Hormuz Ship Attack: ହର୍ମୁଜରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ : ୧୦ ଉଦ୍ଧାର, ଜଣେ ନିଖୋଜ
ନୂଆଦିଲ୍ଳୀ,୧୨।୭: ଆମେରିକା ଓ ଇରାନ ଭିତରେ ରବିବାର ପୁଣିଥରେ ବଡ଼ ଧରଣର ସଂଘର୍ଷ ଦେଖିବାକୁ ମିଳିଛି। ଏହାର ସବୁଠାରୁ ବଡ କାରଣ ହେଉଛି ଓମାନ ତଟରେ ସାଇପ୍ରସ୍ର ପତାକା ଥିବା ଜାହାଜ ଉପରେ ଆକ୍ରମଣ। ଏହି ଆକ୍ରମଣ କାରଣରୁ ଏବେ ଭାରତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ରବିବାର ଜାରି ବୟାନରେ କହିଚି ଭାରତର GFS Galaxy ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛି। ମିଳିଥିବା ସୂଚନା ଅନୁସାରେ, ଜାହାଜରେ ୧୧ ଭାରତୀୟ ନାଗରିକ ଥିଲେ। ତାଙ୍କ ଭିତରୁ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେଭଳି ଜଣେ ଭାରତୀୟ ଏବେ ବି ନିଖୋଜ ଅଛି। ତାଙ୍କର ସନ୍ଧାନରେ ରେସକ୍ୟୁ ଅପରେସନ୍ ଜାରି ରହିଛି।
କ’ଣ କହିଲା ଭାରତ ?
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଓମାନରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏକ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଭାରତ ମଧ୍ୟ ଓମାନ ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛି। ଭାରତ କହିଛି ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଲଗାତାର ଆକ୍ରମଣ ଗମ୍ଭୀର ଚିନ୍ତାର ବିଷୟ। ଏପରି ଆକ୍ରମଣ କେବଳ ସାମୁଦ୍ରିକ ବାଣିଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ, ସମସ୍ତ ପକ୍ଷଙ୍କୁ ତୁରନ୍ତ ଉତ୍ତେଜନା ହ୍ରାସ କରିବା ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଖୋଜିବା ଦରକାର।
ମଝି ସମୁଦ୍ରରେ ଜାହାଜ ଛାଡି ପଳାଇଲେ
ଆକ୍ରମଣ ପରେ, ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଏବଂ ୟୁକେର ସାମୁଦ୍ରିକ ସୁରକ୍ଷା ସଂସ୍ଥା, UKMTO, ସକ୍ରିୟ ହୋଇଥିଲା। CENTCOM କହିଛି ଯେ ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କୋର୍ପସ କଣ୍ଟେନର ଜାହାଜ ଉପରେ ଏକ ଜୋରଦାର ଆକ୍ରମଣ କରିଥିଲା। ଆକ୍ରମଣ ପରେ, ଜାହାଜଟି ନିଆଁ ଲାଗିଗଲା ଏବଂ ଇଞ୍ଜିନ ରୁମକୁ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ଫଳରେ ଏହି ଜାହାଜ ଆଗକୁ ଯାଇପାରିନଥିଲା। UKMTO କହିଛି ସମସ୍ତ କ୍ରୁ ସଦସ୍ୟ ଲାଇଫବୋଟରେ ଚଢ଼ି ଜାହାଜକୁ ମଝି ସମୁଦ୍ରରେ ଛାଡି ଦେଇଥିଲେ।
ଇରାନର ୧୪୦ ଠିକଣା ଉପରେ ଆମେରିକାର ହମଲା
ଆମେରିକା ସେନା ରବିବାର କହିଛି ସେ, ଇରାନର ପ୍ରାୟ ୧୪୦ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) କହିଛି ଟାର୍ଗେଟ କରାଯାଇଥିବା ଆଡ୍ଡାରେ ମିସାଇଲ ଓ ଡ୍ରୋନ ଉତ୍କ୍ଷେପଣ ସ୍ଥଳ, ଗୋଳା-ବାରୁଦର ଭଣ୍ଡାର, ସଞ୍ଚାର ଉପକରଣ ଓ ଅନ୍ୟ କେନ୍ଦ୍ର ଥିଲା। ସେଣ୍ଟକମ୍ କହିଛି ଏହି ଆକ୍ରମଣର ଉଦେଶ୍ୟ ହର୍ମୁଜରେ ବିନା ବାଧାରେ ବାହରୁଥିବା ବେସାମରିକ ଓ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିବା ଏବଂ ଇରାନର କ୍ଷମତାକୁ ଦୁର୍ବଳ କରିବା।’ ଏହାର ଜବାବରେ ଇରାନ ରବିବାର ସକାଳେ ବହରିନ୍, କତର ଓ ୟୁଏଇକୁ ଟାର୍ଗେଟ କରି କରିଥିଲା ହମଲା।
ଆହୁରି ପଢନ୍ତୁ : Vietnam Boat Accident: ଖୁସି ମନାଇବାକୁ ଯାଇଥିଲେ ଶବ ହୋଇ ଫେରିଲେ...LAVA କର୍ମଚାରୀଙ୍କ ଭିଏତନାମ ଟ୍ରିପ୍ର ଦୁଃଖଦ ଅନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।