25 JULY 2026

Welcome!

Unlock your personalized experience.
Sign Up

Hormuz missile attack : LPG ଟ୍ୟାଙ୍କର୍ ଉପରେ ମିଶାଇଲ୍ ଆଟାକ୍, ଭିତରେ ଥିଲେ ୨୮ ଭାରତୀୟ...

Jul 25, 2026 - 08:43
Hormuz missile attack : LPG ଟ୍ୟାଙ୍କର୍ ଉପରେ ମିଶାଇଲ୍ ଆଟାକ୍, ଭିତରେ ଥିଲେ ୨୮ ଭାରତୀୟ...

ନୂଆଦିଲ୍ଲୀ, ୨୫/୦୭ : ହୋର୍ମୁଜ୍ ଷ୍ଟ୍ରେଟ୍ ନିକଟରେ ମିଶାଇଲ୍ ଆଟାକ୍। ଶୁକ୍ରବାର ମୋଜାମ୍ବିକ ପତାକାଯୁକ୍ତ LPG ଟ୍ୟାଙ୍କର୍ "ଦିଶା" ଉପରେ ଆକ୍ରମଣ ହୋଇଛି। ଏଥିରେ ୨୮ ଜଣ ଭାରତୀୟ ସବାର ଥିଲେ। ଜାହାଜରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାରତୀୟ ସାମୁଦ୍ରିକ କର୍ମଚାରୀଙ୍କ ସଂଗଠନ ଫରୱାର୍ଡ ସିମେନ୍ସ ୟୁନିଅନ ଅଫ୍ ଇଣ୍ଡିଆ ଅନୁଯାୟୀ, ହୋର୍ମୁଜ୍ ପ୍ରଣାଳୀ ନିକଟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଟ୍ୟାଙ୍କରଟି ସେହି ସମୟରେ ପାରସ୍ୟ ଉପସାଗର ଆଡକୁ ଯାଉଥିଲା। 

ଆକ୍ରମଣ ପୂର୍ବର ରେକର୍ଡିଂ

ଆକ୍ରମଣ ପୂର୍ବରୁ ସାମୁଦ୍ରିକ ରେଡିଓ ଚ୍ୟାନେଲର ଏକ ରେକର୍ଡିଂ ସାମ୍ନାକୁ ଆସିଛି। ଏହି ରେକର୍ଡିଂରେ ଜଣେ ବ୍ୟକ୍ତି, ଏକ ବାଣିଜ୍ୟିକ ଜାହାଜକୁ ବାରମ୍ବାର ଚେତାବନୀ ଦେଉଥିବା ଶୁଣାଯାଉଛି। ଉକ୍ତ ବ୍ୟକ୍ତି ଜଣଙ୍କ କହୁଛନ୍ତି ଯେ, ଇରାନ ଜଳସୀମା ନିକଟକୁ ଆସି ନିୟମ ଉଲ୍ଲଂଘନ କରୁଛି। ତୁମକୁ ଅନେକ ଥର ଚେତାବନୀ ଦିଆଯାଇଛି। ତେଣୁ ତୁମର ଇଞ୍ଜିନ ରୁମ ଉପରେ ଫାଇରିଂ କରିବାକୁ ପ୍ରସ୍ତୁତ ହେଉଛି। ଇଞ୍ଜିନ ରୁମ ଖାଲି କରିବା ପାଇଁ ତୁମ ପାଖରେ ୧୫ ମିନିଟ୍ ସମୟ ଅଛି"।

ଆକ୍ରମଣ ପରର ରେକର୍ଡିଂ

ଆକ୍ରମଣ ପରେ ଆଉ ଏକ ରେକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ଦିଶା ଟ୍ୟାଙ୍କରରେ ଥିବା ଚାଳକ ଦଳ ସହାୟତା ମାଗୁଛନ୍ତି। ସେମାନେ କହୁଛନ୍ତି ଯେ, ଆମ ଉପରେ ଅଜ୍ଞାତ ମିଶାଇଲ୍ ଆକ୍ରମଣ ହୋଇଛି। ଆମକୁ ତୁରନ୍ତ ସହାୟତା ଦରକାର। ଆମ ଜାହାଜରେ ୩୦ ଚାଳକ ଦଳ ଥିଲେ। ତୁରନ୍ତ ସହାୟତା ପଠାନ୍ତୁ। 

ସୂଚନା ଥାଉକି, ଆମେରିକା ଏବଂ ଇରାନ ମଧ୍ୟରେ ଜୁଲାଇରେ ଅସ୍ଥାୟୀ ଯୁଦ୍ଧବିରତି ଭାଙ୍ଗିବା ପରେ, ଆକ୍ରମଣ ଏବଂ ପ୍ରତିଆକ୍ରମଣ ପୁଣି ଆରମ୍ଭ ହୋଇଛି। ହୋର୍ମୁଜ୍ ପ୍ରଣାଳୀ ପୁଣି ଥରେ ଯୁଦ୍ଧର କେନ୍ଦ୍ରସ୍ଥଳୀ ପାଲଟିଛି। ତେବେ ଏନେଇ ଭାରତୀୟ ଦୂତାବାସ କହିଛି ଯେ ଏହା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢନ୍ତୁ- ପାକିସ୍ତାନରେ ଆତ୍ମଘାତି ବୋମା ବିସ୍ଫୋରଣ, ୧୨ ସୈନିକଙ୍କ ସମେତ ୧୫ ମୃତ…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।