 2026 - 14:27
Human-Wildlife Conflict:  ମଣିଷ ଓ କଲରାପତରିଆ ମଧ୍ୟରେ ଲଢ଼େଇ, ବାଘକୁ ମାରି ନିଜ ଜୀବନ ବଞ୍ଚାଇଲେ, ୨ ଜଣ ଗୁରୁତର

ଉମରକୋଟ ୦୨/୦୮: ବାଘ- ମଣିଷ ଲଢ଼େଇରେ ଆଖିବୁଜିଲା କଲରାପତରିଆ। ଏଭଳି ଚାଞ୍ଚଲ୍ୟକର ଘଟଣା ଛତିଶଗଡ଼ ଧମତରୀ ଜିଲ୍ଲାରେ ଘଟିଛି। ବିଳମ୍ବିତ ରାତିରେ ଘରେ କଲରାପତରିଆ ବାଘ ପଶି ଆକ୍ରମଣ କରିଥିଲା। ଘର ଭିତରେ ବାଘ ସହ ମଣିଷ ମଧ୍ୟ ଜୋରାଦାର ଲଢ଼େଇ ହୋଇଥିଲା। ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ବାଘ ଆକ୍ରମଣ​‌ରେ ୨ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି କଳରାପତରିଆର ମୃତଦେହ ଉଦ୍ଧାର କରିଛି। ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ :-  ଜଳଫୁଆରାରେ ପଡ଼ି ଡିଏମ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ଆକ୍ସନ୍: ଖସିଗଲେ ସ୍କୁଲ୍‌ କର୍ତ୍ତୃପକ୍ଷ, ସିକ୍ୟୁରିଟି ଗାର୍ଡ ଗିରଫ​​​​​​​

ସୂଚନା ମୁତାବକ, ଧମତରୀ ଜିଲ୍ଲାର ନଗରୀ ଅଞ୍ଚଳ କର୍ରାଘାଟି ଗାଁରେ ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଅଞ୍ଜୋର ସିଂହଙ୍କ ଘରେ ହଠାତ୍ ଏକ କଲରାପତରିଆ ପଶିଯାଇଥିଲା। ଘର ବାଘକୁ ଦେଖି ପରିବାର ଲୋକ ଭୟଭୀତ ହୋଇ ବାହାରକୁ ଦୌଡ଼ିଥିଲେ। ଏହି ସମୟରେ କଲରାପତରିଆ ଆକ୍ରମଣ କରିବାରୁ ଘର ଭିତରେ ଆତଙ୍କ ଖେଳିଯାଇଥିଲା। ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଦୁଇ ଜଣ ସହାୟତା ପାଇଁ ପହଞ୍ଚିଯାଇଥିଲେ। ସେମାନେ କଲରାପତରିଆ ବାହାରିଯାଇଥିବା ଭାବି ଘର ଭିତରକୁ ପଶିଥିଲେ। କିନ୍ତୁ କଲରାପତରିଆ ସେଠାରେ ହିଁ ଲୁଚି ରହିଥିଲା। ହଠାତ୍ ସେ ଉଭୟଙ୍କ ଉପରେ ଆକ୍ରମଣ କରିଥିଲା। ଦୀର୍ଘ ସମୟ ଧରି ମଣିଷ ଓ ବାଘ ମଧ୍ୟରେ ଚାଲିଥିଲା ସଂଘର୍ଷ । ଏଥିରେ ଦୁଇ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ସଂଘର୍ଷରେ ବାଘର ମୃତ୍ୟୁ ଘଟିଛି। ଆହତ ଦୁଇ ଜଣଙ୍କୁ ତୁରନ୍ତ ନଗରୀ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ରବିବାର ସକାଳେ ବନ ବିଭାଗର ଟିମ୍ ପହଞ୍ଚି କଲରାପତରିଆକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରାଥମିକ ତଦନ୍ତରୁ ମଣିଷ ଓ କଲରାପତରିଆ ମଧ୍ୟରେ ହୋଇଥିବା ସଂଘର୍ଷରେ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ବନ ବିଭାଗ SDO ସଞ୍ଜୟ ରାଉତିଆ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଆହତମାନଙ୍କୁ ବିଭାଗ ପକ୍ଷରୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କଲରାପତରିଆ ବାଘ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ, ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।